ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯାଉଛି କରୋନା ଟିକା

ପୁରୀ: କୋଭିଡ ସଂକ୍ରମଣକୁ ଏଡ଼ାଇବା ପାଇଁ ଆଜିଠାରୁ ଆରମ୍ଭ ହେଲା ସେବାୟତଙ୍କ ଟିକାକରଣ କାର୍ଯ୍ୟକ୍ରମ । ଟିକାଦାନର ସମୟ ରହିଛି ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ । ଲୋକନାଥ ରୋଡର ପ୍ରତିହାରୀ ନିଯୋଗ ବୈଠକ ହଲରେ ଭ୍ୟାକ୍ସିନେସନ କ୍ୟାମ୍ପ କରାଯାଇଛି। ୬୦ ବର୍ଷରୁ ଅଧିକ ସେବାୟତମାନେ ପରିଚୟ ପତ୍ର ଦେଖାଇ ଟିକା ନେଉଛନ୍ତି । ୪୫ ବର୍ଷରୁ ୫୯ ବର୍ଷ ମଧ୍ୟରେ ରହିଥିବା ସେବାୟତଙ୍କୁ ଟିକାକରଣ କରାଯାଉଛି । ୨ଟି କାଟାଗୋରୀରେ କେବଳ ପୁରୁଷମାନଙ୍କୁ […] The post ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯାଉଛି କରୋନା ଟିକା first appeared on Sambad.

ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯାଉଛି କରୋନା ଟିକା
ପୁରୀ: କୋଭିଡ ସଂକ୍ରମଣକୁ ଏଡ଼ାଇବା ପାଇଁ ଆଜିଠାରୁ ଆରମ୍ଭ ହେଲା ସେବାୟତଙ୍କ ଟିକାକରଣ କାର୍ଯ୍ୟକ୍ରମ । ଟିକାଦାନର ସମୟ ରହିଛି ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ । ଲୋକନାଥ ରୋଡର ପ୍ରତିହାରୀ ନିଯୋଗ ବୈଠକ ହଲରେ ଭ୍ୟାକ୍ସିନେସନ କ୍ୟାମ୍ପ କରାଯାଇଛି। ୬୦ ବର୍ଷରୁ ଅଧିକ ସେବାୟତମାନେ ପରିଚୟ ପତ୍ର ଦେଖାଇ ଟିକା ନେଉଛନ୍ତି । ୪୫ ବର୍ଷରୁ ୫୯ ବର୍ଷ ମଧ୍ୟରେ ରହିଥିବା ସେବାୟତଙ୍କୁ ଟିକାକରଣ କରାଯାଉଛି । ୨ଟି କାଟାଗୋରୀରେ କେବଳ ପୁରୁଷମାନଙ୍କୁ ଏହି ସୁବିଧା ଦିଆଯିବ । ଆଜି ୧୦୦ଜଣ ସେବାୟତଙ୍କୁ ଟିକାକରଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ତେବେ ମାଗଣାରେ ସେବାୟତଙ୍କୁ ଟିକାକରଣ କରାଯିବ । କରୋନା ଯୋଗୁଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ପୂଜା ଯେଭଳି ପ୍ରଭାବିତ ନହୁଏ ସେନେଇ ସେବାୟତମାନଙ୍କୁ ମାଗଣାରେ ପ୍ରାଥମିକତା ଭିତ୍ତିରେ ଟିକାକରଣ କରିବାକୁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ । ଏହାକୁ ବିଚାର କରି ଟିକାକରଣ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।The post ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯାଉଛି କରୋନା ଟିକା first appeared on Sambad.