ରାସ୍ତାରେ ବୁଲୁଛନ୍ତି ଦନ୍ତା, ଘଉଡାଇବାକୁ ନାକେଦମ ବନ ବିଭାଗ

ଟାଙ୍ଗୀ, ୨୩|୦୯:  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଞ୍ଜ ଇଲାକାରେ ହାତୀଙ୍କ ଉତ୍ପାତ ବଢୁଛି । ରାସ୍ତାରେ ବୁଲୁଛନ୍ତି ଦନ୍ତାହାତୀ । ଏବେ ଦୁଇଟି ଦନ୍ତା ମା' ଉଗ୍ରତାରା ମନ୍ଦିର ନିକଟସ୍ଥ ରାସ୍ତାରେ ପଇଁତରା ମାରୁଛନ୍ତି । ତେବେ ହାତୀ ଘଉଡ଼ାଇବା ପାଇଁ ଟାଙ୍ଗୀ ବନ ବିଭାଗ ନାକେଦମ୍ ହୋଇଗଲାଣି । ତଥାପି ଗଜରାଜଙ୍କ ସୁରକ୍ଷା ଏବଂ ଲୋକଙ୍କ ଧନ-ଜୀବନ ସୁରକ୍ଷା ପାଇଁ ବିଭିନ୍ନ ପନ୍ଥା ଆପଣେଇଛି । ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଇବା ସହ ଦନ୍ତା ଦ୍ୱୟର ଗତିପଥ ଉପରେ ନଜର ରଖିଛନ୍ତି । ରାସ୍ତାରେ ଲୋକଙ୍କ ଚଳପ୍ରଚଳ ଏବଂ ଯାନବାହନ ଚଳାଚଳ ଉପରେ ରୋକ୍ ଲଗାଯାଇଛି ।