ହତ୍ୟା ମାମଲାର ଅଭିଯୁକ୍ତ ସୁଶୀଲ କୁମାରଙ୍କ ସହ ସେଲ୍‌ଫି ଉଠାଇଲେ ପୋଲିସ କର୍ମଚାରୀ, ଫଟୋ ଭାଇରାଲ୍

ନୂଆଦିଲ୍ଲୀ ୨୫।୦୬: ନୂଆଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ଛତ୍ରସାଲ ଷ୍ଟାଡିୟମରେ ଯୁବ କୁସ୍ତିଯୋଦ୍ଧା ସାଗର ଧନକଡ  ହତ୍ୟା ମାମଲାର ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଜୁଲାଇ ୯ ପର୍ଯ୍ୟନ୍ତ ବଢାଇଛନ୍ତି। ପହିଲମାନ ସୁଶୀଲଙ୍କୁ ମଣ୍ଡୋଲି ଜେଲରୁ ତିହାର ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ସୁଶୀଲଙ୍କୁ ଜେଲ୍ ନମ୍ବର ୨ରେ ରଖାଯାଇଛି। ମଣ୍ଡୋଲି ଜେଲ୍‌ରୁ ବାହାରିବା ପରେ କିଛି ପୋଲିସ କର୍ମଚାରୀ ଅଭିଯୁକ୍ତ ସୁଶୀଲ କୁମାରଙ୍କ ସହ ସେଲ୍‌ଫି ନେଇଛନ୍ତି, ଯାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ମଣ୍ଡୋଲି ଜେଲରୁ ତିହାର ଜେଲ୍‌କୁ ସ୍ଥାନାନ୍ତ ସମୟରେ ପୋଲିସ କର୍ମଚାରୀ ସୁଶୀଲ କୁମାରଙ୍କ ସହ ସେଲ୍‌ଫୀ ନେଇଛନ୍ତି। ସଙ୍ଗୀନ ଅପରାଧରେ ଜଡିତ ସୁଶୀଲ କୁମାର ଫଟୋ ଉଠାଇବା ବେଳେ ହସୁଥିବା ଦେଖିବାକୁ ମିଳିଛି। ଏହି ଫଟୋ ଭାଇରାଲ୍ ହେବା ପରେ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରଶ୍ନ ଉଠିଛି। ଜଣେ ଅଭିଯୁକ୍ତଙ୍କ ସହ ପୋଲିସର ଏପରି ବ୍ୟବହାରକୁ ଲୋକେ ନାପସନ୍ଦ କରିଛନ୍ତି। ୨୦୦୮ ଅଲିମ୍ପିକରେ କାଂସ୍ୟ ଏବଂ ୨୦୧୨  ଅଲିମ୍ପିକରେ ରୋପ୍ୟ ପଦକ ବିଜେତା ସୁଶୀଲ କୁମାରଙ୍କ ଜୀବନରେ ଅପ୍ରତ୍ୟାଶିତ ମୋଡ ଆସିଛି। ସାଗର ଧନକଡ ହତ୍ୟାକାଣ୍ଡ ଘଟଣା ସୁଶୀଲଙ୍କୁ ହତ୍ୟାକାରୀ କରି ଦେଇଛି। ପୋଲିସ ଏହି ମାମଲାରେ ଏ ପର୍ଯ୍ୟନ୍ତ ସୁଶୀଲ କୁମାରଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରି ସାରିଛି। ମେ ୪ ତାରିଖ ରାତିରେ ସୁଶୀଲ ନିଜ ସାଙ୍ଗମାନଙ୍କ ସହ ମିଶି ଛତ୍ରସାଲ ଷ୍ଟାଡିୟମରେ ଯୁବ ପହିଲମାନ ସାଗର ଧନକଡ ଏବଂ ତାଙ୍କ ଦୁଇ ସାଙ୍ଗକୁ ଅତି ନିର୍ମମ ଭାବେ ମାଡ ମାରିଥିଲେ। ଏଥିରେ ସାଗର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରଠୁ ସୁଶୀଲ କୁମାର ଫେରାର ହୋଇ ଯାଇଥିଲେ। ୧୮ ଦିନର ଲୁଚକାଳି ଖେଳ ପରେ ମେ ୨୧ରେ ଦିଲ୍ଲୀ ପୋଲିସ ସୁଶୀଲ କୁମାରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଏହି କ୍ରମରେ ସୁଶୀଲଙ୍କ ୧୪ ଦିନିଆ ବିଚାର ବିଭାଗୀୟ ଅବଧି ପୂରିବା ପରେ ଶୁକ୍ରବାର ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍ ମୟଙ୍କ ଅଗ୍ରଓ୍ଵାଲଙ୍କ ସମ୍ମୁଖରେ ହାଜର କରାଯାଇଥିଲା।