ହରିଣକୁ ପିଟି ପିଟି ମାରିବା ଘଟଣା, ଜଣେ ଅଟକ

ପାଟଣା ୦୯।୦୫: ହରିଣକୁ ମାରିଦେବା ଘଟଣାରେ ଶିକାରୀ ଅଟକ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ବିଟ୍‌ ଅଞ୍ଚଳରେ ଘଟିଥିଲା ଏହି ଘଟଣା । ନ୍ୟୁଜ ସେଭେନ୍‌ରେ ଖବର ପ୍ରସାରଣ ପରେ ଆକ୍ସନକୁ ଆସିଛି ବନବିଭାଗ । ପୁରା ଘଟଣାର ଛାନ୍‌ଭିନ୍‌ କରୁଛି ବନବିଭାଗ । ଅଟକ ଥିବା ଯୁବକ ଜଣଙ୍କ କୁମୁଳାବାହାଳି  କୋଲନି ସାହୀର ଚିତ୍ତରଞ୍ଜନ ମହାନ୍ତ ବୋଲି ଜଣାପଡିଛି । ଖବର ଅନୁଯାୟୀ, କୁମାଳାବାହାଳି ଗାଁ ଭିତରକୁ ଏକ ମାଈ ହରିଣ ପଶିଆସିଥିଲା । ହରିଣକୁ ମାରିବା ଉଦ୍ଦେଶ୍ୟରେ ୨୦ରୁ ଅଧିକ ଲୋକ ଲୋକ ଗୋଡାଇ ଗୋଡାଇ ଠେଙ୍ଗାରେ ପିଟି ପିଟି ମାରିଦେଇଥିଲେ । ହରିଣକୁ ପିଟି ପିଟି ମାରିଥିବା ନେଇ ଖବର ପାଇ ବନପାଳ ଚିତ୍ତରଞ୍ଜନ ପରିଡ଼ାଙ୍କ ସମେତ ବନ କର୍ମଚାରୀ ଉକ୍ତ ଗାଁରେ ପହଞ୍ଚି ଶିକାରୀକୁ ଧରିବାରେ ସଫଳ ହୋଇଥିଲେ । କିନ୍ତୁ ଅନ୍ୟମାନେ ଫେରାର ହେବାରେ ସଫଳ ହୋଇଛନ୍ତି । ବନକର୍ମଚାରୀ ମୃତ ହରିଣକୁ ଜବତ କରି ରେଞ୍ଜ ଅଫିସକୁ ଆଣିଛି । ଏହାସହିତ ଅଟକ ଥିବା ଶିକାରୀ ଅଧିକ ପଚରାଉଚରା କରୁଛି ବନବିଭାଗ ।