ସୁଶାନ୍ତଙ୍କୁ ନେଇ ପୋଷ୍ଟ ଲେଖି ପୁଣି ଟ୍ରୋଲ ହେଲେ ରିୟା: ଲୋକେ କହୁଛନ୍ତି ‘ଲୋକଦେଖାଣିଆ ଓ ଅଭିନୟ’

ବମ୍ବେ: ଅନେକ ଥର ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କକୁ ଖୋଲାଖୋଲି ବନ୍ଧୁତାର ନାମ ଦେଇଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ହେଲେ ସୁଶାନ୍ତଙ୍କ ମୃତ୍ୟୁର ଏକ ମାସ ପରେ ସେ ହଠାତ୍‌ ସିବିଆଇ ତଦନ୍ତ ଦାବି କରିଥିଲେ। ଏପରିକି ସୁଶାନ୍ତଙ୍କ ପ୍ରେମିକା ଭାବେ ସେ ଏହା ଚାହୁଁଥିବା କହିଥିଲେ। କଥାକୁ ପ୍ରଶଂସକମାନେ ହଜମ କରିପାରି ନ ଥିଲେ। ଯାହାକୁ ନେଇ ତାଙ୍କୁ ଚାରିଆଡ଼ୁ ଟ୍ରୋଲ କରାଯାଇଥିଲା। ଏବେ ପୁଣି ଥରେ ସେଭଳି କିଛି ଦେଖିବାକୁ ମିଳିଛି। ହେଲେ […] The post ସୁଶାନ୍ତଙ୍କୁ ନେଇ ପୋଷ୍ଟ ଲେଖି ପୁଣି ଟ୍ରୋଲ ହେଲେ ରିୟା: ଲୋକେ କହୁଛନ୍ତି ‘ଲୋକଦେଖାଣିଆ ଓ ଅଭିନୟ’ appeared first on Dharitri Odia News.

ସୁଶାନ୍ତଙ୍କୁ ନେଇ ପୋଷ୍ଟ ଲେଖି ପୁଣି ଟ୍ରୋଲ ହେଲେ ରିୟା: ଲୋକେ କହୁଛନ୍ତି ‘ଲୋକଦେଖାଣିଆ ଓ ଅଭିନୟ’
ବମ୍ବେ: ଅନେକ ଥର ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କକୁ ଖୋଲାଖୋଲି ବନ୍ଧୁତାର ନାମ ଦେଇଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ହେଲେ ସୁଶାନ୍ତଙ୍କ ମୃତ୍ୟୁର ଏକ ମାସ ପରେ ସେ ହଠାତ୍‌ ସିବିଆଇ ତଦନ୍ତ ଦାବି କରିଥିଲେ। ଏପରିକି ସୁଶାନ୍ତଙ୍କ ପ୍ରେମିକା ଭାବେ ସେ ଏହା ଚାହୁଁଥିବା କହିଥିଲେ। କଥାକୁ ପ୍ରଶଂସକମାନେ ହଜମ କରିପାରି ନ ଥିଲେ। ଯାହାକୁ ନେଇ ତାଙ୍କୁ ଚାରିଆଡ଼ୁ ଟ୍ରୋଲ କରାଯାଇଥିଲା। ଏବେ ପୁଣି ଥରେ ସେଭଳି କିଛି ଦେଖିବାକୁ ମିଳିଛି। ହେଲେ ପ୍ରସଙ୍ଗ ଅଲଗା ରହିଛି। ଶୁକ୍ରବାର ସନ୍ଧ୍ୟା ୭ଟାରେ ସୁଶାନ୍ତ ଅଭିନୀତ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯିବ। ଡିଜ୍‌ନି ହଟ୍‌ଷ୍ଟାରରେ ବିନା ଦେୟରେ ଏହାକୁ ଦର୍ଶକେ ଦେଖିପାରିବେ। ସମସ୍ତେ ଏହି ସମୟକୁ ଏକପ୍ରକାର ଅପେକ୍ଷା କରି ରହିଛନ୍ତି। ରିୟା ମଧ୍ୟ ଏହାକୁ ନେଇ ଏକ ଭାବବିହ୍ବଳ ପୋଷ୍ଟ କରିଥିଲେ, ଯାହାକୁ ନେଇ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି। ଫିଲ୍ମର ପୋଷ୍ଟର ଶେୟାର କରି ରିୟା ଲେଖିଛନ୍ତି, ତୁମକୁ ଦେଖିବା ପାଇଁ ନିଜ ଭିତରୁ ସମସ୍ତ ଶକ୍ତିକୁ ଏକାଠି କରିବି। ତୁମେ ଏଠି ମୋ ସହ ଅଛ। ମୁଁ ଜାଣିଛି ତୁମେ ଅଛ। ମୁଁ ତୁମକୁ ଏବଂ ତୁମ ପ୍ରେମକୁ ସେଲିବ୍ରେଟ୍‌ କରିବି। ତୁମେ ମୋ ଜୀବନର ହିରୋ। ମୁଁ ଜାଣିଛି ଏହି ଫିଲ୍ମକୁ ତୁମେ ମୋ ସହ ଦେଖିବ। ହେଲେ ରିୟାଙ୍କ ଏହି କଥାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଖପ୍ପା ହୋଇଯାଇଛନ୍ତି। ତାଙ୍କୁ ହୃଦୟହୀନ ଏବଂ ତାଙ୍କ କଥା ଲୋକଦେଖାଣିଆ ବୋଲି ସେମାନେ କହୁଛନ୍ତି। The post ସୁଶାନ୍ତଙ୍କୁ ନେଇ ପୋଷ୍ଟ ଲେଖି ପୁଣି ଟ୍ରୋଲ ହେଲେ ରିୟା: ଲୋକେ କହୁଛନ୍ତି ‘ଲୋକଦେଖାଣିଆ ଓ ଅଭିନୟ’ appeared first on Dharitri Odia News.