ସୋଏବ ଅଖତରଙ୍କ ବଡ ଦାବି, ଆଇପିଏଲରେ ଏତିକି କୋଟି ହେବ ବାବର ଆଜମଙ୍କ ମୂଲ୍ୟ

ନୂଆଦିଲ୍ଲୀ ୨୯।୦୩: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ପାକିସ୍ତାନ  କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମଙ୍କୁ ନେଇ ବଡ ଦାବି କରିଛନ୍ତି। ତାଙ୍କ ମତରେ ଦୁନିଆର ଏକ ନମ୍ବର ଦିନିକିଆ ଏ ବଂ ଟି-୨୦ ବ୍ୟାଟସମ୍ୟାନ ବାବର ଆଜମଙ୍କ ମୂଲ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ୧୫ ରୁ ୨୦ କୋଟି ହେବ। ଆଇପିଏଲର ୧୫ତମ ସଂସ୍କରଣ ଆରମ୍ଭ ହୋଇ ଯାଇଛି। ଏଥିରେ ପାକିସ୍ତାନ ବ୍ୟତୀତ ସମସ୍ତ ପ୍ରମୁଖ ଦେଶର ଖେଳାଳି ଏଥିରେ ଅଂଶ ଗ୍ରହଣ କରିଛନ୍ତି। ମାତ୍ର ଆଇପିଏଲର ପ୍ରଥମ କିଛି ସିଜିନରେ ପାକିସ୍ତାନ ଖେଳାଳି ଖେଳି ସାରିଛନ୍ତି। ରାଓ୍ଵଲପିଣ୍ଡି ଏକ୍ସପ୍ରେସ୍ ସଂପ୍ରତି ଆଇପିଏଲ୍ ପାଇଁ ସ୍ପୋର୍ଟ୍ସକିଡାରେ ପୂର୍ବତନ ଅଫ ସ୍ପିନର ହରଭଜନ ସିଂହଙ୍କ ସହିତ ମ୍ୟାଚ୍‌ର ସମୀକ୍ଷା କରୁଛନ୍ତି। ଦୁନିଆର ଦ୍ରୁତତମ ଦ୍ରୁତ ବୋଲର ସୋଏବ ଅଖତର ଆଇପିଏଲକୁ ନେଇ ନିଜର ବିଚାର ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଆଇପିଏଲରେ ବାବର ଆଜମଙ୍କୁ ବିରାଟ କୋହଲିଙ୍କ ସହିତ ଖେଳୁଥିବା ଦେଖିବା କେତେ ରୋମାଞ୍ଚକର ଏବଂ ଉପଭୋଗ୍ୟ ହେବ। ଆଇପିଏଲରେ ଗୋଟିଏ ଦିନ ବାବର ଆଜମ ଏବଂ ବିରାଟ କୋହଲିଙ୍କୁ ଏକାଠି ଇନିଂସ ଓପନ କରିବା ଦେଖିବା ସୌଭାଗ୍ୟର କଥା ହେବ। ସୋବଏ ଅଖତର କହିଛନ୍ତି, ଆଇପିଏଲରେ ନିଲାମ ହେଲେ ବାବର ଆଜମଙ୍କ ମୂଲ୍ୟ ୧୫ ରୁ ୨୦ କୋଟି ଟଙ୍କା ଛୁଇଁପାରେ। ସେ ପାକିସ୍ତାନର ସବୁଠୁ ମହଙ୍ଗା ଖେଳାଳି ହୋଇ ପାରିବେ। ଆଇପିଏଲ ୨୦୦୮ରେ ହିଁ ପାକିସ୍ତାନ ଖେଳାଳି ଅଂଶଗ୍ରହଣ କରି ପାରିଥିଲେ। ପାକିସ୍ତାନର ମୋଟ୍ ୧୧ ଜଣ ଖେଳାଳି ଆଇପିଏଲରେ ଭିନ୍ନ ଭିନ୍ନ ଦଳ ପକ୍ଷରୁ ଖେଳିଥିଲେ। ସେହି ସମୟରେ ସାହିଦ ଆଫ୍ରିଦି ପାକିସ୍ତାନର ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ। ତାଙ୍କୁ ଡେକାନ ଚାର୍ଜସ ୨.୭୧ କୋଟି ଟଙ୍କାରେ କିଣିଥିଲା। ଅଝର ମହସୁଦ ଆଇପିଏଲରେ ତିନୋଟି ସିଜିନ ଖେଳିଥିଲେ। କାରଣ  ତାଙ୍କ ନିକଟରେ ବ୍ରିଟିଶ ପାସପୋର୍ଟ ଥିଲା। ସେହି ପରି ୨୦୦୮ରେ ସୋଏବ ଅଖତରଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧.୭ କୋଟି ଟଙ୍କାରେ କିଣିଥିଲା।