ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ କଙ୍ଗନାଙ୍କୁ ସମନ୍ ପଠାଇଲା ମୁମ୍ବାଇ ପୋଲିସ୍

ମୁମ୍ବାଇ ୨୪/୦୭ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି | ସୁଶାନ୍ତଙ୍କ ଆତ୍ମହତ୍ୟା କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ସହ ଜଡିତ ତାଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀ, ମ୍ୟାନେଜର, କ୍ରିଏଟିଭ ମ୍ୟାନେଜର, ସଞ୍ଜୟ ଲୀଳା ଭନସାଲି, ଆଦିତ୍ୟ ଚୋପ୍ରାଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ବୟାନ ରେକର୍ଡ କରିଛି | ବଲିଉଡର ପଙ୍ଗା କ୍ୱିନ କଙ୍ଗନା […]

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ କଙ୍ଗନାଙ୍କୁ ସମନ୍ ପଠାଇଲା ମୁମ୍ବାଇ ପୋଲିସ୍
ମୁମ୍ବାଇ ୨୪/୦୭ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି | ସୁଶାନ୍ତଙ୍କ ଆତ୍ମହତ୍ୟା କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ସହ ଜଡିତ ତାଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀ, ମ୍ୟାନେଜର, କ୍ରିଏଟିଭ ମ୍ୟାନେଜର, ସଞ୍ଜୟ ଲୀଳା ଭନସାଲି, ଆଦିତ୍ୟ ଚୋପ୍ରାଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ବୟାନ ରେକର୍ଡ କରିଛି | ବଲିଉଡର ପଙ୍ଗା କ୍ୱିନ କଙ୍ଗନା ରଣାୱତ୍ ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାରେ ଅନେକ ବୟାନ ଦେଇ ସାରିଛନ୍ତି | ନିକଟରେ ତାଙ୍କ ଟିମ ଟ୍ୱିଟ କରି କହିଥିଲା ଯେ କଙ୍ଗନା ନିଜ ବୟାନ ଦେବାକୁ ରାଜି ଅଛନ୍ତି କିନ୍ତୁ ମୁମ୍ବାଇ ପୋଲିସ ଠାରୁ ତାଙ୍କୁ ସମନ ମିଳିନି | ଏହାପରେ ମୁମ୍ବାଇ ପୋଲିସ କଙ୍ଗନାଙ୍କୁ ସମନ ପଠାଇଛି | ମୁମ୍ବାଇ ପୋଲିସର ସମନରେ କଙ୍ଗନାଙ୍କ ଓକିଲ ଜବାବ ଦେଇଛନ୍ତି | କଙ୍ଗନା ନିଜ ମନାଲି ସ୍ଥିତ ଘରେ ଥିବାରୁ ତାଙ୍କ ଓକିଲ କୌଣସି ଅଧିକାରୀଙ୍କୁ ସେଠାକୁ ପଠାଇବାକୁ ପୋଲିସକୁ ଅନୁରୋଧ କରିଛନ୍ତି | କଙ୍ଗନାଙ୍କ ଓକିଲ ସମନର ଜବାବରେ ଲେଖିଛନ୍ତି, ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ଅଧିକାରୀ ଜୁଲାଇ ୨୭ ତାରିଖ ସୁଦ୍ଧା ବାନ୍ଦ୍ରା ପୋଲିସ ଷ୍ଟେସନରେ ନିଜର ବୟାନ ରେକର୍ଡ କରାଇବାକୁ କହିଛନ୍ତି | କଙ୍ଗନା ସୁଶାନ୍ତ ସିଂହଙ୍କ ରହସ୍ୟମୟୀ ପରିସ୍ଥିତି ହୋଇଥିବା ମୃତ୍ୟୁ ମାମଲାରେ ପୋଲିସର ସହାୟତା କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି | କିନ୍ତୁ ଗତ ମାର୍ଚ୍ଚ ୧୭ ତାରିଖରୁ ସେ ନିଜର ମନାଲି ସ୍ଥିତ ଘରେ ଅଛନ୍ତି ଏବଂ କରୋନା ମହାମାରୀ ଯୋଗୁଁ ଜାରି ହୋଇଥିବା ଲକଡାଉନ ନିୟମ ପାଳନ କରୁଛନ୍ତି | କଙ୍ଗନାଙ୍କ ଓକିଲ କହିଛନ୍ତି, କଙ୍ଗନା ସୁଶାନ୍ତଙ୍କୁ ନ୍ୟାୟ ଦେବାରେ ପୋଲିସକୁ ପୁରା ସାହାଯ୍ୟ କରିବେ | ସେଥିପାଇଁ ସେ ପୋଲିସକୁ ଅନୁରୋଧ କରିଛନ୍ତି ଯେ ସେ ତାଙ୍କୁ ନିଜର ସମସ୍ତ ପ୍ରଶ୍ନ ପଠାଇ ଦିଅନ୍ତୁ ଯେପରିକି କଙ୍ଗନା ନିଜର ବୟାନ ରେକର୍ଡ କରି ପୋଲିସକୁ ପଠାଇ ପାରିବେ | ଯଦି ସମ୍ଭବ ତାହେଲେ ଜଣେ ଅଧିକାରୀଙ୍କୁ କଙ୍ଗନାଙ୍କ ମନାଲି ସ୍ଥିତ ଘରକୁ ପଠାଇବାକୁ ଅନୁରୋଧ କରିଛନ୍ତି |