ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି ଜାରି: ଏସଆରସି

ଭୁବନେଶ୍ୱର(ଓଡିଶା ଭାସ୍କର): ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୨ ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୪ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇପାରେ ଲଘୁଚାପ । ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ‘ବାତ୍ୟା ଉତ୍ତର ଓଡିଶାରୁ ବାଂଲାଦେଶ ମଧ୍ୟରେ ମାଡ ହୋଇପାରେ । କେଉଁଠାରେ ଲ୍ୟାଣ୍ଡଫଲ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସତର୍କତା ଦୃଷ୍ଟିରୁ […] The post ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି ଜାରି: ଏସଆରସି appeared first on Odisha Bhaskar.

ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି ଜାରି: ଏସଆରସି
ଭୁବନେଶ୍ୱର(ଓଡିଶା ଭାସ୍କର): ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୨ ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୪ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇପାରେ ଲଘୁଚାପ । ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ‘ବାତ୍ୟା ଉତ୍ତର ଓଡିଶାରୁ ବାଂଲାଦେଶ ମଧ୍ୟରେ ମାଡ ହୋଇପାରେ । କେଉଁଠାରେ ଲ୍ୟାଣ୍ଡଫଲ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସତର୍କତା ଦୃଷ୍ଟିରୁ ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଛନ୍ତି । ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ମତ୍ସଜୀବୀମାନଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ବିଭାଗ ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି ଜାରି ରଖିଛନ୍ତି । ବିଭିନ୍ନ ଟେଲିକମ୍ କମ୍ପାନୀ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛୁ ।’ ଅଯଥାରେ ଭୟ କରି ହାଟ ବଜାରରେ ଭିଡ ନକରିବାକୁ ଲୋକଙ୍କୁ ଏସଆରସି ଅନୁରୋଧ କରିଛନ୍ତି । କଳାକଜାରୀ ରୋକିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଏସଆରସି । ତେବେ ବାତ୍ୟା ଉତ୍ତର ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଆଡ଼କୁ ଏହା ଗତି କରିବା ସମ୍ଭାବନା ରହିଛି । ୨୬ ସୁଦ୍ଧା ଏହା ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିପାରେ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୧ ରୁ ୨୭ ଯାଏ ବଙ୍ଗୋପସାଗରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । The post ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି ଜାରି: ଏସଆରସି appeared first on Odisha Bhaskar.