ସ୍ବାମୀ ବିରୁଦ୍ଧରେ ଅଭିଯୋଗ ଆଣି ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ !

ସ୍ବାମୀ ବିରୁଦ୍ଧରେ ଅଭିଯୋଗ ଆଣି ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ ! ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମର ସରୋଜିନୀ ନାଏକ ତାଙ୍କ ସ୍ୱାମୀ ପ୍ରଶାନ୍ତ ନାଏକ ଙ୍କ ନାମରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସୂଚନା ମୁତାବକ ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମର ସରୋଜିନୀ ନାଏକ ଏବଂ ତାଙ୍କ ସ୍ୱାମୀ ପ୍ରଶାନ୍ତ ନାଏକ ଙ୍କ ମଧ୍ୟରେ ଅନେକ ଦିନ ଧରି ଘରୋଇ କଳହ ଲାଗିରହିଥିଲା। ତାଙ୍କ ସ୍ୱାମୀ ପ୍ରତ୍ୟେକ ଦିନ ମଦ୍ୟପାନ କରି ଆସି ବିନା କାରଣରେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରନ୍ତି ବୋଲି ସରୋଜିନୀ ଅଭିଯୋଗ କରିଛନ୍ତି। ଏମିତିକି ଜୀବନରୁ ତାଙ୍କୁ ମାରିଦେବାକୁ ଧମକ ଦେଉଥିବା ମଧ୍ୟ ସେ କହିଛନ୍ତି। ତାଙ୍କୁ ପ୍ରତ୍ୟେକ ଦିନ ବିନା କାରଣରେ ତାଙ୍କ ସ୍ୱାମୀ ପ୍ରଶାନ୍ତ ନାଏକ ମଦ୍ୟପାନ କରି ଗାଳିଗୁଲଜ କରନ୍ତି ଏବଂ ମାଡ଼ ମଧ୍ୟ ମାରନ୍ତି ବୋଲି ସେ ଏକ ଗୁରୁତର ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରି ଧକ୍କା ଦେଇ ୫ ମାସ ରୁ ଅଧିକ ଦିନ ହେଲାଣି ଘରୁ ବାହାର କରିଦେଇଛନ୍ତି। ଧକ୍କା ମାରି ଘରୁ ବାହାର କରିଦେଇ ତାଙ୍କ ନାମରେ ତାଙ୍କ ସ୍ୱାମୀ ଯେଉଁ ମିଥ୍ୟା ପ୍ରଚାର କରୁଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରୋଜିନୀ ଆରକ୍ଷୀ ଅଧିକ୍ଷକ ଢେଙ୍କାନାଳ ଙ୍କୁ ନିବେଦନ କରିଛନ୍ତି। ତାଙ୍କ ନାମରେ ତାଙ୍କ ସ୍ୱାମୀ ମିଥ୍ୟା ପ୍ରଚାର କରିବା ଦ୍ୱାରା ସେ ମୁଣ୍ଡ ଟେକି ବାଟ ଚାଲିପାରୁ ନାହାଁନ୍ତି। କଥାରେ କୁହନ୍ତି ପ୍ରତ୍ୟେକ ସ୍ତ୍ରୀ ଙ୍କ ର ତାଙ୍କ ସ୍ୱାମୀ ହେଉଛନ୍ତି ଇହକାଳ ପରକାଳର ଦେବତା । ସ୍ୱାମୀ ପ୍ରତ୍ୟେକ ମୂହୁର୍ତ୍ତ ରେ ସ୍ତ୍ରୀ କୁ ରକ୍ଷା କବଚ ହୋଇ ରକ୍ଷା କରେ ଯେମିତିକି ସ୍ତ୍ରୀ ର ମାନ ସମ୍ମାନ ରେ ଟିକିଏ ବି ଆଞ୍ଚ୍ ନଆସୁ। ହେଲେ ଏଠି ତାହାର ସଂପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି। ଏହି ସ୍ୱାମୀ ଦେବତା ନିଜ ସ୍ତ୍ରୀ କୁ ମିଛରେ ଯେଉଁ ବଦନାମ୍ କଲେ ସେହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ସ୍ୱାମୀ ସ୍ୱାମୀ ଜାତି ପାଇଁ କଳଙ୍କ ବୋଲି ବୁଦ୍ଧିଜୀବୀମାନେ କହିବା ସହ ଏହାର ଦୃଢ ନିନ୍ଦା ମଧ୍ୟ କରିଛନ୍ତିି। ନିଜ ସ୍ତ୍ରୀ କୁ ସାରା ଦୁନିଆଁ ଆଗରେ ମିଛରେ ବଦନାମ୍ କରିବା କେତେ ଯୁକ୍ତିଯୁକ୍ତ ତାହା ଆପଣମାନେ ବିଚାର କରିବେ। ଢ଼େଙ୍କାନାଳ ରୁ ତ୍ରିନାଥ ବେହେରା ଙ୍କ ରିପୋର୍ଟ Dreams rider.

ସ୍ବାମୀ ବିରୁଦ୍ଧରେ ଅଭିଯୋଗ ଆଣି ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ !