ଶୁକ୍ରବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ମେଷ – ଶ୍ରୀଚନ୍ଦ୍ର ଯୋଗୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବା ସହ ବନ୍ଧୁଙ୍କ ସହାୟତାରୁ ଅର୍ଥ ପାଇବେ । କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟରେ ଅଗ୍ରଗତି ଘଟିବାର ଆଶା ରହିଛି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।ଚାଷୀ- କୃଷି କର୍ମକାରୀ ହେବେ ।ରୋଗୀ- ଉତ୍ତମ ସ୍ୱାସ୍ଥ୍ୟ ସମ୍ପନ୍ନ ହେବେ ।ଛାତ୍ରଛାତ୍ରୀ- ପ୍ରତିଯୋଗିତାରେ ବିଜୟୀ ହେବେ ।କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।ବ୍ୟବସାୟୀ- ଶତ୍ରୁହନ୍ତା ହେବେ ।ଗୃହିଣୀ- ଧର୍ଯ୍ୟବାନ୍ ହେବେ । ବୃଷ – ବଳଶାଖୀ […]

ଶୁକ୍ରବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ
ମେଷ – ଶ୍ରୀଚନ୍ଦ୍ର ଯୋଗୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବା ସହ ବନ୍ଧୁଙ୍କ ସହାୟତାରୁ ଅର୍ଥ ପାଇବେ । କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟରେ ଅଗ୍ରଗତି ଘଟିବାର ଆଶା ରହିଛି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।ଚାଷୀ- କୃଷି କର୍ମକାରୀ ହେବେ ।ରୋଗୀ- ଉତ୍ତମ ସ୍ୱାସ୍ଥ୍ୟ ସମ୍ପନ୍ନ ହେବେ ।ଛାତ୍ରଛାତ୍ରୀ- ପ୍ରତିଯୋଗିତାରେ ବିଜୟୀ ହେବେ ।କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।ବ୍ୟବସାୟୀ- ଶତ୍ରୁହନ୍ତା ହେବେ ।ଗୃହିଣୀ- ଧର୍ଯ୍ୟବାନ୍ ହେବେ । ବୃଷ – ବଳଶାଖୀ କର୍ମାଧିପଙ୍କ ପ୍ରଭାବରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । କିନ୍ତୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ଫଳରେ ମାନସିକ ସ୍ଥିରତା ରହି ନ ପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।ଚାଷୀ- ଆଦର ମିଳିବ ।ରୋଗୀ- ଥଣ୍ଡ-କଫ ଜନିତ ସାମାନ୍ୟ ପୀଡା ରହିବ ।ଛାତ୍ରଛାତ୍ରୀ- ଆଦର୍ଶ ବ୍ୟକ୍ତିତ୍ୱ ହେବେ ।କର୍ମଜୀବି- ବଦଖର୍ଚ୍ଚୀ ହେବେ ।ବ୍ୟବସାୟୀ- ଭ୍ରମଣ ଯୋଗ କ୍ଷତି କାରକ ହେବ ।ଗୃହିଣୀ- ଉଦାର ପ୍ରକୃତିର ହେବେ । ମିଥୁନ – ଷଷ୍ଠାଧିପଙ୍କ କୁପ୍ରଭାବରୁ ସମସ୍ୟା ସମାଧାନ ହେବା ବଦଳରେ ଜଟିଳତା ଧାରଣ କରିବ । ପ୍ରଶାସନିକ ସ୍ତରରେ କିମ୍ବା ସଭାସମିତିରେ ଆଲୋଚନା ଅମୀମାଂସୀତ ରହିଯିବାର ସୂଚନା ରହିଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।ଚାଷୀ- ଶୁଭ ଫଳ ପାଇ ପାରନ୍ତି ।ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।ଛାତ୍ରଛାତ୍ରୀ- ବିଦେଶ ଯାତ୍ରା ବନ୍ଦ ।କର୍ମଜୀବି- ଜଳଯାତ୍ରା ମନା ।ବ୍ୟବସାୟୀ- ଭ୍ରମଣ ଯୋଗ କ୍ଷତି କାରକ ହେବ ।ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ । କର୍କଟ – ଚନ୍ଦ୍ର କର୍ମସ୍ଥାନରେ ରହିଥିବାରୁ କାମ ନ ଅଟକିଲେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ୟା ଦେଖା ଯିବ । ପାପଗ୍ରହ ମଧ୍ୟସ୍ଥ ରାଶାଧିପ କାରଣରୁ ଦୈହିକ ଦୁର୍ବଳତା ଜନିତ ମନୋବଳ କମି ଯାଇପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।ଛାତ୍ରଛାତ୍ରୀ- ତେଜସ୍ୱୀ ହେବେ ।କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।ବ୍ୟବସାୟୀ- ଭ୍ରମଣ ଯୋଗ କ୍ଷତି କାରକ ହେବ ।ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ । ସିଂହ – ରାହୁଗ୍ରସ୍ତ ରବିଙ୍କ ଯୋଗୁ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରି ମାନସିକ ସ୍ଥିତି ଭଲ ରହି ନ ପାରେ । କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡି ପ୍ରତ୍ୟେକ କଥାକୁ ଠିକ୍ ଭାବେ ବୁଝିପାରିବେନି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।ଚାଷୀ- ସପରିବାର ସହ ସମୟ ବିତାଇବେ ।ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।ଗୃହିଣୀ- ଧାର୍ମିକ ହେବେ । କନ୍ୟା – ଅଷ୍ଟମସ୍ଥ ଚନ୍ଦ୍ର ଯୋଗୁ ଆଜିର କାମରେ ବିଶୃଙ୍ଖଳା କାରଣରୁ ମନ ଭଲ ରହିବ ନାହିଁ । ଏଣେ ପରିବାରରେ ଭାଇଙ୍କ ସହ ମତାନ୍ତର ଯୋଗୁ ଦୁଶ୍ଚିନ୍ତା ବୃଦ୍ଧି ପାଇବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।ଗୃହିଣୀ- ପରକୁ ଆପଣାର କରିବେ । ତୁଳା – ଶୁଭଚନ୍ଦ୍ର ପ୍ରଭାବରୁ ସକାଳୁ ସକାଳୁ ମନ କୌଣସି ଶୁଭ ଖବର ପାଇ ଖୁସୀ ହୋଇଯିବ । ଅର୍ଥ ଓ ସମ୍ମାନ ପାଇବେ ଏବଂ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମ ମୁର୍ଖର ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।କର୍ମଜୀବି- ବଦଖର୍ଚ୍ଚୀ ହେବେ ।ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ । ବିଛା – ଧର୍ମସଂକଟରେ ପଡି ବନ୍ଧୁଙ୍କ କାମରେ ସାହାର୍ଯ୍ୟ, ସହ-ଯୋଗ କରିବାରେ ପଶ୍ଚାତ୍‌ପଦ ହେବେ । ଘରେ ଅନ୍ୟମନସ୍କ କାରଣରୁ ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।ଚାଷୀ- କୃଷି କର୍ମକାରୀ ହେବେ ।ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।ଛାତ୍ରଛାତ୍ରୀ- ପ୍ରତିଯୋଗିତାରେ ବିଜୟୀ ହେବେ ।କର୍ମଜୀବି- ଅର୍ଥ ହାନୀ ହେବ ।ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ । ଧନୁ – ଆଜିର ଗ୍ରହପ୍ରଭାବରେ ଯାତ୍ରା, ବାଣିଜ୍ୟ , ବନ୍ଧୁ ମିଳନ, ଅର୍ଥ ସମ୍ପର୍କ ପ୍ରଭୃତିରୁ ସୁଫଳ ପାଇବେ । କିନ୍ତୁ ବିବାଦରୁ ଦୂରେଇ ନ ରହିଲେ ଅପଦସ୍ଥ ହେବାକୁ ପଡିବାର ଆଶଙ୍କା ରହିଛି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।କର୍ମଜୀବି- ପ୍ରଶଂସିତ ହେବେ ।ବ୍ୟବସାୟୀ- ସଫଳତା ମିଳିବ ।ଗୃହିଣୀ- ସୁଖୀ ହେବେ । ମକର – ପରିବାର ସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତିଜନିତ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ । ଅବଶ୍ୟ ଶୁକ୍ରଙ୍କ ସ୍ଥିତି କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।କର୍ମଜୀବି- ପ୍ରଶଂସିତ ହେବେ ।ବ୍ୟବସାୟୀ- ସଫଳତା ମିଳିବ ।ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ । କୁମ୍ଭ – କର୍ମକ୍ଷେତ୍ରରେ ହାତକୁ ନେଇଥିବା କାମଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ରବି ଓ ରାହୁ ସହ ବୁଧଙ୍କ ସମ୍ପୃକ୍ତିରୁ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।ରୋଗୀ- ସୁସ୍ଥ ଅନୁଭବ କରିବେ ।ଛାତ୍ରଛାତ୍ରୀ- ଜ୍ଞାନ-ଗରିମା ବୃଦ୍ଧି ହେବ ।କର୍ମଜୀବି- ବଦଖର୍ଚ୍ଚୀ ହେବେ ।ବ୍ୟବସାୟୀ- ଶତ୍ରୁହନ୍ତା ହେବେ ।ଗୃହିଣୀ- ଉଦାର ପ୍ରକୃତିର ହେବେ । ମୀନ – ଭାଗ୍ୟାଧିପତିଙ୍କ ଅନୁଗ୍ରହରୁ ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ । ପ୍ରିୟଜନଙ୍କ ଉପକାର ଚିନ୍ତା ଓ ସାହାର୍ଯ୍ୟ କରି ମଧ୍ୟ ପ୍ରତିଦାନରେ କିଛି ପାଇବେ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।କର୍ମଜୀବି- ପ୍ରମୋସନ୍ ମିଳିବ ।ବ୍ୟବସାୟୀ- ଅର୍ଥ ଲାଭ ହେବ ।ଗୃହିଣୀ- ସୁଖଭାରା ଦିନଟି ।