ଶବଦାହ କରିବାକୁ ଯିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା , ୧୭ ମୃତ,୫ ଗୁରୁତର

କୋଲକାତା ୨୮।୧୧ : ପଶ୍ଚମବଙ୍ଗଳାର ନଦିଆ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଶବଦାହ କରିବାକୁ ଯାଇ ନିଜେ ପାଲଟି ଗଲେ ଶବ। ମୃତଦେହ ନେଇ ଶ୍ମଶାନ ଆଡକୁ ଯିବାବେଳେ ଘଟିଲା ଏହି ସଡକ ଦୁର୍ଘଟଣା। ଟ୍ରକ୍‌କୁ ପଛରୁ ପିଟିଲା ମିନି ଭ୍ୟାନ୍‌। ଫଳରେ ଘଟଣାସ୍ଥଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ୫ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ନଦିଆ ଜିଲ୍ଲାର ହଂସଖାଲି ଫୁଲବାଡିରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତି ଗତିରେ ଆସୁଥିବା ମିନି ଭ୍ୟାନ୍‌ଟି ରାସ୍ତକାଡରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବର୍ତ୍ତମାନ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫଳରେ ଏଥିରେ ମୋଟ ୨୦ ଜଣ ଲୋକ ଥିଲେ। ସ୍ଥାନୀୟ ପୋଲିସ୍‌ଙ୍କ କହିବା ଅନୁଯାୟୀ, ଘନ କୁହୁଡି ଏବଂ ଗାଡିଟିର ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ହୋଇଛି। ଘଟଣାକୁ କେନ୍ଦ୍ର କରି ନଦିଆ ଥାନା ପୋଲିସ୍‌ ଏହାର ତଦନ୍ତ ଜାରି ରଖିଛି।