ସାବଧାନ! ଦାଢ଼ି ରଖୁଥିବା ବ୍ୟକ୍ତି କରୋନାରେ ବେଶୀ ସଂକ୍ରମିତ ହେବେ, କାରଣ…

ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନାର ଭୟାବହତା ଜାରି ରହିଛି । କରୋନାକୁ ଦୂରେଇବା ପାଇଁ ସାନିଟାଇଜର, ମାସ୍କ ଆଦି ବ୍ୟବହାର କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି । ତେବେ ସମସ୍ତ ନିୟମ ମାନିବା ପରେ ମଧ୍ୟ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେଉଥିବାର ଦେଖାଯାଉଛି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଦାଢ଼ି ରଖିବା ଦ୍ୱାରା କରୋନାର ସଂକ୍ରମଣର ଆଶଙ୍କା ହଜାରେ ଗୁଣ ବଢ଼ିଯାଇଥାଏ । କିଛି ଲୋକ ବ୍ୟକ୍ତିଗତ ବା ଧାର୍ମିକ କାରଣରୁ ଦାଢ଼ି ରଖିଥାନ୍ତି […] The post ସାବଧାନ! ଦାଢ଼ି ରଖୁଥିବା ବ୍ୟକ୍ତି କରୋନାରେ ବେଶୀ ସଂକ୍ରମିତ ହେବେ, କାରଣ… appeared first on Odisha Bhaskar.

ସାବଧାନ! ଦାଢ଼ି ରଖୁଥିବା ବ୍ୟକ୍ତି କରୋନାରେ ବେଶୀ ସଂକ୍ରମିତ ହେବେ, କାରଣ…
ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନାର ଭୟାବହତା ଜାରି ରହିଛି । କରୋନାକୁ ଦୂରେଇବା ପାଇଁ ସାନିଟାଇଜର, ମାସ୍କ ଆଦି ବ୍ୟବହାର କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି । ତେବେ ସମସ୍ତ ନିୟମ ମାନିବା ପରେ ମଧ୍ୟ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେଉଥିବାର ଦେଖାଯାଉଛି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଦାଢ଼ି ରଖିବା ଦ୍ୱାରା କରୋନାର ସଂକ୍ରମଣର ଆଶଙ୍କା ହଜାରେ ଗୁଣ ବଢ଼ିଯାଇଥାଏ । କିଛି ଲୋକ ବ୍ୟକ୍ତିଗତ ବା ଧାର୍ମିକ କାରଣରୁ ଦାଢ଼ି ରଖିଥାନ୍ତି । ଫଳରେ ମାସ୍କ ମୁହଁରେ ଠିକ ଭାବରେ ଫିଟ୍ ହୋଇନଥାଏ । ନିଜର ସୌକିନ ପାଇଁ ଦାଢ଼ି ରଖୁଥିବା ଲୋକେ କେବଳ ମାସ୍କ ପିନ୍ଧିଦେଲେ ସଂକ୍ରମଣରୁ ବର୍ତ୍ତି ପାରିବେ ନାହିଁ । ଚେହେରାରେ ଅଧିକ ବାଳ ରହିବା ଫଳରେ ମାସ୍କ ତା’ର କାର୍ଯ୍ୟ ଠିକ ଭାବରେ କରିପାରି ନଥାଏ । ଏହାଦ୍ୱାରା ମାସ୍କରେ ଲିକେଜ୍ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ଫଳରେ ଶରୀରକୁ ଅଶୁଦ୍ଧ ବାୟୁ ସହଜରେପ୍ରବେଶ କରିପାରିଥାଏ । ଯାହାକି ପରବର୍ତ୍ତୀ ସମୟରେ ସଂକ୍ରମଣକୁ ଡାକି ଆଣିଥାଏ । The post ସାବଧାନ! ଦାଢ଼ି ରଖୁଥିବା ବ୍ୟକ୍ତି କରୋନାରେ ବେଶୀ ସଂକ୍ରମିତ ହେବେ, କାରଣ… appeared first on Odisha Bhaskar.