ସଫଳ ହେଲା ବିରଳ ଅସ୍ତ୍ରୋପ୍ରଚାର: ମହିଳାଙ୍କ ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର; ରାଜ୍ୟପାଇଁ ଗୌରବ ଆଣିଲେ ଖୋର୍ଦ୍ଧା କୁହୁଡି ସାଇ ସେବା ସଦନର ଚିକିତ୍ସକ

କନକ ବ୍ୟୁରୋ: ସଫଳ ହେଲା ବିରଳ ଅସ୍ତ୍ରୋପ୍ରଚାର । ମହିଳାଙ୍କ ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର । ଖୋର୍ଦ୍ଧା କୁହୁଡି ସାଇ ସେବା ସଦନର ଚିକିତ୍ସକମାନେ ବିରଳ ଅସ୍ତ୍ରୋପ୍ରଚାର କରି ଏତେ ବଡ ଟ୍ୟୁମରକୁ ବାହାର କରିଛନ୍ତି । ଏହି ହସ୍ପିଟାଲର ସର୍ଜନ ଡାକ୍ତର ଜଗଦୀଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପାଂଚ ଜଣିଆ ଡାକ୍ତୀରୀ ଟିମ୍ ଦୀର୍ଘ ୫ ଘଂଟା ଧରି ଅପରେସନ କରିବା ପରେ ଏହି ସଫଳତା ମିଳିଛି । ଏବେ ମହିଳା ଜଣଙ୍କ […]

ସଫଳ ହେଲା ବିରଳ ଅସ୍ତ୍ରୋପ୍ରଚାର: ମହିଳାଙ୍କ ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର; ରାଜ୍ୟପାଇଁ ଗୌରବ ଆଣିଲେ ଖୋର୍ଦ୍ଧା କୁହୁଡି ସାଇ ସେବା ସଦନର ଚିକିତ୍ସକ
କନକ ବ୍ୟୁରୋ: ସଫଳ ହେଲା ବିରଳ ଅସ୍ତ୍ରୋପ୍ରଚାର । ମହିଳାଙ୍କ ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର । ଖୋର୍ଦ୍ଧା କୁହୁଡି ସାଇ ସେବା ସଦନର ଚିକିତ୍ସକମାନେ ବିରଳ ଅସ୍ତ୍ରୋପ୍ରଚାର କରି ଏତେ ବଡ ଟ୍ୟୁମରକୁ ବାହାର କରିଛନ୍ତି । ଏହି ହସ୍ପିଟାଲର ସର୍ଜନ ଡାକ୍ତର ଜଗଦୀଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପାଂଚ ଜଣିଆ ଡାକ୍ତୀରୀ ଟିମ୍ ଦୀର୍ଘ ୫ ଘଂଟା ଧରି ଅପରେସନ କରିବା ପରେ ଏହି ସଫଳତା ମିଳିଛି । ଏବେ ମହିଳା ଜଣଙ୍କ ସୁସ୍ଥ ଥିବା ଜଣାପଡିଛି । ରୋଗୀ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାର ପୁଲମତି ଗାଣ୍ଡ ନାମକ ଜଣେ ମହିଳାଙ୍କ ପେଟରେ ଏହି ବିରାଟ ଟ୍ୟୁମର ହୋଇଥିଲା । ଏହାର ଚିକିତ୍ସା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲିଥିଲେ ଫୁଲମତିଙ୍କ ପରିବାର । ହେଲେ ଚିକିତ୍ସା ହୋଇ ନପାରିବାରୁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଆର୍ଥିକ ଅନଟନ ଯୋଗୁଁ ବଡ ହସ୍ପିଟାଲକୁ ଯାଇ ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ତେଣୁ ସହାୟତା କରିବା ପାଇଁ ସୋସିଆଲ ମିଡିଆରେ ମଧ୍ୟ ସାହାଯ୍ୟ ମାଗିଥିଲେ । ଏହାକୁ ଦେଖିବା ପରେ ସହାୟତାର ହାତ ବଢ଼ାଇଥିଲା ସାଇ ସେବା ସଦନ ।