୧୦୦୦ରୁ ଅଧିକ ଲୋକଙ୍କୁ ନକଲି କରୋନା ଟିକା ଦେଇଛି ବ୍ୟବସାୟୀ

ପାକିସ୍ତାନ: ପାକିସ୍ତାନର ଜଣେ ବ୍ୟବସାୟୀ ୧୦୦୦ରୁ ଅଧିକ ଲୋକଙ୍କୁ ନକଲି କରୋନା ଟିକା ଲଗାଇଥିବା ଅଭିଯୋଗ ହୋଇଛି। ମହମ୍ମଦ ୟୁସୁଫ ଅମଦାନି ନାମକ ଜଣେ ବ୍ୟକ୍ତିଙ୍କୁ ନେଇ ରିଫାର୍ମା ନାମକ ଖବର କାଗଜରେ ଏକ ରିପୋର୍ଟ ଛପା ଯାଇଛି। ଏହି ରିପୋର୍ଟ ଅନୁସାରେ, ୟୁସୁଫ ମେକ୍ସିକୋ ସହର କେମ୍ପେସରେ ନିଜର ଟେକ୍ସଟାଇଲ ଫ୍ୟାକ୍ଟ୍ରିର କର୍ମଚାରୀଙ୍କୁ ଏହି ନକଲି ଟିକା ଦେଇଛି। ମହମ୍ମଦ ୟୁସୁଫର ନାମ ସବୁଠାରୁ ଧନୀଶ୍ରେଣୀଲୋକଙ୍କ ତାଲିକାରେ ରହିଛି। ୟୁସୁଫ ରୁଷର Sputnik V ଟିକାକୁ […] The post ୧୦୦୦ରୁ ଅଧିକ ଲୋକଙ୍କୁ ନକଲି କରୋନା ଟିକା ଦେଇଛି ବ୍ୟବସାୟୀ first appeared on Sambad.

୧୦୦୦ରୁ ଅଧିକ ଲୋକଙ୍କୁ ନକଲି କରୋନା ଟିକା ଦେଇଛି ବ୍ୟବସାୟୀ
ପାକିସ୍ତାନ: ପାକିସ୍ତାନର ଜଣେ ବ୍ୟବସାୟୀ ୧୦୦୦ରୁ ଅଧିକ ଲୋକଙ୍କୁ ନକଲି କରୋନା ଟିକା ଲଗାଇଥିବା ଅଭିଯୋଗ ହୋଇଛି। ମହମ୍ମଦ ୟୁସୁଫ ଅମଦାନି ନାମକ ଜଣେ ବ୍ୟକ୍ତିଙ୍କୁ ନେଇ ରିଫାର୍ମା ନାମକ ଖବର କାଗଜରେ ଏକ ରିପୋର୍ଟ ଛପା ଯାଇଛି। ଏହି ରିପୋର୍ଟ ଅନୁସାରେ, ୟୁସୁଫ ମେକ୍ସିକୋ ସହର କେମ୍ପେସରେ ନିଜର ଟେକ୍ସଟାଇଲ ଫ୍ୟାକ୍ଟ୍ରିର କର୍ମଚାରୀଙ୍କୁ ଏହି ନକଲି ଟିକା ଦେଇଛି। ମହମ୍ମଦ ୟୁସୁଫର ନାମ ସବୁଠାରୁ ଧନୀଶ୍ରେଣୀଲୋକଙ୍କ ତାଲିକାରେ ରହିଛି। ୟୁସୁଫ ରୁଷର Sputnik V ଟିକାକୁ ଇନପୋର୍ଟ କରିଥିଲା। ୟୁସୁଫକୁ ନେଇ ଅଭିଯୋଗ ହୋଇଛି କି ସେ ଏହି ଟିକା କେବଳ ନିଜ କର୍ମଚାରୀଙ୍କୁ ନୁହେଁ, ବରଂ ନିଜ ପାଖ ଲୋକମାନଙ୍କୁ ବି ଦେଇଛି। ଯେଉଁଥିରେ ଏଗଜିକ୍ୟୁଟିବ୍ସ ଓ କିଛି ରାଜନେତା ବି ସାମିଲ ଅଛନ୍ତି। ମାର୍ଚ୍ଚ ୧୦ରେ ଓସନ ବ୍ୟୁ ହୋଟଲରେ ୟୁସୁଫ ନିଜର ପାଖଲୋକମାନଙ୍କୁ ଟିକା ଲଗାଇଥିଲା। ଏହାପରେ ମାର୍ଚ୍ଚ ୧୫ରେ ସେ ନିଜର ଟେକ୍ସଷ୍ଟାଇଲ ଫ୍ୟାକ୍ଟ୍ରିରେ ଏହି ନକଲି ଟିକା କର୍ମଚାରୀଙ୍କୁ ଦେଇଥିଲା। କେବଳ ଏତିକି ନୁହେଁ କେତେକ ଟ୍ୟାକ୍ସି ଚାଳକଙ୍କୁ ବି ଏହି ଟିକା ୟୁସୁଫ ଦେଇଛି। ଏହି ଖବର ପ୍ରଘଟ ହେବା ପରେ ମେକ୍ସିକୋ ପ୍ରଶାସନ ନକଲି ଟିକାକୁ ଜବତ କରି ନେଇଛି। ଏକ ବୟାନରେ କୁହାଯାଇଛି କି, ଏହି ଟିକାର ଫଟୋ, କଣ୍ଟେନରର ଡିଜାଇନ ଓ ତାର ସ୍ତରକୁ ଦେଖିଲେ ସ୍ପଷ୍ଟ ହେଉଛି କି ଏହା ଏକ ନକଲି ଟିକା। ଯାହାକି ବାସ୍ତବ ଟିକା ସହିତ କୌଣସି ସାମଞ୍ଜସ୍ୟ ନାହିଁ। ତେବେ ଏହି ନକଲି ଟିକାକୁ ଜବତ କରାଯିବା ପରେ ୟୁସୁଫ ଟେକ୍ସଟାଇଲ ଫ୍ୟାକ୍ଟ୍ରିକୁ ତାଲା ପକାଇ ଦିଆଯିବା ସହିତ କର୍ମଚାରୀଙ୍କୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଛୁଟିରେ ପଠାଇ ଦିଆଯାଇଛି। ପୁଲିସ ଫେରାର ମହମ୍ମଦ ୟୁସୁଫକୁ ଧରିବା ପାଇଁ ତଦନ୍ତ ଚଳାଇଛି।  The post ୧୦୦୦ରୁ ଅଧିକ ଲୋକଙ୍କୁ ନକଲି କରୋନା ଟିକା ଦେଇଛି ବ୍ୟବସାୟୀ first appeared on Sambad.