ସରକାର ଘରୋଇ ବିମାନ ସଂଖ୍ୟାକୁ ପୂର୍ବ କୋଭିଡ ସ୍ତରର ୭୦ରୁ ୮୦ ପ୍ରତିଶତ ବୃଦ୍ଧି କଲେ

ନୂଆଦିଲ୍ଲୀ: ସରକାର ଦେଶ ମଧ୍ୟରେ ଚଳାଚଳ କରୁଥିବା ଘରୋଇ ବିମାନ ସଂଖ୍ୟାକୁ ଗୁରୁବାର ପୂର୍ବ-କୋଭିଡ ସ୍ତରର ୭୦ପ୍ରତିଶତରୁ ୮୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ନଭେମ୍ବର ୧୧ରେ ମନ୍ତ୍ରୀ କହିଥିଲେ ଯେ, ଭାରତୀୟ ଏୟାରଲାଇନ୍ସ କରୋନା ମହାମାରୀ ସଂକ୍ରମଣ ପରିସ୍ଥିତି ପାଇଁ ପ୍ରି-କୋଭିଡ ସ୍ତର ନିଜର ଘରୋଇ ବିମାନରୁ ୭୦ପ୍ରତିଶତ ପରିଚାଳନା କରି ପାରିବ। ମନ୍ତ୍ରୀ ପୁରୀ ଆଜି ଟୁଇଟ୍ କରି କହିଛନ୍ତି ଯେ, ଘରୋଇ […] The post ସରକାର ଘରୋଇ ବିମାନ ସଂଖ୍ୟାକୁ ପୂର୍ବ କୋଭିଡ ସ୍ତରର ୭୦ରୁ ୮୦ ପ୍ରତିଶତ ବୃଦ୍ଧି କଲେ first appeared on Sambad.

ସରକାର ଘରୋଇ ବିମାନ ସଂଖ୍ୟାକୁ ପୂର୍ବ କୋଭିଡ ସ୍ତରର ୭୦ରୁ ୮୦ ପ୍ରତିଶତ ବୃଦ୍ଧି କଲେ
ନୂଆଦିଲ୍ଲୀ: ସରକାର ଦେଶ ମଧ୍ୟରେ ଚଳାଚଳ କରୁଥିବା ଘରୋଇ ବିମାନ ସଂଖ୍ୟାକୁ ଗୁରୁବାର ପୂର୍ବ-କୋଭିଡ ସ୍ତରର ୭୦ପ୍ରତିଶତରୁ ୮୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ନଭେମ୍ବର ୧୧ରେ ମନ୍ତ୍ରୀ କହିଥିଲେ ଯେ, ଭାରତୀୟ ଏୟାରଲାଇନ୍ସ କରୋନା ମହାମାରୀ ସଂକ୍ରମଣ ପରିସ୍ଥିତି ପାଇଁ ପ୍ରି-କୋଭିଡ ସ୍ତର ନିଜର ଘରୋଇ ବିମାନରୁ ୭୦ପ୍ରତିଶତ ପରିଚାଳନା କରି ପାରିବ। ମନ୍ତ୍ରୀ ପୁରୀ ଆଜି ଟୁଇଟ୍ କରି କହିଛନ୍ତି ଯେ, ଘରୋଇ ବିମାନ ସେବା ମଇ ୨୫ରେ ୩୦ହଜାର ଯାତ୍ରୀ ସହ ଆରମ୍ଭ ହୋଇଥିଲା। ଯାହାକି ୨୦୨୦ ନଭେମ୍ବର ୨୦ ସୁଦ୍ଧା ଏହା ୨.୫୨ ଲକ୍ଷରେ ପହଞ୍ଚି ଯାଇଛି।।   Domestic operations recommenced with 30K passengers on 25 May & have now touched a high of 2.52 lakhs on 30 Nov 2020. @MoCA_GoI is now allowing domestic carriers to increase their operations from existing 70% to 80% of pre-COVID approved capacity.@PMOIndia @DGCAIndia — Hardeep Singh Puri (@HardeepSPuri) December 3, 2020 ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବର୍ତ୍ତମାନ ଘରୋଇ ଏୟା‌ରଲାଇନ୍ସକୁ ପୂର୍ବ କ୍ଷମତା ସ୍ତରର ୭୦ପ୍ରତିଶତ ରୁ ୮୦ପ୍ରତିଶତକୁ ବୃଦ୍ଧି କରିବାକୁ ଅନୁମତି ଦେଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କୋଭିଡ-୧୯ ଲକଡାଉନ କାରଣରୁ ଦୁଇ ମାସ ପର୍ଯ୍ୟନ୍ତ ବନ୍ଦ ରହିଥିବା ଘରୋଇ ଯାତ୍ରୀ ବିମାନକୁ ମଇ ୨୫ ତାରିଖରେ ଆରମ୍ଭ କରିଥିଲେ। ତେବେ ଏୟାରଲାଇନ୍ସକୁ ସେମାନଙ୍କର ପୂର୍ବ- କୋଭିଡ ଘରୋଇ ବିମାନର ୩୩ ପ୍ରତିଶତରୁ ଅଧିକ ପରିଚାଳନା କରିବାକୁ ଅନୁମତି ଦିଆଯାଇ ନଥିଲା। ସରକାର ଜୁନ୍ ୨୬ରେ ଏହାକୁ ୪୫ ପ୍ରତିଶତକୁ ବୃଦ୍ଧି କରାଯାଇଥିବା ବେଳେ ସେପ୍ଟେମ୍ବର ୨ ରେ ଏହାକୁ ୬୦ ପ୍ରତିଶତକୁ ଓ ନଭେମ୍ବର ୧୧କୁ ଏହାକୁ ୭୦ ପ୍ରତିଶତକୁ ବୃଦ୍ଧି କରାଯାଇଥିବା ରିପୋର୍ଟ ରହିଛି।The post ସରକାର ଘରୋଇ ବିମାନ ସଂଖ୍ୟାକୁ ପୂର୍ବ କୋଭିଡ ସ୍ତରର ୭୦ରୁ ୮୦ ପ୍ରତିଶତ ବୃଦ୍ଧି କଲେ first appeared on Sambad.