ସୋନୀ ସାଜିଲେ ଛତିଶଗଡ଼ ବୋହୂ

ଝାରସୁଗୁଡ଼ା ଅଫିସ,୨୧।୪:  ୫ବର୍ଷ ତଳେ ଛତିଶଗଡ଼ରୁ ମହାନଦୀ ବନ୍ୟାଜଳରେ ଭାସିଆସିଥିବା ଯୁବତୀ ସୋନୀ ଯାଦବଙ୍କ ବୁଧବାର ବାହାଘର ପରେ ବଧୂ ବେଶରେ ଓଡିଶାରୁ ଛତିଶଗଡ଼ ଫେରିଯାଇଛନ୍ତି। ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ବାଦିମାଲ ପଞ୍ଚାୟତ କୁଶମେଲ୍‌ ଗ୍ରାମର ପାଳିତ ମା’ବାପା ଝିଅ ସୋନୀଙ୍କ ବିବାହ କାର୍ଯ୍ୟ କରାଇଥିଲେ। ଛତିଶଗଡ ରାୟଗଡ ଜିଲା ଧରମଗଡ ଗ୍ରାମର ପ୍ରେମ ସିଂ ଯାଦବଙ୍କ ପୁଅ ପୁରୁଷୋତ୍ତମଙ୍କ ସହିତ ସୋନୀଙ୍କ ବିବାହ ହୋଇଛି। ବାହାଘରରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ତାଙ୍କ […] The post ସୋନୀ ସାଜିଲେ ଛତିଶଗଡ଼ ବୋହୂ appeared first on Dharitri Odia News.

ସୋନୀ ସାଜିଲେ ଛତିଶଗଡ଼ ବୋହୂ
ଝାରସୁଗୁଡ଼ା ଅଫିସ,୨୧।୪:  ୫ବର୍ଷ ତଳେ ଛତିଶଗଡ଼ରୁ ମହାନଦୀ ବନ୍ୟାଜଳରେ ଭାସିଆସିଥିବା ଯୁବତୀ ସୋନୀ ଯାଦବଙ୍କ ବୁଧବାର ବାହାଘର ପରେ ବଧୂ ବେଶରେ ଓଡିଶାରୁ ଛତିଶଗଡ଼ ଫେରିଯାଇଛନ୍ତି। ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ବାଦିମାଲ ପଞ୍ଚାୟତ କୁଶମେଲ୍‌ ଗ୍ରାମର ପାଳିତ ମା’ବାପା ଝିଅ ସୋନୀଙ୍କ ବିବାହ କାର୍ଯ୍ୟ କରାଇଥିଲେ। ଛତିଶଗଡ ରାୟଗଡ ଜିଲା ଧରମଗଡ ଗ୍ରାମର ପ୍ରେମ ସିଂ ଯାଦବଙ୍କ ପୁଅ ପୁରୁଷୋତ୍ତମଙ୍କ ସହିତ ସୋନୀଙ୍କ ବିବାହ ହୋଇଛି। ବାହାଘରରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ତାଙ୍କ ସ୍ତ୍ରୀ ଉପସ୍ଥିତ ରହି ସୋନୀଙ୍କୁ କନ୍ୟାଦାନ କରିଥିଲେ। ବିଧାୟକ ମହାନ୍ତି କହିଛନ୍ତି, ଜଣେ ଅସହାୟ ଯୁବତୀଙ୍କୁ ଝିଅ କରି କନ୍ୟାଦାନ କରିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି। ହେଲେ ଛତିଶଗଡର ଜଣେ ଯୁବତୀ ମହାନଦୀ ଜଳରେ ଭାସିଆସିଥିବା ବେଳେ ତାଙ୍କୁ ଓଡ଼ିଶାର ଜଣେ ମତ୍ସ୍ୟଜୀବୀ ଉଦ୍ଧାର କରି ଝିଅ ଭାବେ ଲାଳନପାଳନ କରି ପୁଣି ବଧୂ ବେଶରେ ଛତିଶଗଡ ପଠାଇବା ଏକ ମହାନ କାର୍ଯ୍ୟ। ଏହି ବାର୍ତ୍ତା ଆଗାମୀ ଦିନରେ ଉଭୟ ରାଜ୍ୟର ମହାନଦୀ ଜଳ ବିବାଦର ସମାଧାନର ସୂତ୍ର ହେବ ବୋଲି ବିଧାୟକ କହିଥିଲେ। ସୂଚନା ଯୋଗ୍ୟ ୨୦୧୬ ସେପ୍ଟେମ୍ବର ୧୪ରେ କୁଶମେଲ୍‌ ଗ୍ରାମର ମତ୍ସ୍ୟଜୀବୀ ସନ୍ନ୍ୟାସୀ କାଲୋ ମହାନଦୀକୁ ମାଛ ମାରିବା ପାଇଁ ଯାଇଥିଲେ। ଏହି ସମୟରେ ନଦୀରେ ଜଣେ ଯୁବତୀ ଭାସୁଥିବା ଦେଖି ସେ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ। ଚେତା ଫେରିବା ପରେ ଯୁବତୀ ଜଣମ ଘଟଣା ସମ୍ପର୍କରେ କହିଥିଲେ, ତାଙ୍କ ନାଁ ସୋନୀ ଯାଦବ ଓ ଘର ଛତିଶଗଡ ସାରଙ୍ଗଗଡ ଥାନା ଜୋବ୍ରା ଗ୍ରାମରେ। ତାଙ୍କ ମା’ବାପା ନ ଥିବା ବେଳେ ସେ ମାଉସୀଙ୍କ ଘରେ ରହି ଜଣଙ୍କ ଘରେ କାମ କରୁଥିଲେ। ସେ ଚନ୍ଦ୍ରହାସିନୀ ମନ୍ଦିରକୁ ଦର୍ଶନ ପାଇଁ ଆସି ମହାନଦୀ କୂଳରେ ଧୋଇ ହେଉଥିବା ବେଳେ ଗୋଡ ଖସିଯିବାରୁ ୫୦ କି.ମି. ଦୂର ଭାସିଆସି କୁଶମେଲ୍‌ ନିକଟ ମହାନଦୀ କୂଳରେ ଲାଗିଥିଲେ। ସନ୍ନ୍ୟାସୀ ସେତେବେଳେ ନିଜ ଘର ଛତିଶଗଡରେ ଛାଡିଦେବା ପାଇଁ କହିବାରୁ ଯୁବତୀ ଜଣଙ୍କ ରାଜି ହୋଇ ନ ଥିଲେ। The post ସୋନୀ ସାଜିଲେ ଛତିଶଗଡ଼ ବୋହୂ appeared first on Dharitri Odia News.