ସ୍ତନ୍ୟପାନ ସମୟରେ ସତର୍କତା

ଶିଶୁକୁ କ୍ଷୀର ଖୁଆଇବା ସମୟରେ ପ୍ରତ୍ୟେକ ମା’ଙ୍କୁ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସଚେତନ ହେବା ନିହାତି ଆବଶ୍ୟକ। ଜାଣି ରଖନ୍ତୁ ସେ ସମ୍ପର୍କରେ… ଅନେକ ମା’ ଅଣ୍ଟା ଏବଂ ପିଠିରେ କଷ୍ଟ ନ ହେବା ଲାଗି ଶୋଇକି ଶିଶୁକୁ କ୍ଷୀର ପିଆଇଥାନ୍ତି। ହେଲେ ଶୋଇବା ଅବସ୍ଥାରେ ଶିଶୁକୁ ସ୍ତନ୍ୟପାନ କରାଇବା ଦ୍ୱାରା ଶିଶୁର ନାକରେ ଚାପ ପଡ଼ି ଶ୍ୱାସରୁଦ୍ଧ ହେବା ଆଶଙ୍କା ଥାଏ। ଏମିତିକି ଏହାଦ୍ୱାରା ଶ୍ୱାସରୁଦ୍ଧ ହୋଇ ଶିଶୁ ମୃତ୍ୟୁର ବି ନଜିର […] The post ସ୍ତନ୍ୟପାନ ସମୟରେ ସତର୍କତା appeared first on Dharitri Odia News.

ସ୍ତନ୍ୟପାନ ସମୟରେ ସତର୍କତା
ଶିଶୁକୁ କ୍ଷୀର ଖୁଆଇବା ସମୟରେ ପ୍ରତ୍ୟେକ ମା’ଙ୍କୁ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସଚେତନ ହେବା ନିହାତି ଆବଶ୍ୟକ। ଜାଣି ରଖନ୍ତୁ ସେ ସମ୍ପର୍କରେ… ଅନେକ ମା’ ଅଣ୍ଟା ଏବଂ ପିଠିରେ କଷ୍ଟ ନ ହେବା ଲାଗି ଶୋଇକି ଶିଶୁକୁ କ୍ଷୀର ପିଆଇଥାନ୍ତି। ହେଲେ ଶୋଇବା ଅବସ୍ଥାରେ ଶିଶୁକୁ ସ୍ତନ୍ୟପାନ କରାଇବା ଦ୍ୱାରା ଶିଶୁର ନାକରେ ଚାପ ପଡ଼ି ଶ୍ୱାସରୁଦ୍ଧ ହେବା ଆଶଙ୍କା ଥାଏ। ଏମିତିକି ଏହାଦ୍ୱାରା ଶ୍ୱାସରୁଦ୍ଧ ହୋଇ ଶିଶୁ ମୃତ୍ୟୁର ବି ନଜିର ରହିଛି। ତେଣୁ ସର୍ବଦା ବସିରହି ସ୍ତନ୍ୟପାନ କରାଇବା ନିରାପଦ। ଏଥିପାଇଁ ପିଠିକୁ ତକିଆ କିମ୍ବା ଅନ୍ୟ କୌଣସି ସପୋର୍ଟ ଦେଇ କମ୍ଫର୍ଟେବଲ୍‌ ପୋଜିସନ୍‌ରେ ବସି ଶିଶୁକୁ ଖୁଆନ୍ତୁ। ଅନେକ ମା’ ଶିଶୁକୁ ଭୋକ ଲାଗୁଥିବ ଭାବି ଅଳ୍ପ ଅଳ୍ପ ସମୟ ବ୍ୟବଧାନରେ ସ୍ତନ୍ୟପାନ କରାଇଥାନ୍ତି। ବେଳେ ବେଳେ ଏହି କାରଣରୁ ଶିଶୁଠାରେ ଅରୁଚି, ବାନ୍ତି ଆଦି ଦେଖାଦେଇଥାଏ। ତେଣୁ ଶିଶୁକୁ ଭୋକ କଲେ ଅର୍ଥାତ୍‌ ସେ କାନ୍ଦିଲେ କ୍ଷୀର ପିଆଇବା କିମ୍ବା ଦେଢରୁ ଦୁଇ ଘଣ୍ଟା ବ୍ୟବଧାନରେ ଖୁଆଇବା ଦରକାର। ଏହାଦ୍ୱାରା ଶିଶୁର ଖାଦ୍ୟ ହଜମ ହେବା ସହଜ ହୋଇଥାଏ। କ୍ଷୀର ପିଇବା ପରେ ଶିଶୁକୁ ନିଜ କାନ୍ଧରେ ପକାଇ( ଯେପରି ଶିଶୁର ପେଟ ଚାପିହେବ) ତା’ ପିଠିକୁ କିଛି ସମୟ ଥାପୁଡାନ୍ତୁ। ଏହାଦ୍ୱାରା ଶିଶୁ ପେଟରୁ ହାକୁଡି ଆକାରରେ ଗ୍ୟାସ୍‌ ବାହାରି ଆସିବ ଏବଂ ସେ ବାନ୍ତି କରିବ ନାହିଁ। ଏହାପରେ ଶିଶୁକୁ ଚିତ୍‌ କରି ନ ଶୁଆଇ କଡ଼ମାଡି କିମ୍ବା ତା’ର ମୁହଁକୁ ଗୋଟେ କଡ଼କୁ କରି ଶୁଆଇବାକୁ ଚେଷ୍ଟା କରନ୍ତୁ। କାରଣ ଚିତ୍‌ ହୋଇ ଶୋଇବା ଦ୍ୱାରା ଶିଶୁ ବାନ୍ତି କରିବା ସମୟରେ ଏହା ନାକ ଦେଇ ଭିତରକୁ ଯାଇ ନିଃଶ୍ୱାସ ବନ୍ଦ ହୋଇଯିବା ଆଶଙ୍କା ଥାଏ। ଶିଶୁକୁ ସର୍ବଦା ଦୁଇସ୍ତନରୁ ସମାନ ପରିମାଣରେ କ୍ଷୀର ପିଆଇବାକୁ ଚେଷ୍ଟା କରନ୍ତୁ। ନଚେତ୍‌ ଗୋଟିଏ ସ୍ତନରେ ଅଧିକ କ୍ଷୀର ଜମାହୋଇ ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ତା’ଛଡ଼ା ଶିଶୁ ଯଦି ଠିକ୍‌ ଭାବେ କ୍ଷୀର ନ ପିଉଛି କିମ୍ବା ମା’ର ଅଧିକ କ୍ଷୀର ହେଉଛି ତେବେ ତାହା ଯେପରି ରହି ନ ଯାଏ ସେଥିପ୍ରତି ଧ୍ୟାନଦେବା ଆବଶ୍ୟକ। କାରଣ ଏହା ରହିଯିବା ଫଳରେ ସ୍ତନରେ ଗୋଟାଳି ହୋଇ ବିନ୍ଧିବା, ପୂଯ ହେବା ଏବଂ କେବେ କେବେ ଏହା ଅଧିକ କ୍ଷତିକାରକ ମଧ୍ୟ ହୋଇଥାଏ। ମନେ ରଖନ୍ତୁ ଯଦି ମା’ ଅତି ଦୁର୍ବଳ, ପୁଷ୍ଟିହୀନତାର ଶିକାର କିମ୍ବା ରୁଗ୍‌ଣ ହୋଇଥାଏ ତେବେ ସେ କ୍ଷେତ୍ରରେ ସ୍ତନ୍ୟପାନ ମା’ର ଜୀବନ ପ୍ରତି ବିପଦଜନକ। ସେହିପରି ମାନସିକ ରୋଗଗ୍ରସ୍ତ, କୁଷ୍ଠ, ଏଚ୍‌ଆଇଭି, ଯକ୍ଷ୍ମା, ହାଡଫୁଟି, ମିଳିମିଳା, ଜଣ୍ଡିସ୍‌ ଆଦି ରୋଗ ଥିଲେ କିମ୍ବା ମା’ ସ୍ତନରେ ଘା’ ହୋଇଥିଲେ ସ୍ତନ୍ୟପାନ କରାଇବା ଶିଶୁ ପ୍ରତି ବିପଜ୍ଜନକ। The post ସ୍ତନ୍ୟପାନ ସମୟରେ ସତର୍କତା appeared first on Dharitri Odia News.