ସରକାରଙ୍କ ନୂଆ Scrappage Policy ବିଷୟରେ ଜାଣନ୍ତି କି, ଏମିତି ଗାଡ଼ି କିଣିଲେ ଏକ ଲକ୍ଷ ଟଙ୍କା ଶସ୍ତା ହେବ କାର୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ନୂଆ ଯାନ ସ୍କ୍ରାପେଜ ପଲିସି ଲଞ୍ଚ କରିଛନ୍ତି । ଏହି ପଲିସି ମାଧ୍ୟମରେ ଆପଣ ନୂଆ ଯାନ କିଣିବା ଓ ପୁରୁଣା ଯାନ ବ୍ରିକି ଉପରେ ବହୁତ କିଛି ପରିବର୍ତ୍ତନ ହେବ । ଏହା ଦ୍ୱାରା ବଜାରରେ ଉପଲବ୍ଧ ଅନେକ ପୁରୁଣା ଗାଡ଼ି ଉଭେଇଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଯାନ ସ୍କ୍ରାପେଜ୍ ପଲିସିର ଶୁଭାରମ୍ଭ କରିଛନ୍ତି । ଏହି ପଲିସିକୁ ପ୍ରଧାନମନ୍ତ୍ରୀ ‘କଚରେ ସେ କଞ୍ଚନ ଅଭିଯାନ’ ବୋଲି […] The post ସରକାରଙ୍କ ନୂଆ Scrappage Policy ବିଷୟରେ ଜାଣନ୍ତି କି, ଏମିତି ଗାଡ଼ି କିଣିଲେ ଏକ ଲକ୍ଷ ଟଙ୍କା ଶସ୍ତା ହେବ କାର୍ appeared first on Odisha Bhaskar.

ସରକାରଙ୍କ ନୂଆ Scrappage Policy ବିଷୟରେ ଜାଣନ୍ତି କି, ଏମିତି ଗାଡ଼ି କିଣିଲେ ଏକ ଲକ୍ଷ ଟଙ୍କା ଶସ୍ତା ହେବ କାର୍
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ନୂଆ ଯାନ ସ୍କ୍ରାପେଜ ପଲିସି ଲଞ୍ଚ କରିଛନ୍ତି । ଏହି ପଲିସି ମାଧ୍ୟମରେ ଆପଣ ନୂଆ ଯାନ କିଣିବା ଓ ପୁରୁଣା ଯାନ ବ୍ରିକି ଉପରେ ବହୁତ କିଛି ପରିବର୍ତ୍ତନ ହେବ । ଏହା ଦ୍ୱାରା ବଜାରରେ ଉପଲବ୍ଧ ଅନେକ ପୁରୁଣା ଗାଡ଼ି ଉଭେଇଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଯାନ ସ୍କ୍ରାପେଜ୍ ପଲିସିର ଶୁଭାରମ୍ଭ କରିଛନ୍ତି । ଏହି ପଲିସିକୁ ପ୍ରଧାନମନ୍ତ୍ରୀ ‘କଚରେ ସେ କଞ୍ଚନ ଅଭିଯାନ’ ବୋଲି ଅଭିହିତ କରିଛନ୍ତି । ତେବେ ନୂଆ ଗାଡ଼ି କିଣିବା ସମୟରେ ଆପଣଙ୍କୁ ଏହି ପଲିସ ଦ୍ୱାରା ବହୁତ କିଛି ଫାଇଦା ଦେବ । ଯଦି ଆପଣ ନୂଆ ଗାଡ଼ି କିଣିବାକୁ ଚାହୁଥାନ୍ତି, ତେବେ ଏହା ହେଉଛି ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଅନଫିଟ୍ ପୁରୁଣା ଯାନକୁ ରାସ୍ତାକୁ ହଟାଇବାର ହେଉଛି ଏହି ପଲିସିର ମୁଖ୍ୟ ଉଦ୍ଦେଶ୍ୟ । ନୂଆ ପଲିସି ଅନୁଯାୟୀ, ସ୍କ୍ରାପ ହୋଇଥିବା ଗାଡ଼ି ବଦଳାଇବା ଦ୍ୱାରା ତା’ର ମୂଳ ଶୋରୁମ୍ ମୂଲ୍ୟର ୪ରୁ ୬ ପ୍ରତିଶତ ଫେରସ୍ତ ଦିଆଯିବ । ଏଥିସହ ଗାଡ଼ିକୁ ସ୍କ୍ରାପରେ ଦେବା ପରେ ଏକ ସାର୍ଟିଫିକେଟ ଦିଆଯିବ । ଯଦି ଆପଣ ଏହି ସାର୍ଟିଫିକେଟ୍ ଦେଖାଇ ନୂଆ ଗାଡ଼ି କିଣିବେ ତେବେ ଆପଣଙ୍କୁ ବହୁତ ଲାଭ ମିଳିବ । ଏହି ଅବସରରେ ଆପଣଙ୍କୁ ନୂଆ ବାହନର ମୂଳ ମୂଲ୍ୟର ୧୫ ପ୍ରତିଶତ ପର୍ଯ୍ୟନ୍ତ ବେନିଫିଟ୍ ମିଳିବ । ସାଧାରଣତଃ ବ୍ୟକ୍ତିଗତ ଗାଡ଼ିର ରେଜିଷ୍ଟ୍ରେସନ ୧୫ ବର୍ଷ ପାଇଁ ଓ କମର୍ସିଆଲ ଗାଡ଼ିର ୧୦ ବର୍ଷ ପାଇଁ ହୋଇଥାଏ । ଏହାପରେ ଗାଡ଼ିକୁ ସ୍କ୍ରାପ କରାଯାଇଥାଏ । ସ୍କ୍ରାପ ସାର୍ଟିଫିକେଟ ଓ ନୂଆ ଗାଡ଼ିର ରେଜିଷ୍ଟ୍ରେସନ ଉପରେ ଛାଡ଼କୁ ମିଶାଇ ମୋଟ ୧୦ ପ୍ରତିଶତ ରିହାତି ମିଳିଥାଏ । ଏହାସହ ନୂଆ ଗାଡ଼ି ଉପରେ ୫ ପ୍ରତିଶତ ଡିସ୍କାଉଣ୍ଟ ଅଲଗା ଭାବେ ଦିଆଯାଇଥାଏ । ଏହିପରି ଭାବରେ ମୋଟ ୧୫ ପ୍ରତିଶତ ଛାଡ଼ ହେବାର ସମ୍ଭାବନା ରହିଥାଏ । ଅର୍ଥାତ ଯଦି ଆପଣ ପୁରୁଣା ଗାଡ଼ି ସ୍କ୍ରାପରେ ଦେବା ପରେ ୧୦ ଲକ୍ଷ ଟଙ୍କିଆ ଗାଡ଼ି କିଣନ୍ତି, ତେବେ ଏ କ୍ଷେତ୍ରରେ ଆପଣଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଦା ହେବ । The post ସରକାରଙ୍କ ନୂଆ Scrappage Policy ବିଷୟରେ ଜାଣନ୍ତି କି, ଏମିତି ଗାଡ଼ି କିଣିଲେ ଏକ ଲକ୍ଷ ଟଙ୍କା ଶସ୍ତା ହେବ କାର୍ appeared first on Odisha Bhaskar.