ସ୍କ୍ରାପ୍ ଜବତ, ଦୁଇ ଗିରଫ

ଅନୁଗୁଳ: ବଅଁରପାଳ ପୁଲିସ ବୁଧବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ବେଳେ ଜୋରାଗାଡ଼ିଆ ଛକ ନିକଟରୁ ଏକ ସ୍କ୍ରାପ୍ ବୋଝେଇ ଗାଡ଼ି ଜବତ କରିଛି । ଏଥିରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଦୁଇ ଅଭିଯୁକ୍ତ ବାରଣାସୀ ଅଞ୍ଚଳର ଶ୍ରବଣ ପାଟିଲ ଓ ମନୋଜ ପଟେଲ୍ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ସୂଚନା ମୁତାବକ, ଦୁଇ ଅଭିଯୁକ୍ତ ଏକ ଟାଟା ଏସିଇ (ଓଡ଼ି୦୬ଏ-୫୯୮୫) ଯୋଗେ ଦୁଇ ଟନ୍‌ରୁ ଊର୍ଦ୍ଧ୍ବ […]

ସ୍କ୍ରାପ୍ ଜବତ, ଦୁଇ ଗିରଫ
ଅନୁଗୁଳ: ବଅଁରପାଳ ପୁଲିସ ବୁଧବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ବେଳେ ଜୋରାଗାଡ଼ିଆ ଛକ ନିକଟରୁ ଏକ ସ୍କ୍ରାପ୍ ବୋଝେଇ ଗାଡ଼ି ଜବତ କରିଛି । ଏଥିରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଦୁଇ ଅଭିଯୁକ୍ତ ବାରଣାସୀ ଅଞ୍ଚଳର ଶ୍ରବଣ ପାଟିଲ ଓ ମନୋଜ ପଟେଲ୍ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ସୂଚନା ମୁତାବକ, ଦୁଇ ଅଭିଯୁକ୍ତ ଏକ ଟାଟା ଏସିଇ (ଓଡ଼ି୦୬ଏ-୫୯୮୫) ଯୋଗେ ଦୁଇ ଟନ୍‌ରୁ ଊର୍ଦ୍ଧ୍ବ ସ୍କ୍ରାପ୍ କଣ୍ଟାବଣିଆ ଅଞ୍ଚଳରୁ ଅନୁଗୁଳ ଅଭିମୁଖେ ଆଣୁଥିବା ବେଳେ ଯୋରାଗାଡ଼ିଆ ଛକ ନିକଟରେ ପାଟ୍ରୋଲିଂ ପୁଲିସ ହାବୁଡ଼ରେ ପଡ଼ିଥିଲେ। ପୁଲିସ ଏ ସଂକ୍ରାନ୍ତରେ ଏକ କେସ୍ ରୁଜୁ କରି ଅଧିକ ତଦନ୍ତ ଚଳାଇଛି ବୋଲି ଥାନା ଅଧିକାରୀ ନରେଶ କୁମାର ସାହୁ ପ୍ରକାଶ କରିଛନ୍ତି