ସାନିଟାଇଜରକୁ ନେଇ ଆସିଲା ସାଂଘାତିକ ସତ: ମାତ୍ରାଧିକ ହ୍ୟାଣ୍ଡ ‘ସାନିଟାଇଜର’ର ବ୍ୟବହାର ଶରୀରରେ ଆଣିପାରେ ବଡ ବିପଦ; କରୋନା କାଳରେ କବଚ ସାଜିଥିବା ସୁଗନ୍ଧିତ ସାନିଟାଇଜର ମଣିଷ ଦେହରେ ସୃଷ୍ଟି କରିପାରେ ଘାତକ ସମସ୍ୟା

କନକ ବ୍ୟୁରୋ: କରୋନା ମହାମାରୀ କବଳରେ ଏବେ ସାରା ବିଶ୍ୱ ଅସହାୟ ହୋଇପଡିଛି । ଆଉ କରୋନାର କାୟାକୁ ରୋକିବା ପାଇ ବର୍ତ୍ତମାନ ପରିସ୍ଥିତିରେ ଭ୍ୟାକ୍ସିନର ଟେଷ୍ଟିଂ ଜାରି ରହିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ବିଶେଷଜ୍ଞମାନେ ସୋସିଆଲ ଡିସଷ୍ଟାନ୍ସିଂ ଓ ମାସ୍କ ସହ ବାରମ୍ବାର ହାତକୁ ସଫା ରଖିବାକୁ ପରାମର୍ଶ ଦେଉଛନ୍ତି । ତେବେ ସାବୁନ-ପାଣି ନଥିଲେ ହାତକୁ ସାନିଟାଇଜର ଦ୍ୱାରା ମଧ୍ୟ ଜୀବାଣୁ ମୁକ୍ତ ରଖିପାରିବେ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ […]

ସାନିଟାଇଜରକୁ ନେଇ ଆସିଲା ସାଂଘାତିକ ସତ: ମାତ୍ରାଧିକ ହ୍ୟାଣ୍ଡ ‘ସାନିଟାଇଜର’ର ବ୍ୟବହାର ଶରୀରରେ ଆଣିପାରେ ବଡ ବିପଦ; କରୋନା କାଳରେ କବଚ ସାଜିଥିବା ସୁଗନ୍ଧିତ ସାନିଟାଇଜର ମଣିଷ ଦେହରେ ସୃଷ୍ଟି କରିପାରେ ଘାତକ ସମସ୍ୟା
କନକ ବ୍ୟୁରୋ: କରୋନା ମହାମାରୀ କବଳରେ ଏବେ ସାରା ବିଶ୍ୱ ଅସହାୟ ହୋଇପଡିଛି । ଆଉ କରୋନାର କାୟାକୁ ରୋକିବା ପାଇ ବର୍ତ୍ତମାନ ପରିସ୍ଥିତିରେ ଭ୍ୟାକ୍ସିନର ଟେଷ୍ଟିଂ ଜାରି ରହିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ବିଶେଷଜ୍ଞମାନେ ସୋସିଆଲ ଡିସଷ୍ଟାନ୍ସିଂ ଓ ମାସ୍କ ସହ ବାରମ୍ବାର ହାତକୁ ସଫା ରଖିବାକୁ ପରାମର୍ଶ ଦେଉଛନ୍ତି । ତେବେ ସାବୁନ-ପାଣି ନଥିଲେ ହାତକୁ ସାନିଟାଇଜର ଦ୍ୱାରା ମଧ୍ୟ ଜୀବାଣୁ ମୁକ୍ତ ରଖିପାରିବେ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଯାହାକୁ ଆପଣ ଜୀବାଣୁ ନାଶକ ଭାବି ବ୍ୟବହାର କରୁଛନ୍ତି ତାହା ବାସ୍ତବରେ ଆପଣଙ୍କୁ ବିପଦରେ ମଧ୍ୟ ପକାଇପାରେ । ଅର୍ଥାତ୍ ସାନିଟାଇଜର ମାତ୍ରାଧିକ ବ୍ୟବହାର ଦ୍ୱାରା ଶରୀରରେ ହର୍ମୋନାଲ ପରିବର୍ତ୍ତନ ଭଳି ସମସ୍ୟା ଦେଖାଦେଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ତେବେ ବିଶେଷଜ୍ଞଙ୍କ କହିବାନୁସାରେ, ଯେଉଁ ଭାଇରସକୁ ମାରିବା ପାଇଁ ସାନିଟାଇଜର ବ୍ୟବହାର କରାଯାଉଛି ତାହା ଭାଇରସକୁ ମାରିବା ପାଇଁ ପର୍ଯ୍ୟାପ୍ତ ନୁହଁ । ତଥାପି କିନ୍ତୁ କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର ଅତି ଜରୁରୀ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ, ଲୋକଙ୍କର ବିଶ୍ୱାସ ରହିଛି ଯେ, ଆଲକୋହଲ ଯୁକ୍ତ ସାନିଟାଇଜର ଦ୍ୱାରା ହାତରେ ଥିବା ଜୀବାଣୁ ୧୦୦ରୁ ୯୯ ପ୍ରତିଶତ ନଷ୍ଟ ହୋଇଯାଇଥାଏ । ଏଥିରେ ଉପଲବ୍ଧ ଥିବା ତତ୍ୱ ତଥା ଇଥାନଲ, ଆଇସୋପ୍ରୋପାନୋଲ କିମ୍ବା ଏନ-ପ୍ରୋପାନୋଲ, ଜୀବାଣୁ ବା ଜୀବାଣୁର ପ୍ରୋଟିନ ସ୍ତର ଉପରେ ଆକ୍ରମଣ କରି ଜୀବାଣୁକୁ ନଷ୍ଟ କରିଦେଇଥାଏ । ସେହିଭଳି ହାତରେ ଥିବା ଜୀବାଣୁକୁ ନଷ୍ଟ କରିବା ପାଇଁ ସାନଟାଇଜରରେ ୭୦ ପ୍ରତିଶତ ବା ଏହାଠୁ ଅଧିକ ଆଲକୋହଲ ରହିବା ଆବଶ୍ୟକ । ଆମେରିକାନ କେମିକାଲ୍ ସୋସାଇଟ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ହାତକୁ ସଫା କି ନାହିଁ ତାହା ହାତରେ ଲାଗିଥିବା ମଇଳା ଉପରେ ନିର୍ଭର କରୁଛି । ଯଦି ଆପଣଙ୍କ ହାତ ବହୁତ ମାତ୍ରାରେ ଅପରିଷ୍କାର ହୋଇଥିବ ତେବେ ସାନିଟାଇଜରର ସାମୀତ ମାତ୍ରା ହାତରେ ଲାଗିଥିବା ମଇଳାକୁ ସଫା କରିବାକୁ ପର୍ଯ୍ୟାପ୍ତ ନୁହେଁ । ସେହିଭଳି ହାଣ୍ଡ ସାନିଟାଇଜରକୁ ନେଇ ଅନେକ ଭ୍ରମ ମଧ୍ୟ ରହିଛି । ତେବେ କୌଣସି ବି ସାନିଟାଇଜର ସଂପୂର୍ଣ୍ଣ ରୂପରେ ଭାଇରସକୁ ନଷ୍ଟ କରିପାରିନଥାଏ । ତେଣୁ ପାଣି ବଦଳରେ ସାନିଟାଇଜର ବ୍ୟବହାର କରି ବା ପରେ ନିଜରୁ ସୁରକ୍ଷିତ ମାନୁଥିବା ବ୍ୟକ୍ତି କରୋନା ତଥା କୌଣସି ବି ଘାତକ ଭାଇରସର ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ଡାକ୍ତରମାନେ ମତ ପ୍ରକାଶ କରିଛନ୍ତି । ସେହିଭଳି ସାନିଟାଇଜରର ମାତ୍ରାଧିକ ବ୍ୟବହାର, ଶରୀରରେ ହର୍ମୋନଲ ଅସନ୍ତୁଳନ ଦେଖାଦେଇଥାଏ । ଫଳରେ ଆଂଟି ବାୟୋଟିକ୍ ରେଜିଷ୍ଟାନ୍ସ ଭଳି ପରିସ୍ଥିତି ବି ଉପୁଜିପାରେ । ତେବେ ପଶୁମାନଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରେ ଜଣାପଡିଛି କି, ଯଦି ସାନିଟାଇଜରର ବହୁଳ ବ୍ୟବହାର କରାଯାଏ ତେବେ ଏହା ଶରୀରରେ ଥିବା ହରମୋନ୍ ଭିନ୍ନ ଆଚରଣ କରିବା ଆରମ୍ଭ କରିଦିଏ । ତେବେ ମଣିଷ ଉପରେ ଏହାର କି ପ୍ରକାର ପ୍ରଭାବ ରହିଛି, ତାକୁ ନେଇ ବର୍ତ୍ତମାନ ଅଧ୍ୟୟନ ଜାରି ରହିଛି ।