ହରିଆଣାରେ ଡେଙ୍ଗୁ ରୋଗୀଙ୍କ ପାଇଁ ଆାରମ୍ଭ ହେଲା ମାଗଣା ପ୍ଲେଟଲେଟ୍ସ ଅଭିଯାନ

ନୂଆଦିଲ୍ଲୀ ୧୩/୦୯: ହରିଆଣା ସରକାର ଡେଙ୍ଗୁ ରୋଗୀଙ୍କ ପାଇଁ ମାଗଣାରେ ପ୍ଲେଟଲେଟସ୍ ଡୋନେଟ୍ ଅଭିଯାନ ଆରମ୍ଭ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି କୁହାଯାଇଛି ଡେଙ୍ଗୁ ରୋଗୀଙ୍କୁ  ମାଗଣା ପ୍ଲେଟଲେଟ୍ସ ଯୋଗାଇବାରେ ହରିଆଣା ଦେଶର ପ୍ରଥମ ରାଜ୍ୟ। ପୂର୍ବରୁ ହିଁ ଏଠାରେ ଡେଙ୍ଗୁ ଟେଷ୍ଟ ସରକାରୀ ଲ୍ୟାବରେ ମାଗଣାରେ କରାଯାଉଥିଲା। ଅତିରିକ୍ତ ମୁଖ୍ୟ ସଚିବ ରାଜୀବ ଅରୋରା କହିଛନ୍ତି ୨୦୧୭ରୁ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମୁଛି। ଏବେ ସୁଦ୍ଧା ୩୩ଟି ଡେଙ୍ଗୁ ମାମଲା ରହିଛି। ତେବେ ଏମାନଙ୍କ ଜୀବନ ରକ୍ଷା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ସିଙ୍ଗଲ ଡୋନର ପ୍ଲେଟଲେଟସର ସୁବିଧା ସରକାରୀ ହସପିଟାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ କରାଯିବ। ଯାହା ଦ୍ବାରା ରୋଗୀଙ୍କୁ ଯେମିତି ଖୁବ୍ ଶୀଘ୍ର ଠିକ୍ କରାଯାଇପାରିବ। ପୂର୍ବରୁ ଏସଡିପିର ପ୍ରତି ୟୁନିଟ୍ ପାଇଁ ୮ ହଜାର ୫୦୦ ଟଙ୍କା ନିଆଯାଉଥିଲା । ମାତ୍ର ହରିଆଣାରେ ଏବେ ଏହାକୁ ମାଗଣାରେ ଉପଲବ୍ଧ କରାଯିବ। ଏବେ ଏହା ଗୁରୁଗ୍ରାମ, ପଞ୍ଚକୁଲା, କର୍ନାଲ, ରୋହତକ ଓ ସୋନିପିତରେ ପ୍ଲେଟଲେଟ୍ସ ଅଫେରିସି ମେସିନ୍ ଉପଲବ୍ଧ ଅଛି। ରାଜ୍ୟରେ ସମୁଦାୟ ୨୭ ଡେଙ୍ଗୁ ଟେଷ୍ଟିଂ ଲ୍ୟାବ ରହିଛି। ସେପ୍ଟେମ୍ବର ପ୍ରାରମ୍ଭରେ ସମୁଦାୟ ୧୧୫୮ ରୋଗୀ ଡେଙ୍ଗୁ ଟେଷ୍ଟ କରାଇଥିଲେ। ଏହା ସହ ଡେଙ୍ଗୁ ରୋଗୀଙ୍କ ପାଇଁ ହସପିଟାଲ ମଧ୍ୟ ବିକଶିତ କରାଯାଇଛି। ସିଭିଲ ହସପିଟାଲରେ ମଶା ମରା ଅଭିଯାନ ଚାଲିଛି। ସ୍ବାସ୍ଥ୍ୟ ସଚିବ ସମସ୍ତଙ୍କୁ ମଶା ଦୂର କରିବା ସହ ଘର ପରିଷ୍କାର ରଖିବାକୁ ପରାମର୍ଶ ଦେଇଛନ୍ତି।    