ୟୁକ୍ରେନ୍‌ର ଫସିଛନ୍ତି ଭଦ୍ରକର ଛାତ୍ରୀ, ବଙ୍କରରେ କଟୁଛି ଜୀବନ ; ଚିନ୍ତାରେ ପୁରା ପରିବାର

ଭଦ୍ରକ ୨୮।୦୨: ୟୁକ୍ରେନରେ ଯୁଦ୍ଧ, ଭଦ୍ରକରେ ଆତଙ୍କ । ଆଶା ଆଉ ଆଶଙ୍କା ଭିତରେ ୟୁକ୍ରେନରେ ଥିବା ଛାତ୍ରଛାତ୍ରୀଙ୍କ ପରିବାର । ଫ୍ଲାଇଟ ଟିକେଟ ବୁକିଂ ସରିଥିଲା, କିନ୍ତୁ ଆସିବା ପୂର୍ବରୁ ହୋଇଗଲା ଯୁଦ୍ଧ । ଏବେ ଫସି ରହିଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ଅଞ୍ଚଳର ଘଟଣା ବଖାଣୁଛନ୍ତି । ହଷ୍ଟେଲ ଛାଡି ବଙ୍କରରେ ରହୁଛନ୍ତି , କାଁ ଭାଁ ମୋବାଇଲ ଅନ କରୁଛନ୍ତି । ଏହାରି ଭିତରେ ଆସିଛି ଆଶ୍ବସ୍ତିକର ଖବର । ୟୁକ୍ରେନରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଛି ଓଡିଶା ସରକାରଙ୍କ ସହାୟତା । ଭଦ୍ରକ ଜିଲ୍ଲାର ଛାତ୍ରୀ ଅର୍ଚ୍ଚନା ଗତ ଡିସେମ୍ବର ମାସ ୫ ତାରିଖରେ ୟୁକ୍ରେନ ଯାଇଥିଲେ । ଖାର୍କିଭ ନେସନାଲ ମେଡିକାଲ ୟୁନିଭରସିଟିରେ ଓରଥମ ବର୍ଷର ଛାତ୍ରୀ ଅଟନ୍ତି ଅର୍ଚ୍ଚନା । ସେ ମସ୍କୋ ଠାରୁ ୧୦୦ କିଲୋମିଟର ଦୂର ବୋଲଫାର୍ଡରେ ଅଛନ୍ତି । ୫ ଦିନ ହେବ ୯ ମହଲା ହଷ୍ଟେଲ ଛାଡି ପ୍ରାୟ ୨୦୦ ପିଲା ବଙ୍କରରେ ରହୁଛନ୍ତି । ଅର୍ଚ୍ଚନା ରହୁଥିବା ଅଞ୍ଚଳରେ ସ୍ଥାନୀୟ ଲୋକେ ରୁଷର ଜଣେ ମେଜର ଜେନେରାଲଙ୍କୁ ହତ୍ୟା କରିବା ସହ ଗାଡି ପୋଡି ଦେଇଥିଲେ । ଏହାପରେ ସେହି ଅଞ୍ଚଳରେ ରୁଷ ପକ୍ଷରୁ ହୋଇଥିଲା ଏୟାର ଷ୍ଟ୍ରାଇକ । ସେଠାର ପୁରା ଘଟଣା ଅର୍ଚ୍ଚନା ଫୋନ୍‌ ଯୋଗେ ନିଜ ପରିବାରକୁ ଜଣାଇଛନ୍ତି । ତେବେ ଅର୍ଚ୍ଚନା ରହୁଥିବା ଅଞ୍ଚଳରେ ଖୁବ୍‌ କମ୍‌ ସମୟ ପାଇଁ ବିଜୁଳି ଓ ଇଣ୍ଟରନେଟ ଆସୁଛି । ଯାହାଫଳରେ ପରିବାର ସହିତ ନିୟମିତ ଭାବେ ଯୋଗାଯୋଗ କରିପାରୁନାହାନ୍ତି । କିନ୍ତୁ ରବିବାର ରାତି ୧୧ ଟା ସମୟରେ ଅର୍ଚ୍ଚନା ଘର ଲୋକଙ୍କ ସହିତ କିଛି ସମୟର କଥା ହୋଇଥିଲା । ଏହାପରେ ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା । ପରିବାର ଲୋକେ ଏବେ ପୁରା ଚିନ୍ତାରେ ରହିଛନ୍ତି । ତେବେ ଏସବୁ ଭିତରେ ସେମାନଙ୍କ ଖାଇବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ରିଲିଫ୍ ପହଞ୍ଚିଛି । ଖୁବଶୀଘ୍ର ସେମାନଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀଙ୍କ ପରିବାର ।            