ସଫଳତା ପଥରେ ଫାଇଜର ଟିକା । ବ୍ରିଟେନ୍ ପରେ ବାହାରିନ୍ ରେ ଫାଇଜର-ବାୟୋଏନଟେକ୍ ଟିକାକୁ ମିଳିଲା ମଞ୍ଜୁରୀ । ଟିକାକରଣ ତାରିଖ ଅସ୍ପଷ୍ଟ

କନକ ବ୍ୟୁରୋ : ଫାଇଜର ଟିକାକୁ ପୁଣି ଏକ ରାଷ୍ଟ୍ର ମଞ୍ଜୁରୀ ପ୍ରଦାନ କରିଛି । ବ୍ରିଟେନ୍ ପରେ ଏବେ ପୃଥିବୀର ଦ୍ୱିତୀୟ ରାଷ୍ଟ୍ର ଭାବେ ବାହାରିନ୍ ଫାଇଜର ଏବଂ ବାୟୋଏନଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏନେଇ ବାହାରିନ୍ର ନ୍ୟାସନାଲ ହେଲଥ୍ ରେଗୁଲେଟାରୀ ଅଥରିଟୀର ମୁଖ୍ୟ ମାରିଅମ୍ ଅଲ୍- ଝାଲହାମାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଏ ସଂପର୍କରେ ବାହାରିନ୍ ନ୍ୟୁଜ୍ ଏଜେନ୍ସିରେ ଖବର ପ୍ରକାଶ ପାଇଛି […]

ସଫଳତା ପଥରେ ଫାଇଜର ଟିକା । ବ୍ରିଟେନ୍ ପରେ ବାହାରିନ୍ ରେ ଫାଇଜର-ବାୟୋଏନଟେକ୍ ଟିକାକୁ ମିଳିଲା ମଞ୍ଜୁରୀ । ଟିକାକରଣ ତାରିଖ ଅସ୍ପଷ୍ଟ
କନକ ବ୍ୟୁରୋ : ଫାଇଜର ଟିକାକୁ ପୁଣି ଏକ ରାଷ୍ଟ୍ର ମଞ୍ଜୁରୀ ପ୍ରଦାନ କରିଛି । ବ୍ରିଟେନ୍ ପରେ ଏବେ ପୃଥିବୀର ଦ୍ୱିତୀୟ ରାଷ୍ଟ୍ର ଭାବେ ବାହାରିନ୍ ଫାଇଜର ଏବଂ ବାୟୋଏନଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏନେଇ ବାହାରିନ୍ର ନ୍ୟାସନାଲ ହେଲଥ୍ ରେଗୁଲେଟାରୀ ଅଥରିଟୀର ମୁଖ୍ୟ ମାରିଅମ୍ ଅଲ୍- ଝାଲହାମାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଏ ସଂପର୍କରେ ବାହାରିନ୍ ନ୍ୟୁଜ୍ ଏଜେନ୍ସିରେ ଖବର ପ୍ରକାଶ ପାଇଛି । ତେବେ ଏହି ଟିକା ଦେଶର ଲୋକଙ୍କୁ କେବେ ଠାରୁ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଏହି ଫାଇଜର ଟିକା କରୋନା ଭୂତାଣୁକୁ ରୋକିବାରେ ୯୫ ପ୍ରତିଶତ ପଭାବୀ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଟିକା ଉପଲବ୍ଧ ପାଇଁ ଜର୍ମାନୀର ବାୟୋଫାର୍ମାସିଟ୍ୟୁକାଲ କମ୍ପାନୀ ବାୟୋଏନ୍ଟେକ୍ ଏହାର ଆମେରିକୀୟ ସହଯୋଗୀ ଫାଇଜର ଔପଚାରିକ ଭାବେ ବାହାରିନ୍ ର ସ୍ୱୀକୃତିଲାଭ କରିଥିବା କଥା କହିଛନ୍ତି । ଏହା ସହ ବାହାରିନରେ ଖୁବଶୀଘ୍ର ଟିକାକରଣ କରାଯିବ ବୋଲି ସେମାନଙ୍କୁ ବାହାରିନ୍ର ନ୍ୟାସନାଲ ହେଲଥ୍ ରେଗୁଲେଟୋରୀ କହିଥିବା କଥା ବି ସେ ସୂଚନା ଦେଇଛନ୍ତି । ଏହି ଆଶାରେ ପ୍ରଥମେ ବ୍ରିଟେନ୍ ସରକାର ଏହି ଟିକାକୁ ମଞ୍ଜୁରୀ ଦେଇଥିବା ବେଳେ ଏବେ ବାହାରିନ୍ ଏହାକୁ ବି ମଞ୍ଜୁରୀ ପ୍ରଦାନ କରିଛି । ହେଲେ ଏହି ଟିକା କେତେ ଫଳପ୍ରଦ ହେବ ତାହା ଟିକା କରଣ ପରେ ସାମ୍ନାକୁ ଆସିବ ।