ଶନିବାରଠୁ ଆରମ୍ଭ ହେବ ଜ୍ଞାନବାପୀ ମସଜିଦର ସର୍ଭେ କାମ : ମୁସଲିମ ପକ୍ଷଙ୍କ ସହ ବୈଠକ ପରେ ଜିଲ୍ଲାପାଳଙ୍କ ଘୋଷଣା

ନୂଆଦିଲ୍ଲୀ, ୧୩।୦୫ : ବାରଣାସୀରେ ଅବସ୍ଥିତ ଜ୍ଞାନବାପୀ ମସଜିଦରେ ସର୍ଭେ କାମ ଶନିବାରଠୁ ଆରମ୍ଭ ହେବ । ମୁସଲିମ ପକ୍ଷଙ୍କ ସହ ବୈଠକ ପରେ ଏନେଇ ଜିଲ୍ଲାପାଳ କୌଶଲ ରାଜ ଘୋଷଣା କରିଛନ୍ତି । ସର୍ଭେ ବେଳେ କମିଶନଙ୍କ ଜଣେ କାର୍ଯ୍ୟବାହୀ ଆଇନଜୀବୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଏନେଇ ସମସ୍ତ ପକ୍ଷ ସହ ଆଲୋଚନା ହୋଇଥିବା ଜଣାପଡିଛି । ଏହାପୂର୍ବରୁ ମସଜିଦର ସର୍ଭେ ମାମଲା ସୁପ୍ରିମକୋର୍ଟରେ ପହଁଚିଛି । ବାରଣାସୀର ଅଞ୍ଜୁମନ ଏ ଇନ୍ତଜାମିଆ କମିଟି ସର୍ଭେ ରୋକିବା ପାଇଁ ଆବେଦନ କରିଛି । ତେବେ ସୁପ୍ରିମକୋର୍ଟ ଏହା ଉପରେ ତୁରନ୍ତ ରୋକ ଲଗାଇବାକୁ ମନା କରିଦେଇଛନ୍ତି । ମାମଲା ଦେଖିବା ପରେ ଶୁଣାଣି କରିବେ ବୋଲି କହିଛନ୍ତି ।  ଅଞ୍ଜୁମନ-ଏ- ଇନ୍ତଜାମିଆର ମାମଲା ଲଢୁଥିବା ଆଇନଜୀବୀ ହୁଜେଫା ଅହମଦୀ କହିଛନ୍ତି ଯେ, ସେମାନଙ୍କୁ ତ୍ୱରିତ ଶୁଣାଣି ଦରକାର । କାରଣ ସର୍ଭେକ୍ଷଣର ଆଦେଶ ଦିଆଯାଇ ସାରିଛି । ସେ ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ନେତୃତ୍ୱାଧିନ ପୀଠରେ ତଳ କୋର୍ଟର ରାୟ ଉପରେ ରୋକ ଲଗାଇବାକୁ ଆବେଦନ କରିଛନ୍ତି । ରୋକ ଲଗାଇବାକୁ ମନା କଲେ କୋର୍ଟ ସୁପ୍ରିମକୋର୍ଟ ଏବେ ସର୍ଭେ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି । ତେବେ ଏହା ଉପରେ ଶୀଘ୍ର ଶୁଣାଣି କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଏହାସହ ଅଞ୍ଜୁମନ-ଏ- ଇନ୍ତଜାମିଆ ପକ୍ଷରୁ ଆଲହାବାଦ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦାଖଲ ଆବେଦନର ଶୁଣାଣି କରିବେ ବୋଲି ମଧ୍ୟ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଆଲହାବାଦ ହାଇକୋର୍ଟ ଆଦେଶ ଦେଇଥିଲେ ଯେ, ବିଶ୍ୱନାଥ ମନ୍ଦିର-ଜ୍ଞାନବାପୀ ମସଜିଦ ପକ୍ଷରୁ ଦାଖଲ ଆବେଦନକୁ ଖାରଜ କରିଦେଇଥିଲେ । ଯେଉଁଥିରେ ମସଜିଦ ପକ୍ଷରୁ ଜଣେ ଓକିଲଙ୍କୁ ନିରୀକ୍ଷଣ ପାଇଁ କମିଶନ ଭାବେ ନିଯୁକ୍ତ କରିବା ପାଇଁ କୁହାଯାଇଥିଲା । ଏହାସହ ମେ ୧୭ ମଧ୍ୟରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।