ସାଉଥ୍ ଅଭିନେତ୍ରୀ ସଞ୍ଜନାଙ୍କ ବଢ଼ିଲା ଅସୁବିଧା, ଥାନାରେ ମାମଲା ରୁଜୁ

ବାଙ୍ଗାଲୋର ୦୮/୧୦: ସାଉଥ୍ ଫିଲ୍ମ ଏବଂ ଭୋଜପୁରୀ ଗୀତରେ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ସଞ୍ଜନା ଗାଲରାନିଙ୍କ ସମସ୍ୟା ଶେଷ ହେବାର ନାଁ ଧରୁନାହିଁ। କିଛି ସମୟ ପୂର୍ବରୁ ତାଙ୍କ ଉପରେ ଡ୍ରଗ୍ସ ନେଉଥିବାର ଅଭିଯୋଗ ହୋଇଥିଲା ଯାହା ପରେ ତାଙ୍କୁ ଜେଲ ଯିବାକୁ ପଡିଥିଲା। ବର୍ତ୍ତମାନ ଜଣେ କ୍ୟାବ ଡ୍ରାଇଭର ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁଯାୟୀ, ବାଙ୍ଗାଲୋରର ଜଣେ କ୍ୟାବ ଡ୍ରାଇଭର ସଞ୍ଜନା ଗାଲରାନିଙ୍କ ଉପରେ ଝଗଡ଼ା କରିବା ସହ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ସେ ଏକ ଏଫଆଇଆର ଦାଖଲ କରିଛନ୍ତି। କ୍ୟାବ ଡ୍ରାଇଭର ଅଭିଯୋଗ କରିଛନ୍ତି ଯେ ଅକ୍ଟୋବର ୫ ତାରିଖ ସକାଳେ ସଞ୍ଜନା ତାଙ୍କ କ୍ୟାବରେ ବସିଥିବା ବେଳେ ତାଙ୍କୁ ଏସି ଚଳାଇବାକୁ କହିଥିଲେ। କର୍ଣ୍ଣାଟକର କୋଭିଡ ପ୍ରୋଟୋକଲକୁ ଦର୍ଶାଇ ଡ୍ରାଇଭର ଏସି ଟର୍ନ୍ ଅନ୍ କରିବାକୁ ମନା କରିଦେଇଥିଲେ। ଏହା ଉପରେ ସଞ୍ଜନା ତାଙ୍କୁ ଦୁର୍ବ୍ୟବହାର କରି ନିଜେ ଏସି ଅନ୍ କରିଥିଲେ। ଏହା ପରେ ସେ ଡ୍ରାଇଭରଙ୍କୁ ଧମକ ଦେଇଥିଲେ ଯେ ସେ ତାଙ୍କ ବିରୋଧରେ ଅପହରଣ ମାମଲା ଦାଖଲ କରିବେ ଏବଂ ତାଙ୍କ ବିରୋଧରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଅଭିଯାନ ଚଳାଇବେ। ଡ୍ରାଇଭର କହିଛନ୍ତି ଯେ ସେ କର୍ଣ୍ଣାଟକ ଡ୍ରାଇଭର ଆସୋସିଏସନ ସହିତ ଏହି ମାମଲା ନେଇଛନ୍ତି। ଏହି ଘଟଣା ପରେ ସଞ୍ଜନା ଅକ୍ଟୋବର ୬ ରେ ଟ୍ୱିଟରରେ ଏକ ଲମ୍ବା ପୋଷ୍ଟ ସେୟାର କରି ସ୍ପଷ୍ଟ କରିଛନ୍ତି ଏବଂ କ୍ୟାବ ଡ୍ରାଇଭରଙ୍କୁ ଦାୟୀ କରିଛନ୍ତି। ସଞ୍ଜନା ଲେଖିଛନ୍ତି ଯେ ଡ୍ରାଇଭ୍ ତାଙ୍କ ସହ ଅସଦାଚରଣ କରିଥିଲେ। ଡ୍ରାଇଭର କୋଭିଡ ପ୍ରୋଟୋକଲ ବିଷୟରେ କୌଣସି ସୂଚନା ଦେଇନଥିଲେ। ସେ ତାଙ୍କୁ ଅନ୍ୟ କିଛି ଠିକଣାକୁ ନେଉଥିଲେ, ପରେ ଅଭିନେତ୍ରୀ ପୋଲିସକୁ ଡାକିଥିଲେ। କିନ୍ତୁ ଯେତେବେଳେ ଡ୍ରାଇଭର କାରକୁ ଅଟକାଇଥିଲେ, ସଞ୍ଜନା ପୋଲିସର କୌଣସି ପଦକ୍ଷେପ ନେବାକୁ ମନା କରିଦେଇଥିଲେ।