ହାତୀ ଉପରେ ଯୋଗ କରି ଫସିଲେ ବାବା ରାମଦେବ, ଆଗ୍ରା ଓକିଲ ପଠାଇଲେ ନୋଟିସ୍

ନୂଆଦିଲ୍ଲୀ ୧୬/୧୦: ଯୋଗଗୁରୁ ବାବା ରାମ ଦେବ ଯୋଗ ପାଇଁ ଦେଶ ଦୁନିଆରେ ପୂରା ଲୋକପ୍ରିୟ। ମାତ୍ର ଏବେ ତାଙ୍କ ଯୋଗ ହିଁ ତାଙ୍କୁ ବିବାଦ ଘେରକୁ ଆଣିଛି। ମଥୁରାର ରମଣରେତୀ ଆଶ୍ରମରେ ହାତୀ ଉପରେ ବସି ଯୋଗ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ତେବେ ହାତୀ ଉପରେ ବସି ଯୋଗ କରିବା ବେଳେ ହାତୀ ହଲିବାରୁ ସେ ତଳକୁ ଗଳି ପଡ଼ିଥିଲେ। ଅବଶ୍ୟ ତାଙ୍କୁ କୌଣସି ଆଘାତ ଲାଗି  ନ ଥିଲା। ଏବେ ଆଗ୍ରାର ପାଞ୍ଚ ଜଣ ଓକିଲ ରାମଦେବ ବାବାଙ୍କୁ ନୋଟିସ ଜାରି କରିଛନ୍ତି। କେବଳ ରାମଦେବ ବାବାଙ୍କୁ ନୁହେଁ, ହାତୀ ଉଦ୍ଧାର କେନ୍ଦ୍ରର ନିର୍ଦେଶକଙ୍କୁ ମଧ୍ୟ ନୋଟିସ ପଠାଯାଇଛି। ଏ ନୋଟିସର ଉତ୍ତର ନ ଦେଲେ ସେମାନଙ୍କ ବିରୋଧରେ ମୋକଦ୍ଦମା କରାଯିବା ନେଇ ଆଲୋଚନା ହେଉଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ତାଙ୍କର ଏହି ୨୨ ସେକେଣ୍ଡର ଭିଡ଼ିଓ ବାବାଙ୍କର ଚିନ୍ତାର କାରଣ ହୋଇଛି। ଓକିଲ ନରେନ୍ଦ୍ର ଶର୍ମା, ଗଗନ ଶର୍ମା, ରାଜବୀର ସିଂହ, ଏସପି ଭରଦ୍ବାଜ ଓ ରାଖି ଚୌହାନ ବାବା ରାମଦେବ ଓ ନିର୍ଦେଶକଙ୍କୁ ନୋଟିସ୍ ଜାରି କରାଯାଇଛି। ନୋଟିସରେ କୁହାଯାଇଛି ବାବା ରାମଦେବଙ୍କ ଯୋଗ ଆସିନକୁ ଲକ୍ଷଲକ୍ଷ ଲୋକ ଅନୁସରଣ କରନ୍ତି। ଏଭଳି କରିବା କେତେ ଦୂର ଠିକ୍। ଏବେ ସେ ହାତୀ ଉପରେ ଯୋଗ କରି ପଶୁ କ୍ରୁରତା ଆଇନର ଉଲ୍ଲଘଂନ କରିଛନ୍ତି। ଏ ପାଇଁ ଏବେ ରାମଦେବଙ୍କୁ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ।