ସମ୍ବଲପୁର ଜିଲ୍ଲାରେ ୧୦ଦିନିଆ ସଟ୍‌ଡାଉନ୍, ଦୁଇଟି ପର୍ଯ୍ୟାୟରେ ହେବ ଲାଗୁ

ସମ୍ବଲପୁର ୨୧।୭: ସମ୍ବଲପୁର ଜିଲ୍ଲାରେ ୧୦ ଦିନିଆ ସଟ୍ ଡାଉନ୍ । ଦୁଇଟି ପର୍ଯ୍ୟାୟରେ ଏହି ସଟ୍ ଡାଉନ୍ ଜାରି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୨ରୁ ୨୫ ତାରିଖ ୪ ଦିନ ସଟ୍ ଡାଉନ୍ କରାଯିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୨୫ରୁ ୩୧ ତାରିଖ ଯାଏଁ ୬ ଦିନ ସଟ୍ ଡାଉନ୍ କରାଯିବ । ଜିଲ୍ଲାରେ ଏହି ସଟ୍ ଡାଉନ୍ ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି । ରାଜ୍ୟରେ ଦିନକୁ ଦିନ ହୁ ହୁ […]

ସମ୍ବଲପୁର ଜିଲ୍ଲାରେ ୧୦ଦିନିଆ ସଟ୍‌ଡାଉନ୍, ଦୁଇଟି ପର୍ଯ୍ୟାୟରେ ହେବ ଲାଗୁ
ସମ୍ବଲପୁର ୨୧।୭: ସମ୍ବଲପୁର ଜିଲ୍ଲାରେ ୧୦ ଦିନିଆ ସଟ୍ ଡାଉନ୍ । ଦୁଇଟି ପର୍ଯ୍ୟାୟରେ ଏହି ସଟ୍ ଡାଉନ୍ ଜାରି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୨ରୁ ୨୫ ତାରିଖ ୪ ଦିନ ସଟ୍ ଡାଉନ୍ କରାଯିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୨୫ରୁ ୩୧ ତାରିଖ ଯାଏଁ ୬ ଦିନ ସଟ୍ ଡାଉନ୍ କରାଯିବ । ଜିଲ୍ଲାରେ ଏହି ସଟ୍ ଡାଉନ୍ ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି । ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ । ୪ ଦିନ ପରେ ଆଂଶିକ ପନିପରିବା ଓ ତେଜରାତି ଦୋକାନ ଖୋଲିବ ।