ସିଲଭର ସିଟି କଟକରେ କୋଭିଡ଼ ସ୍ଥିତିକୁ ନେଇ ସୂଚନା ଦେଲେ ସିଏମସି କମିଶନର, ଜାଣନ୍ତୁ କଣ କହିଲେ

ଭୁବନେଶ୍ୱର, ୧୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଏଥି ସହିତ ଭୁବନେଶ୍ୱର ସହ କଟକରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି । କଟକ ଜିଲ୍ଲାରେ କୋଭିଡ଼ ସ୍ଥିତି ନେଇ ସିଏମସି କମିଶନର ସୂଚନା ଦେଇ କହିଛନ୍ତି ଯେ କୋଭିଡ଼ କେୟାର ହୋମ ଗଠନ ଓ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି । ଟେଷ୍ଟିଂ-ଟ୍ରେସିଂ-ଟ୍ରାକିଂ ଉପରେ ମଧ୍ୟ ଆମର ଗୁରୁତ୍ୱ ରହିଛି । କରୋନା ମୁକାବିଲା ନେଇ ୱାର୍ଡ଼ […] The post ସିଲଭର ସିଟି କଟକରେ କୋଭିଡ଼ ସ୍ଥିତିକୁ ନେଇ ସୂଚନା ଦେଲେ ସିଏମସି କମିଶନର, ଜାଣନ୍ତୁ କଣ କହିଲେ appeared first on Odisha Bhaskar.

ସିଲଭର ସିଟି କଟକରେ କୋଭିଡ଼ ସ୍ଥିତିକୁ ନେଇ ସୂଚନା ଦେଲେ ସିଏମସି କମିଶନର, ଜାଣନ୍ତୁ କଣ କହିଲେ
ଭୁବନେଶ୍ୱର, ୧୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଏଥି ସହିତ ଭୁବନେଶ୍ୱର ସହ କଟକରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି । କଟକ ଜିଲ୍ଲାରେ କୋଭିଡ଼ ସ୍ଥିତି ନେଇ ସିଏମସି କମିଶନର ସୂଚନା ଦେଇ କହିଛନ୍ତି ଯେ କୋଭିଡ଼ କେୟାର ହୋମ ଗଠନ ଓ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି । ଟେଷ୍ଟିଂ-ଟ୍ରେସିଂ-ଟ୍ରାକିଂ ଉପରେ ମଧ୍ୟ ଆମର ଗୁରୁତ୍ୱ ରହିଛି । କରୋନା ମୁକାବିଲା ନେଇ ୱାର୍ଡ଼ କମିଟି ଉପରେ ବଡ଼ ଦାୟିତ୍ୱ ଅଛି । ସତର୍କ ଓ ସଚେତନ ରହିଲେ କୋଭିଡ଼ ଉପରେ ନିୟନ୍ତ୍ରିତ ରହିବ ବୋଲି ସେ କହିଛନ୍ତି । ଏହାସହ ମାସ୍କ ପିନ୍ଧବା ସାଙ୍ଗକୁ ୬ଫୁଟ ଦୂରତା ରଖିବା ଓ ହାତ ଧୋଇବାକୁ ସେ ଆହ୍ୱାନ କରିଛନ୍ତି । ଯାହାର ଟ୍ରାଭେଲ ହିଷ୍ଟ୍ରି ଅଛି ସେମାନେ ହୋମ କ୍ୱାରେଣ୍ଟିନରେ ରହୁଛନ୍ତି । ଡାକ୍ତରଖାନାକୁ କରୋନା ମୁକ୍ତ ରଖିବାକୁ ପଦକ୍ଷେପ ନିଆଯାଉଛି । ଡାକ୍ତରଖାନାକୁ ରୋଗୀ ଆସିଲେ ପ୍ରଥମେ ସ୍କ୍ରିନିଂ କରାଯାଉଛି । ଓପିଡ଼ି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତି ବିଭାଗରେ ସ୍କ୍ରିନିଂ ଓ ଆଇସୋଲେସନ ବ୍ୟବସ୍ଥା କରାଯାଇଛି । ଡାକ୍ତରଖାନା ଭିତରେ ଓ ବାହାର ସାନିଟାଇଜ କରାଯାଉଛି । ଘରୋଇ ଡାକ୍ତରଖାନା ମାନଙ୍କ ପାଇଁ ଗାଇଡ଼ଲାଇନ ଦିଆଯାଇଛି । ବାହାଘର, ଅନ୍ତିମସଂସ୍କାର କାର୍ଯ୍ୟକ୍ରମରେ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି । ଏପରି କାର୍ଯ୍ୟକ୍ରମରେ ନିୟମ ମାନନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ । ବସ୍ତି ଅଞ୍ଚଳରେ ଘରକୁ ଘର ବୁଲି ସର୍ଭେ କରାଯାଉଛି । ଯେଉଁମାନଙ୍କର କିଛି ସମସ୍ୟା ରହୁଛି ତାଙ୍କର ତୁରନ୍ତ ଟେଷ୍ଟ କରାଯାଉଛି । କଟକ ସହର ପାଇଁ କିଛି ବିଶେଷ ଆହ୍ୱାନ ରହିଛି । କଟକର ବିଭିନ୍ନ ମାର୍କେଟ ଉପରେ ନଜର ରଖାଯାଇଛି । ପରିବା କିଣିବା ପାଇଁ ବଡ଼ ବଡ଼ ମାର୍କେଟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଦରକାର ନଥିଲେ ପ୍ରତିଦିନ ପରିବା କିଣିବାକୁ ଯାଆନ୍ତୁନି । ଜନଗହଳିପୂର୍ଣ୍ଣ ବଜାରରେ ସଂକ୍ରମଣ ବ୍ୟାପିବାରେ ଆଶଙ୍କା ରହୁଛି । The post ସିଲଭର ସିଟି କଟକରେ କୋଭିଡ଼ ସ୍ଥିତିକୁ ନେଇ ସୂଚନା ଦେଲେ ସିଏମସି କମିଶନର, ଜାଣନ୍ତୁ କଣ କହିଲେ appeared first on Odisha Bhaskar.