ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଉ ନାହାନ୍ତି ସରକାର: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ସରକାର ସେଥିପ୍ରତି ପ୍ରାଥମିକତା ଦେଉନାହାନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଡାକ୍ତରଙ୍କ ଅଭାବ ଚିନ୍ତାର କାରଣ ହୋଇଛି । ଅନ୍ୟ ଜଣଙ୍କର ଦୋଷ ପାଇଁ ଡାକ୍ତରମାନଙ୍କ ଉପରେ ଆକ୍ରମଣ ହେଉଛି ବୋଲି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନ୍ନା କହିଛନ୍ତି । ଜାତୀୟ ଡାକ୍ତର ଦିବସ ଅବସରରେ ‘ମଧୁମେହକୁ ହରାଅ’ ଅଭିଯାନର ଶୁଭାରମ୍ଭ କରି ଜଷ୍ଟିସ୍ ରମନ୍ନା କହିଥିଲେ, ତମାଖୁ ନିରୋଧୀ ଓ ପୋଲିଓ ଟିକାକରଣ […] The post ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଉ ନାହାନ୍ତି ସରକାର: ପ୍ରଧାନ ବିଚାରପତି appeared first on News Room Odisha.

ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଉ ନାହାନ୍ତି ସରକାର: ପ୍ରଧାନ ବିଚାରପତି
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ସରକାର ସେଥିପ୍ରତି ପ୍ରାଥମିକତା ଦେଉନାହାନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଡାକ୍ତରଙ୍କ ଅଭାବ ଚିନ୍ତାର କାରଣ ହୋଇଛି । ଅନ୍ୟ ଜଣଙ୍କର ଦୋଷ ପାଇଁ ଡାକ୍ତରମାନଙ୍କ ଉପରେ ଆକ୍ରମଣ ହେଉଛି ବୋଲି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନ୍ନା କହିଛନ୍ତି । ଜାତୀୟ ଡାକ୍ତର ଦିବସ ଅବସରରେ ‘ମଧୁମେହକୁ ହରାଅ’ ଅଭିଯାନର ଶୁଭାରମ୍ଭ କରି ଜଷ୍ଟିସ୍ ରମନ୍ନା କହିଥିଲେ, ତମାଖୁ ନିରୋଧୀ ଓ ପୋଲିଓ ଟିକାକରଣ ଭଳି ମଧୁମେହ ବିରୋଧରେ ମଧ୍ୟ ସଚେତନତା ଅଭିଯାନର ଆବଶ୍ୟକତା ରହିଛି । ଏ ଦିଗରେ ରାଜ୍ୟମାନଙ୍କୁ ବଡ଼ ପଦପେକ୍ଷ ନେବାକୁ ପଡିବ । କର୍ତ୍ତବ୍ୟରତ ଡାକ୍ତରମାନଙ୍କ ଉପରେ ହେଉଥିବା ଆକ୍ରମଣ ନେଇ ପ୍ରଧାନ ବିଚାରପତି ଉଦ୍‌ବେଗ ପ୍ରକାଶ କରିଛନ୍ତି । ଜଣଙ୍କର ଦୋଷ ପାଇଁ ଡାକ୍ତରମାନେ କାହିଁକି ମାଡ଼ ଖାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଡାକ୍ତର, ଭିତ୍ତିଭୂମି ଓ ଔଷଧର ଅଭାବ ରହିଥିବା ବେଳେ ସ୍ୱାସ୍ଥ୍ୟସେବାରେ ପୁରୁଣା କାଳିଆ ଟେକ୍ନୋଲୋଜିର ବ୍ୟବହାର ହେଉଛି । ସରକାର ଏଥିପ୍ରତି ଧ୍ୟାନ ନ ଦେବା ଚିନ୍ତାର ବିଷୟ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଡାକ୍ତରୀ ସଂଘ ଓ ସରକାର ମିଶି ଏହି ସବୁ ସମସ୍ୟାର ସମାଧାନ କଲେ ହିଁ ଜୁଲାଇ ୧ (ଡାକ୍ତର ଦିବସ)ରେ ଲୋକେ ଡାକ୍ତର ମାନଙ୍କୁ ହାର୍ଦ୍ଦିକତାର ସହ କୃତଜ୍ଞତା ଜ୍ଞାପନ କରିବେ ବୋଲି ଜଷ୍ଟିସ୍ ରମନ୍ନା କହିଛନ୍ତି । The post ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଉ ନାହାନ୍ତି ସରକାର: ପ୍ରଧାନ ବିଚାରପତି appeared first on News Room Odisha.