ହାଡ଼ିଆ ହତ୍ୟାକାଣ୍ଡ: ୬୭ ଦିନ ପରେ ବି ହତ୍ୟାକାରୀଙ୍କ ଟେର୍‌ ପାଉନି ପୁଲିସ, ଠିକଣା ବଦଳାଉଛନ୍ତି ଦୁଇ ଭାଇ

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆ ହତ୍ୟାକାଣ୍ଡକୁ ୬୭ ଦିନ ବିତିଲାଣି। କିନ୍ତୁ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ଭାଇ ଦୀପକ ମଲ୍ଲିକ ଓ ଶାନ୍ତନୁ ମଲ୍ଲିକକୁ ଗିରଫ କରିପାରିଲା ନାହିଁ। ପୁଲିସ ସେମାନଙ୍କ ସମ୍ପର୍କୀୟଙ୍କ ଘର ଆଠଗଡ଼ ସମେତ ବଡମ୍ବା, ଢେଙ୍କାନାଳ, ଅନୁଗୁଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଚଢ଼ାଉ କରିସାରିଲାଣି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିପାରୁ ନାହିଁ। ଉଭୟ ମୋବାଇଲ୍ ବ୍ୟବହାର କରୁ ନଥିବାରୁ ପୁଲିସ ସେମାନଙ୍କୁ ଧରିବା ନେଇ ଚ୍ୟାଲେଞ୍ଜ ସୃଷ୍ଟି […] The post ହାଡ଼ିଆ ହତ୍ୟାକାଣ୍ଡ: ୬୭ ଦିନ ପରେ ବି ହତ୍ୟାକାରୀଙ୍କ ଟେର୍‌ ପାଉନି ପୁଲିସ, ଠିକଣା ବଦଳାଉଛନ୍ତି ଦୁଇ ଭାଇ first appeared on Sambad.

ହାଡ଼ିଆ ହତ୍ୟାକାଣ୍ଡ: ୬୭ ଦିନ ପରେ ବି ହତ୍ୟାକାରୀଙ୍କ ଟେର୍‌ ପାଉନି ପୁଲିସ, ଠିକଣା ବଦଳାଉଛନ୍ତି ଦୁଇ ଭାଇ
କଟକ: ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆ ହତ୍ୟାକାଣ୍ଡକୁ ୬୭ ଦିନ ବିତିଲାଣି। କିନ୍ତୁ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ଭାଇ ଦୀପକ ମଲ୍ଲିକ ଓ ଶାନ୍ତନୁ ମଲ୍ଲିକକୁ ଗିରଫ କରିପାରିଲା ନାହିଁ। ପୁଲିସ ସେମାନଙ୍କ ସମ୍ପର୍କୀୟଙ୍କ ଘର ଆଠଗଡ଼ ସମେତ ବଡମ୍ବା, ଢେଙ୍କାନାଳ, ଅନୁଗୁଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଚଢ଼ାଉ କରିସାରିଲାଣି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିପାରୁ ନାହିଁ। ଉଭୟ ମୋବାଇଲ୍ ବ୍ୟବହାର କରୁ ନଥିବାରୁ ପୁଲିସ ସେମାନଙ୍କୁ ଧରିବା ନେଇ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଇମାମପଡ଼ା ଗଡ଼ା ନିକଟରେ ସେପ୍ଟେମ୍ବର ୨ ତାରିଖରେ ହାଡ଼ିଆକୁ ଶିବାଜୀନଗର ଅଞ୍ଚଳର ଦୁଇ ଭାଇ ଦୀପକ ଓ ଶାନ୍ତନୁ ହତ୍ୟା କରିଥିଲେ। ଶିବାଜୀନଗରରେ ଥିବା ଏହି ଦୁଇ ଭାଇଙ୍କ ବାଡ଼ିରେ ହାଡ଼ିଆ ଚୋରାମଦ ଲୁଚାଇ ରଖୁଥିଲା। ଦୁଇଭାଇ ହାଡ଼ିଆକୁ ବିରୋଧ କରିଥିଲେ। ହାଡ଼ିଆ ୨ ତାରିଖ ସକାଳେ ସେମାନେ ମାଡ଼ ମାରିଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ସେଦିନ ରାତିରେ ହାଡ଼ିଆକୁ ହତ୍ୟା କରାଯାଇଥିଲା। ଦୁଇ ଅଭିଯୁକ୍ତଙ୍କ ପ୍ରକୃତ ଘର ବଡ଼ମ୍ବା ହୋଇଥିବାବେଳେ ସେମାନେ ଶିବାଜୀନଗରରେ ଘର କରି ରହୁଥିଲେ। ହତ୍ୟାକାଣ୍ଡ ପରେ ପ୍ରଥମେ ସେମାନେ ବଡ଼ମ୍ବାରେ ଥିବା ନିଜ ଘରକୁ ଯାଇଥିଲେ। କିନ୍ତୁ ସେଠାରେ ପୁଲିସ ପହଞ୍ଚିଯିବାରୁ ଫୋନ୍ ସୁଇଚ୍ ଅଫ୍ କରି ଫେରାର ହୋଇଯାଇଥିଲେ। ଉପରୋକ୍ତ ସ୍ଥାନରେ ଦୁଇଭାଇ ଥିବା ଖବର ପାଇ ପୁଲିସ ଟିମ୍ ଚଢ଼ାଉ କରିଥିଲା। କିନ୍ତୁ ସେମାନେ ବାରମ୍ବାର କୌଶଳକ୍ରମେ ଜିଲ୍ଲା ବଦଳାଉଥିବାରୁ ପୁଲିସ ସେମାନଙ୍କ ନିକଟରେ ପହଞ୍ଚିବା କଷ୍ଟକର ହୋଇପଡ଼ିଛି। ହାଡ଼ିଆ ହତ୍ୟାକାଣ୍ଡ ମାମଲାରେ ଲାଲବାଗ ଥାନା ଚାନ୍ଦିନୀଚୌକ ଅଞ୍ଚଳର ଏକ ମାତ୍ର ପ୍ରତ୍ୟେକ୍ଷଦର୍ଶୀ ମୁକେଶ ସୁସ୍ଥ ଥିବାବେଳେ ହାଡ଼ିଆକୁ ହତ୍ୟା କରାଯାଇଥିବା ଖଣ୍ଡା ବର୍ତ୍ତମାନ ସୁଦ୍ଧା ପୁଲିସ ହାତରେ ଲାଗିପାରି ନାହିଁ। ଇପ୍‌ସାର ଗଡ଼ା ନିକଟରେ ଥିବା ହାଡ଼ିଆର ବାଲିଗୋଡ଼ି ଦୋକାନରେ ମୁକେଶ କାମ କରୁଥିବାବେଳେ ହତ୍ୟାକାଣ୍ଡ ଦିନ ଦୁର୍ବୃତ୍ତମାନେ ପ୍ରଥମେ ମୁକେଶକୁ ହାଣିଥିଲେ। ପରେ ସେମାନେ ହାଡ଼ିଆକୁ ହାଣିଥିଲେ। ମୁକେଶ ହତ୍ୟାକାରୀଙ୍କୁ ସ୍ପଷ୍ଟ ଭାବେ ଦେଖିଥିବାରୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ପୁଲିସ ପାଇଁ କଷ୍ଟକର ହେବ ନାହିଁ ବୋଲି କୁହାଯାଉଛି। ତେବେ ହାଡ଼ିଆର ହତ୍ୟାକାରୀ ଏବେ କେଉଁଠି ଅଛନ୍ତି, ସେ ନେଇ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରୁ ନଥିବା ସୂଚନା ମିଳିଛି।The post ହାଡ଼ିଆ ହତ୍ୟାକାଣ୍ଡ: ୬୭ ଦିନ ପରେ ବି ହତ୍ୟାକାରୀଙ୍କ ଟେର୍‌ ପାଉନି ପୁଲିସ, ଠିକଣା ବଦଳାଉଛନ୍ତି ଦୁଇ ଭାଇ first appeared on Sambad.