ସ୍ଥଗିତ ହେଲା ଆଲିଆ ଓ ରଣବୀରଙ୍କ ବିବାହ, ଭାଇରାଲ ହେଉଛି ଏହି ପୋଷ୍ଟ…

ନୂଆଦିଲ୍ଳୀ ୧୦।୧୧ : ସ୍ଥଗିତ ହେଲା ଆଲିଆ ଓ ରଣବୀର ଙ୍କ ବିବାହ । ଗତ କିଛି ଦିନି ହେବ ଆଲିଆ-ରଣବୀର ଉଭୟଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । ହେଲେ ଏହି ସମୟରେ ଉଭୟଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି । ଏବେ ଶୁଣିବାକୁ ମିଳୁଛି ଯେ, ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ପୁଣି ସ୍ଥଗିତ ହୋଇଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଦର୍ଶାଯାଇଛି ଯେ ଏହି ଦମ୍ପତି ନିଜ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଉକ୍ତ ପୋଷ୍ଟରେ ଅନେକ ଫ୍ୟାନ୍ସମାନେ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । କାରଣ ଗତ ଦୀପାବଳି ଦିନ ଆଲିଆ ନିଜ ଇଣ୍ଟାଗ୍ରାମ୍‌ ଆକାଉଣ୍ଟରେ ଉଭୟଙ୍କ ଏକ ରୋମାଣ୍ଟିକ୍ ପୋଷ୍ଟ କରିଥିଲେ । ଯେଉଁ କାରଣରୁ ସେମାନଙ୍କ ଫ୍ୟାନ୍ସ ଭାବିଥିଲେ ଯେ, ଉଭୟ ଶୀଘ୍ର ବିବାହ କରିବେ। ଫଟୋଗ୍ରାଫର ଭାଇରାଲ ଭାୟାନି ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏହି ପୋଷ୍ଟରେ ସେ ରଣବୀର ଓ ଆଲିଆଙ୍କ ଫଟୋକୁ ସେୟାର କରି ଲେଖିଛନ୍ତି ଯେ, ଯେ ଆସନ୍ତା ବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ସ୍ଥଗିତ ରଖାଯାଇଛି । View this post on Instagram A post shared by Viral Bhayani (@viralbhayani) ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଦୁହେଁ  ବିବାହ କରିବେ ନାହିଁ । ଏହାସହ ସେ ସୂଚନା ଦେଇଛନ୍ତି ଯେ, ଉଭୟ ନିଜ କାମ ତଥା କ୍ୟାରିଅର ପାଇଁ ଦେଇଥିବା ପ୍ରତିଶ୍ରୁତି ହେତୁ ବିବାହ ତାରିଖକୁ ଘୁଞ୍ଚାଇବା ନିଷ୍ପତ୍ତି ନେଇଛନ୍ତି । ଦୁହେଁଙ୍କ ଫ୍ୟାନ୍ସ ନିଶ୍ଚିତ ଥିଲେ ଯେ, ରଣବୀର ଓ ଆଲିଆ ଚଳିତ ବର୍ଷ ହିଁ ବିବାହ କରିବେ । ହେଲେ ଏବେ ବିବାହ ଘୁଞ୍ଚିବା ଘଟଣା ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି । ଏପରିକି ସୋସିଆଲ୍‌ ମିଡିଆରେ ଅନେକ ଲୋକ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ‘ 'ବ୍ରହ୍ମାସ୍ତ୍ର' ପରି ବିବାହ ମଧ୍ୟ ବିଳମ୍ବ ହେଉଛି’ ।