ସେୟାର ବଜାରରେ ‘ବ୍ଲାକ ଫ୍ରାଇଡେ’! ଦିନକରେ ନିବେଶକଙ୍କ ବୁଡ଼ିଗଲା ୬.୫୦ ଲକ୍ଷ କୋଟି ଟଙ୍କା, ଜାଣନ୍ତୁ ମାସକରେ ହେଲାଣି କେତେ କ୍ଷତି?

ମୁମ୍ବାଇ ୨୬।୧୧:  ଭାରତୀୟ ସେୟାର ବଜାର ଲାଗି ଶୁକ୍ରବାର ‘ବ୍ଲାକ ଫ୍ରାଇଡେ’ ସାବ୍ୟସ୍ତ ହୋଇଛି। ଦିନକରେ ନିବେଶକ ୬.୫୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ତେବେ କେବଳ ଶୁକ୍ରବାର ଗୋଟିଏ ଦିନ ନୁହେଁ ନଭେମ୍ବର ମାସ ତମାମ ବଜାରରେ ନିବେଶକ ଘାଟାରେ କାରବାର କରିଥିବା ବେଳେ ଏପର୍ଯ୍ୟନ୍ତ ମୋଟ ୧୪ଲକ୍ଷ କୋଟି ଟଙ୍କା କ୍ଷତିରେ ପଡିଲେଣି ବୋଲି ଜଣାପଡିଛି। ଶୁକ୍ରବାର ଅପରାହ୍ନ ୩ ଟା ସୁଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ୧୫୦୦ ଓ ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ରେ ୪୫୦ରୁ ଅଧିକ ପଏଣ୍ଟ ହ୍ରାସ ହୋଇଛି। ବିଏସଇ ଏବେ ୧୩୬୨ ପଏଣ୍ଟ ହ୍ରାସ ସହ ୫୭,୪୨୬ ଓ ନିଫ୍ଟି ୪୧୦ ପଏଣ୍ଟ ହ୍ରାସ ସହ ୧୭୧୨୫ ପଏଣ୍ଟରେ ଏବେ କାରବାର କରୁଛି। ଗତ ଅକ୍ଟୋବର ୧୯ ତାରିଖ ଦିନ ବିଏସଇ ସୂଚକାଙ୍କ  ସେନସେକ୍ସ ୬୨୦୦୦ର  ଶୀର୍ଷତମ ସ୍ତରକୁ ଛୁଇଁଥିଲା।  ସେବେଠାରୁ ଏପର୍ଯ୍ୟନ୍ତ ବଜାର ୮ ପ୍ରତିଶତ ତଳକୁ ଖସିଲାଣି। ଫଳରେ ନିବେଶକଙ୍କ ଅନୁନ୍ୟ ୧୪ଲକ୍ଷ କୋଟି ଟଙ୍କା ବୁଡି ଯାଇଛି। ଫଳରେ ମୁମ୍ବାଇ ଷ୍ଟକ୍ ଏକ୍ସଚେଞ୍ଜରେ ସୂଚୀବଦ୍ଧ ସେୟାଙ୍କର ବଜାର ପୁଞ୍ଜିକରଣ( ମାର୍କେଟ କ୍ୟାପିଟାଲାଇଜେସନ) ୬.୫୦ଲକ୍ଷ କୋଟିରୁ ହ୍ରାସ ହୋଇ ୨୫୯.୭୧ ଲକ୍ଷ କୋଟିରେ ପହଞ୍ଚି ଯାଇଛି।   ତେବେ ଭାରତୀୟ ସେୟାର ବଜାରରେ ଦେଖା ଦେଇଥିବା ଏପରି ଅବସ୍ଥାର କାରଣ ବୈଶ୍ୱିକ ପରିସ୍ଥିତି ବୋଲି ଜଣାପଡିଛି। ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ନୂଆ ଭାରିଆଣ୍ଟ ସମ୍ପର୍କରେ ସୂଚନା ମିଳିବା ପରଠାରୁ ବିଶ୍ୱ ସେୟାର ବଜାରରେ ହଡବଡି ଦେଖା ଦେଇଛି। ଦକ୍ଷିଣ ଆଫ୍ରିକାର ବୋଟସୱାନା ଓ ହଙ୍ଗକଙ୍ଗରେ ଏହି ଉତପରିବର୍ତ୍ତି ଭୂତାଣୁ ସଂକ୍ରମିତ ଥିବା ପ୍ରଚାରିତ ହେବା ପରଠାରୁ ଘରୋଇ ବଜାରରେ ଫାର୍ମା ସେକ୍ଟରକୁ ଛାଡି ଦେଲେ ସବୁ ସେକ୍ଟର ବିପଦ ସଂକେତରେ କାରବାର କରୁଛନ୍ତି।  