ଲୁଟେରା କନ୍ୟା: ବରକୁ ହତ୍ୟା କରି ନେଇଗଲା ୩ ଲକ୍ଷ ଟଙ୍କା, ସୁନା

ରତ୍‌ମାଲ, ୧।୮: ମଧ୍ୟପ୍ରଦେଶର ରତ୍‌ମାଲ ଜିଲାରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଏଠାରେ ବିବାହର ୨ ଦିନ ପରେ ଜଣେ ନବବିବାହିତ କନ୍ୟା ଓ ତାଙ୍କ ପରିବାର ସଦସ୍ୟ ମିଶି ବରକୁ ହତ୍ୟା କରିବା ସହ ନଗଦ ୩ ଲକ୍ଷ ଟଙ୍କା ଓ ସୁନା ଗହଣା ଧରି ଫେରାର୍‌ ହୋଇଯାଇଛି। ପୋଲିସ ବରର ଶବକୁ ଉଦ୍ଧାର କରିଥିବାବେଳେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଫିଲ୍ମ ଷ୍ଟାଇଲରେ ମିଥ୍ୟା ବିବାହର […] The post ଲୁଟେରା କନ୍ୟା: ବରକୁ ହତ୍ୟା କରି ନେଇଗଲା ୩ ଲକ୍ଷ ଟଙ୍କା, ସୁନା appeared first on Dharitri Odia News.

ଲୁଟେରା କନ୍ୟା: ବରକୁ ହତ୍ୟା କରି ନେଇଗଲା ୩ ଲକ୍ଷ ଟଙ୍କା, ସୁନା
ରତ୍‌ମାଲ, ୧।୮: ମଧ୍ୟପ୍ରଦେଶର ରତ୍‌ମାଲ ଜିଲାରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଏଠାରେ ବିବାହର ୨ ଦିନ ପରେ ଜଣେ ନବବିବାହିତ କନ୍ୟା ଓ ତାଙ୍କ ପରିବାର ସଦସ୍ୟ ମିଶି ବରକୁ ହତ୍ୟା କରିବା ସହ ନଗଦ ୩ ଲକ୍ଷ ଟଙ୍କା ଓ ସୁନା ଗହଣା ଧରି ଫେରାର୍‌ ହୋଇଯାଇଛି। ପୋଲିସ ବରର ଶବକୁ ଉଦ୍ଧାର କରିଥିବାବେଳେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଫିଲ୍ମ ଷ୍ଟାଇଲରେ ମିଥ୍ୟା ବିବାହର ନାଟକ ରଚାଇ କନ୍ୟା ଘର ପକ୍ଷରୁ ଏହି ଚାଞ୍ଚଲ୍ୟକର ଘଟଣା ଘଟାଯାଇଥିବା ଜଣାପଡ଼ିଛି। ଜଣାପଡ଼ିଛି ଯେ, ରତ୍‌ଲାମ ଜିଲାର ସାଇଲାନା ପୋଲିସ ଗତ ଜୁଲାଇ ୨୯ରେ ବାଂସଓ୍ବାଡା ବାଇପାସ୍‌ ନିକଟରୁ ମହେନ୍ଦ୍ର କଲାଲ ନାମକ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା। ଯାଞ୍ଚରୁ ଜଣାପଡ଼ିଲା ଯେ ରାଜସ୍ଥାନର ଘଲକିଆରେ ମହେନ୍ଦ୍ରଙ୍କ ପ୍ରକୃତ ଘର। ମହେନ୍ଦ୍ର ଗତ କିଛିବର୍ଷ ଧରି କୁଏତ୍‌ରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ସେ ବିବାହ ପାଇଁ ଘରକୁ ଆସିଥିଲେ। କିଛିଦିନ ହେବ ମହେନ୍ଦ୍ର ବାହାଘର ଲାଗି କନ୍ୟା ଖୋଜୁଥିଲେ। ଏହି ସମୟରେ ତାଙ୍କର ପରିଚୟ ମୁକେଶ ନାମକ ଜଣେ ଏଜେଣ୍ଟଙ୍କ ସହ ହୋଇଥିଲା। ମୁକେଶ ଧାର ଜିଲାରେ ରହୁଥିବା ମିନାକ୍ଷୀ ପୁରୋହିତ ନାମକ ଜଣେ ଯୁବତୀଙ୍କୁ ମହେନ୍ଦ୍ରଙ୍କ ପାଇଁ ପ୍ରସ୍ତାବ ଆଣିଥିଲେ। ମହେନ୍ଦ୍ର ଓ ତାଙ୍କ ପରିବାର ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ଏହାପରେ କଥାବାର୍ତ୍ତା ଅନୁଯାୟୀ ଜୁଲାଇ ୨୬ରେ ମିନାକ୍ଷୀ ଓ ତାଙ୍କ ପରିବାର ସଦସ୍ୟ ମହେନ୍ଦ୍ରଙ୍କ ଘରେ ପହଞ୍ଚତ୍ଥିଲେ। ସେଠାରେ ମହେନ୍ଦ୍ର ଓ ମିନାକ୍ଷୀଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଥିଲା। ଦାବି ମୁତାବକ ମିନାକ୍ଷୀଙ୍କ ପରିବାର ପକ୍ଷରୁ ୩ ଲକ୍ଷ ଟଙ୍କା ମହେନ୍ଦ୍ରଙ୍କ ପରିବାରକୁ ଦିଆଯାଇଥିଲା। କିନ୍ତୁ ବିବାହର ପରଦିନ ମିନାକ୍ଷୀ ଓ ତାଙ୍କ ପରିବାର ଲୋକ ମହେନ୍ଦ୍ରଙ୍କୁ ବୁଲାଇ ନେବା ବାହାନାରେ ଧାର ଜିଲାକୁ ନେଇଯାଇଥିଲେ। ଏହାପରେ ମହେନ୍ଦ୍ରଙ୍କ ଫୋନ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ମହେନ୍ଦ୍ରଙ୍କ ପରିବାର ପକ୍ଷରୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ମହେନ୍ଦ୍ରଙ୍କ ଭାଇ ନରେନ୍ଦ୍ର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ୧୦୦ କିଲୋମିଟର ଦୂରରୁ ମହେନ୍ଦ୍ରଙ୍କ ଶବ ଉଦ୍ଧାର କରିଥିଲା। ନରେନ୍ଦ୍ରଙ୍କ ଅଭିଯୋଗ ମୁତାବକ କନ୍ୟା ଘରଲୋକ ୩ ଲକ୍ଷ ଟଙ୍କା ସମେତ ୧୨ ତୋଳା ସୁନା ଧରି ଫେରାର୍‌ ହୋଇଯାଇଛନ୍ତି। ପୋଲିସ ଏହି ମାମଲାରେ କନ୍ୟା ଓ କନ୍ୟାଘର ସଦସ୍ୟଙ୍କୁ ଖୋଜିବା ଲାଗି ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। The post ଲୁଟେରା କନ୍ୟା: ବରକୁ ହତ୍ୟା କରି ନେଇଗଲା ୩ ଲକ୍ଷ ଟଙ୍କା, ସୁନା appeared first on Dharitri Odia News.