ରାହାନେ ଧରିବେ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ! ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ ଶ୍ରେୟାସ ଆୟାର। ସମସ୍ୟା ଗମ୍ଭୀର ହୋଇଥିବା ହେତୁ ତାଙ୍କୁ ଫିଟ୍‌ ହେବାକୁ ସମୟ ଲାଗିବ। ଏହାକୁ ଦୃଷ୍ଟିରେ ରଖି ଆୟାରଙ୍କୁ ଉଭୟ ଟିମ୍‌ ଇଣ୍ଡିଆ ଏବଂ ଦିଲ୍ଲୀ କ୍ୟାପିଟାଲ୍ସରୁ ବାହାର କରାଯାଇଛି। ଆଇପିଏଲ୍‌ ଆରମ୍ଭ ହେବାକୁ ଆଉ ୨ ସପ୍ତାହ ଥିବା ବେଳେ ଡିସିର ଅଧିନାୟକ ଦାୟିତ୍ୱ କିଏ ସମ୍ଭାଳିବ ସେ ନେଇ ନାନାଦି କଳ୍ପନାଜଳ୍ପନା ଲାଗି ରହିଛି। ଘଟଣାକୁ ନେଇ […] The post ରାହାନେ ଧରିବେ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ! ଏଭଳି ହେଉଛି ଚର୍ଚ୍ଚା appeared first on Dharitri Odia News.

ରାହାନେ ଧରିବେ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ! ଏଭଳି ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୨୫।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ ଶ୍ରେୟାସ ଆୟାର। ସମସ୍ୟା ଗମ୍ଭୀର ହୋଇଥିବା ହେତୁ ତାଙ୍କୁ ଫିଟ୍‌ ହେବାକୁ ସମୟ ଲାଗିବ। ଏହାକୁ ଦୃଷ୍ଟିରେ ରଖି ଆୟାରଙ୍କୁ ଉଭୟ ଟିମ୍‌ ଇଣ୍ଡିଆ ଏବଂ ଦିଲ୍ଲୀ କ୍ୟାପିଟାଲ୍ସରୁ ବାହାର କରାଯାଇଛି। ଆଇପିଏଲ୍‌ ଆରମ୍ଭ ହେବାକୁ ଆଉ ୨ ସପ୍ତାହ ଥିବା ବେଳେ ଡିସିର ଅଧିନାୟକ ଦାୟିତ୍ୱ କିଏ ସମ୍ଭାଳିବ ସେ ନେଇ ନାନାଦି କଳ୍ପନାଜଳ୍ପନା ଲାଗି ରହିଛି। ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଖେଳାଳିଙ୍କ ନାମ ଟ୍ରେଣ୍ଡ ହେଉଛି। ସେଥିରୁ ଜଣେ ହେଲେ ଅଜିଙ୍କ୍ୟ ରାହାନେ। କହିରଖୁଛୁ, ଦିଲ୍ଲୀ କ୍ୟାପିଟାଲ୍ସରେ ଅନେକ ଅଭିଜ୍ଞ ଖେଳାଳି ଅଛନ୍ତି। ସେମାନେ କେବେ ନା କେବେ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇଛନ୍ତି। ରବିଚନ୍ଦ୍ରନ ଅଶ୍ୱିନ, ଷ୍ଟିଭ୍‌ ସ୍ମିଥଙ୍କ ବ୍ୟତିତ ରାହାନେ ମଧ୍ୟ ଅଛନ୍ତି। ହେଲେ ରାହାନେ ଶ୍ରେଷ୍ଠ ବିକଳ୍ପ ହେବେ ବୋଲି ପ୍ରଶଂସକ କହୁଛନ୍ତି। ତାଙ୍କ ପାଖରେ ଅନୁଭବ ରହିଛି। ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ସେ ବିରାଟଙ୍କ ଅନୁପସ୍ଥିତିରେ ଦଳର ଦାୟିିତ୍ୱ ନେଇଥିଲେ। ତାଙ୍କ ଅଧିନାୟକତ୍ୱରେ ଦଳ ଜିତିଥିଲା। ରାହାନେଙ୍କ ବ୍ୟତିତ ରିଷଭ ପନ୍ତ ମଧ୍ୟ ସମ୍ଭାବ୍ୟ ତାଲିକାରେ ଅଛନ୍ତି। ତେବେ ଆଗାମୀ ଦିନରେ କିଏ ଅଧିନାୟକ ହେବ ତାହା ସ୍ପଷ୍ଟ ହେବ। The post ରାହାନେ ଧରିବେ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ! ଏଭଳି ହେଉଛି ଚର୍ଚ୍ଚା appeared first on Dharitri Odia News.