ରାଲି କରୁଥିବା କୃଷକଙ୍କ ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍ : ଜଣେ ମୃତ, ୨ ଗୁରୁତର

ନୂଆଦିଲ୍ଲୀ,୨୭/୧୧:   ଦିଲ୍ଲୀରେ ବିଭିନ୍ନ ଦାବି ଉପସ୍ଥାପନା କରିବା ସହ ଭାରତ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ କୃଷକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଭିବାନୀ ଜିଲ୍ଲାର ମୁଣ୍ଡାଲ ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି । ଏକ ଟ୍ରକ୍ ରାଲି କରୁଥିବା କୃଷକଙ୍କ ଟ୍ରାକ୍ଟରକୁ ଧକ୍କା ଦେବାରୁ ଜଣେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ପ୍ରାଣ ହରାଇଥିବା କୃଷକ ହେଲେ ୪୫ ବର୍ଷୀୟ ଧନ୍ନା ସିଂ । ସେ ପଞ୍ଜାବର ଖୟାଲି ଚେହଲା ଗ୍ରାମର ଅଟନ୍ତି । ଦୁର୍ଘଟଣା ପରେ ଅନ୍ୟ କୃଷକମାନେ ଉତ୍ୟକ୍ତ ହୋଇପଡିଛନ୍ତି । ସେମାନେ ପୋଲିସକୁ ଧନ୍ନା ସିଂଙ୍କ ମୃତଦେହ ଦେଇନଥିଲେ । ଏହି ଅଘଟଣ ପରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଅଘଟଣରେ ଆଉ ୨ଜଣ କୃଷକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ରୋହତକର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।