ରାମ ମନ୍ଦିର ଭୂମିପୂଜନ ପାଇଁ ରତନ ଟାଟା, ମୁକେଶ ଅମ୍ବାନୀଙ୍କ ସମେତ ଉଦ୍ୟୋଗ ଜଗତର ଅନେକ ନାମୀ ହସ୍ତୀଙ୍କୁ ଦିଆଗଲା ନିମନ୍ତ୍ରଣ

ନୂଆଦିଲ୍ଲୀ ୨୮/୦୭ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଅଗଷ୍ଟ ୫ ତାରିଖରେ ହେବ | କାର୍ଯ୍ୟକ୍ରମରେ କିଏ କିଏ ସାମିଲ ହେବେ ତା ଉପରେ ଏବେ ସମସ୍ତଙ୍କ ନଜର | ଖବର ଅନୁଯାୟୀ, କାର୍ଯ୍ୟକ୍ରମରେ ପାଖାପାଖି ୨୦୦ ଜଣଙ୍କୁ ନିମନ୍ତ୍ରଣ ଦିଆଯାଇଛି | ରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟଙ୍କ ଛଡା ଆହୁରି ଅନେକ ଜଣାଶୁଣା ହସ୍ତୀଙ୍କୁ ନିମନ୍ତ୍ରଣ ଦିଆଯାଇଛି | ଭୂମିପୂଜନ ମହୋତ୍ସବରେ ଉଦ୍ୟୋଗ ଜଗତର ବଡ ବଡ ହସ୍ତୀଙ୍କୁ ମଧ୍ୟ ଆମନ୍ତ୍ରିତ […]

ରାମ ମନ୍ଦିର ଭୂମିପୂଜନ ପାଇଁ ରତନ ଟାଟା, ମୁକେଶ ଅମ୍ବାନୀଙ୍କ ସମେତ ଉଦ୍ୟୋଗ ଜଗତର ଅନେକ ନାମୀ ହସ୍ତୀଙ୍କୁ ଦିଆଗଲା ନିମନ୍ତ୍ରଣ
ନୂଆଦିଲ୍ଲୀ ୨୮/୦୭ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଅଗଷ୍ଟ ୫ ତାରିଖରେ ହେବ | କାର୍ଯ୍ୟକ୍ରମରେ କିଏ କିଏ ସାମିଲ ହେବେ ତା ଉପରେ ଏବେ ସମସ୍ତଙ୍କ ନଜର | ଖବର ଅନୁଯାୟୀ, କାର୍ଯ୍ୟକ୍ରମରେ ପାଖାପାଖି ୨୦୦ ଜଣଙ୍କୁ ନିମନ୍ତ୍ରଣ ଦିଆଯାଇଛି | ରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟଙ୍କ ଛଡା ଆହୁରି ଅନେକ ଜଣାଶୁଣା ହସ୍ତୀଙ୍କୁ ନିମନ୍ତ୍ରଣ ଦିଆଯାଇଛି | ଭୂମିପୂଜନ ମହୋତ୍ସବରେ ଉଦ୍ୟୋଗ ଜଗତର ବଡ ବଡ ହସ୍ତୀଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି | ରତନ ଟାଟା, ମୁକେଶ ଅମ୍ବାନୀ, ଗୌତମ ଅଦାନୀ, କୁମାର ମଙ୍ଗଳମ ବିଡଲା, ଆନନ୍ଦ ମହିନ୍ଦ୍ରା, ରାହୁଲ ଓ ରାଜୀବ ବଜାଜ ଭଳି ୧୦ ଉଦ୍ୟୋଗ ଜଗତର ନାମୀ ହସ୍ତୀଙ୍କୁ ଆମନ୍ତ୍ରିତ କରାଯାଉଛି |   ରାମ ମନ୍ଦିର ଭୂମିପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ | ମୋଦିଙ୍କ ଅଯୋଧ୍ୟା କାର୍ଯ୍ୟକ୍ରମର ପୁରା ବିବରଣୀ ମଧ୍ୟ ଜାରି କରାଯାଇଛି | ମୋଦି ଅଗଷ୍ଟ ୫ ତାରିଖ ସକାଳ ସାଢେ ୧୧ଟା ସମୟରେ ଅଯୋଧ୍ୟାରେ ପହଞ୍ଚିବେ | ରାମ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମରେ ୨୦୦ ଅତିଥିଙ୍କ ମଧ୍ୟରେ ୫୦ ସନ୍ଥ, ୫୦ ଅଧିକାରୀ, ବିଶ୍ୱ ହିନ୍ଦୁ ପରିଷଦ ଓ ନ୍ୟାସର ୫୦ ଜଣ ଉପସ୍ଥିତ ରହିବେ | ବାକି ୫୦ ଜଣ ନାମୀ ଲୋକଙ୍କୁ ସାମିଲ ହେବାକୁ ଆମନ୍ତ୍ରିତ କରାଯାଇଛି | ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଭୂମିପୂଜନ ପାଇଁ ହରିଦ୍ୱାର ହର କି ପୋୖଡିରୁ ଗଙ୍ଗାଜଳ ପଠାଯାଇଛି | ବିଶ୍ୱ ହିନ୍ଦୁ ପରିଷଦ ଅଯୋଧ୍ୟାରେ ଗଙ୍ଗାଜଳ ଓ ଉତ୍ତରାଖଣ୍ଡର ସିଦ୍ଧ ପୀଠଗୁଡିକର ମାଟି ପଠାଇବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି | ସୋମବାର ଦିନ ହର କି ପୋୖଡିରେ ମା’ ଗଙ୍ଗାଙ୍କ ବିଶେଷ ପୂଜାର୍ଚ୍ଚନା କରି କଳସରେ ଗଙ୍ଗାଜଳ ରଖାଯାଇଥିଲା | ଆଉ ଏକ କଳସରେ ଗଙ୍ଗାଙ୍କ ମାଟି ରଖାଯାଇଥିଲା | ବିଶ୍ୱ ହିନ୍ଦୁ ପରିଷଦ କଳସ ନେଇ ଅଯୋଧ୍ୟା ଆସିବେ |