ସ୍ବାସ୍ଥ୍ୟ ସେବାରେ ରେକର୍ଡ: ଗୋଟିଏ ଦିନରେ ସୁସ୍ଥ ହେଲେ ୬୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ, ୧୯।୮: ଦେଶର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଆକ୍ରାନ୍ତଙ୍କ ସୁସ୍ଥ ହେବାରେ ବୁଧବାର ଏକ ନୂଆ ରେକର୍ଡ ହୋଇଛି। ଗୋଟିଏ ଦିନରେ ୬୦ ହଜାର ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୭୩ ପ୍ରତିଶତ ଥିବାବେଳେ ମୃତ୍ୟୁ ହା ୧.୯୩ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ […] The post ସ୍ବାସ୍ଥ୍ୟ ସେବାରେ ରେକର୍ଡ: ଗୋଟିଏ ଦିନରେ ସୁସ୍ଥ ହେଲେ ୬୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ appeared first on Dharitri Odia News.

ସ୍ବାସ୍ଥ୍ୟ ସେବାରେ ରେକର୍ଡ: ଗୋଟିଏ ଦିନରେ ସୁସ୍ଥ ହେଲେ ୬୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ, ୧୯।୮: ଦେଶର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଆକ୍ରାନ୍ତଙ୍କ ସୁସ୍ଥ ହେବାରେ ବୁଧବାର ଏକ ନୂଆ ରେକର୍ଡ ହୋଇଛି। ଗୋଟିଏ ଦିନରେ ୬୦ ହଜାର ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୭୩ ପ୍ରତିଶତ ଥିବାବେଳେ ମୃତ୍ୟୁ ହା ୧.୯୩ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୬୭ ହଜାର ୨୭୪ ରହିଛି। ସେହିପରି ମୃତକଙ୍କ ସଂଖ୍ୟା ୫୨ ହଜାର ୮୮୯ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୪ ହଜାର ୫୩୧ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ହଜାରେ ୯୨ ଜଣଙ୍କର ମୃତ୍ୟୁ ଘଟିଛି। ୨୦ ଲକ୍ଷ ୩୭ ହଜାର ୮୭୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୬ ଲକ୍ଷ ୭୬ ହଜାର ୫୧୪ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଇତିମଧ୍ୟରେ ୩ କୋଟି ୧୭ ଲକ୍ଷ ୪୨ ହଜାର ୭୮୨ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ମଙ୍ଗଳବାର ୮ ଲକ୍ଷ ଏକ ହଜାର ୫୧୮ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି। The post ସ୍ବାସ୍ଥ୍ୟ ସେବାରେ ରେକର୍ଡ: ଗୋଟିଏ ଦିନରେ ସୁସ୍ଥ ହେଲେ ୬୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ appeared first on Dharitri Odia News.