ହଟିଲା ପ୍ରତୀକ୍ଷାର ଅନ୍ତ: ଆଜିଠାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ସର୍ବସାଧାରଣ

ପୁରୀ, ୩ା୧ (ଓଡିଶା ଭାସ୍କର): ଆଜିଠାରୁ ସର୍ବସାଧାରଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ । ପୁରୀ ଜିଲ୍ଲା ତଥା ରାଜ୍ୟ ବାହାରର ଭକ୍ତମାନେ ଏହି ସୁଯୋଗ ନେଇ ପାରିବେ । ତେବେ ମନ୍ଦିରକୁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ତେବେ ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବା ବେଳେ କୋଭିଡ କଟକଣା କଡ଼ାକଡ଼ି କରାଯାଇଛି । ନେଗେଟିଭ ରିପୋର୍ଟ ଓ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଏହି ଅବସରରେ ୧୮ […] The post ହଟିଲା ପ୍ରତୀକ୍ଷାର ଅନ୍ତ: ଆଜିଠାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ସର୍ବସାଧାରଣ appeared first on Odisha Bhaskar.

ହଟିଲା ପ୍ରତୀକ୍ଷାର ଅନ୍ତ: ଆଜିଠାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ସର୍ବସାଧାରଣ
ପୁରୀ, ୩ା୧ (ଓଡିଶା ଭାସ୍କର): ଆଜିଠାରୁ ସର୍ବସାଧାରଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ । ପୁରୀ ଜିଲ୍ଲା ତଥା ରାଜ୍ୟ ବାହାରର ଭକ୍ତମାନେ ଏହି ସୁଯୋଗ ନେଇ ପାରିବେ । ତେବେ ମନ୍ଦିରକୁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ତେବେ ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବା ବେଳେ କୋଭିଡ କଟକଣା କଡ଼ାକଡ଼ି କରାଯାଇଛି । ନେଗେଟିଭ ରିପୋର୍ଟ ଓ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଏହି ଅବସରରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଶତାଧିକ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ଭକ୍ତମାନେ ସକାଳ ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । The post ହଟିଲା ପ୍ରତୀକ୍ଷାର ଅନ୍ତ: ଆଜିଠାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ସର୍ବସାଧାରଣ appeared first on Odisha Bhaskar.