ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିର ପ୍ରତିବାଦ, ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଯୁବ ଓ ଛାତ୍ର ଜନତା ଦଳ

ଭୁବନେଶ୍ୱର ୨୨/୧୧: ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ ବିଜୁ ଯୁବ ଓ ଛାତ୍ର ଜନତା ଦଳ । କଟକ ଆରଡିସି ଅଫିସ ସମ୍ମୁଖରେ ଧାରଣ ଦେବ ବିଜେଡିର ସମସ୍ତ ଛାମୁଆ ସଙ୍ଗଠନ । ଏହା ସହ ସବୁ ବ୍ଲକ ସମ୍ମୁଖରେ ଧାରଣା ଦେବ । ୨୩ ରେ ସମ୍ବଲପୁର ଏବଂ ୨୪ରେ ବ୍ରହ୍ମପୁର ଆରଡିସି ଅଫିସ ସହ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ବିଜେଡି ଯୁବ ମୋର୍ଚ୍ଚା ସଭାପତି ବ୍ୟୋମକେଶ ରାୟ କହିଛନ୍ତି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେବ । ସେପଟେ କଂଗ୍ରେସ ଦର ବୃଦ୍ଧି ପ୍ରସଙ୍ଗରେ ବିଜେଡିର କେନ୍ଦ୍ର ବିରୋଧୀ ମନଭାବକୁ ପରୋକ୍ଷରେ ସମର୍ଥନ ଦେଇଛି । ରନ୍ଧନ ଗ୍ୟାସ ଯୋଗାଇବାକୁ କହି କେନ୍ଦ୍ର ସରକାର ଲୋକଙ୍କୁ ଠକିଛନ୍ତି l ବିଜୁ ଜନତା ଦଳର ବହୁତ ଡେରିରେ ସଦବୁଦ୍ଧି ଉଦୟ ହୋଇଛି ବୋଲି କହିଛି କଂଗ୍ରେସ । ସେପଟେ ବିଜେଡିର କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ କାଉଣ୍ଟର କରିବାକୁ ବିଜୁଳି ତାରିଫ ବୃଦ୍ଧିକୁ ଅସ୍ତ୍ର କରିଛି ବିଜେପି । ରାଜ୍ୟରେ ବଢିଥିବା ବିଜୁଳି ଦର କମାଇବା ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦଳ ଧମକ ଦେଇଛି । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଓ ତା ପଛକୁ ପୌର ନିର୍ବାଚନ ହେବା ଲାଗି ପ୍ରଶାସନିକ ପ୍ରସ୍ତୁତି ସାଙ୍ଗକୁ ରାଜନୈତିକ ପାଗଭିଡା ଜୋର ହୋଇଛି ।