୧୧ ପର୍ଯ୍ୟନ୍ତ କୁମୁଣ୍ଡା ପଞ୍ଚାୟତ ସଟ୍‌ଡାଉନ୍

ଅନୁଗୁଳ: ତାଳଚେର ବ୍ଲକ କୁମୁଣ୍ଡା ପଞ୍ଚାୟତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମଗ୍ର ପଞ୍ଚାୟତକୁ ମଙ୍ଗଳବାର ଠାରୁ ୪ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ପଂଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମକୁ ସ୍ଥାନୀୟ ସରପଞ୍ଚ ବିରଞ୍ଚି ସାହୁ ଆସନ୍ତା ୧୧ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି । ଏହି ଅଞ୍ଚଳଗୁଡିକର ଜନସାଧାରଣଙ୍କ ଯାତାୟାତ ଉପରେ ରୋକ ଲଗାଇଛନ୍ତି। ଏହି କଟକଣା କାଳରେ ସମସ୍ତ ପ୍ରକାର ଜରୁରୀ ସେବା ଯଥା- ଔଷଧ ଦୋକାନ, ଜଳ […]

୧୧ ପର୍ଯ୍ୟନ୍ତ କୁମୁଣ୍ଡା ପଞ୍ଚାୟତ ସଟ୍‌ଡାଉନ୍
ଅନୁଗୁଳ: ତାଳଚେର ବ୍ଲକ କୁମୁଣ୍ଡା ପଞ୍ଚାୟତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମଗ୍ର ପଞ୍ଚାୟତକୁ ମଙ୍ଗଳବାର ଠାରୁ ୪ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ପଂଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମକୁ ସ୍ଥାନୀୟ ସରପଞ୍ଚ ବିରଞ୍ଚି ସାହୁ ଆସନ୍ତା ୧୧ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି । ଏହି ଅଞ୍ଚଳଗୁଡିକର ଜନସାଧାରଣଙ୍କ ଯାତାୟାତ ଉପରେ ରୋକ ଲଗାଇଛନ୍ତି। ଏହି କଟକଣା କାଳରେ ସମସ୍ତ ପ୍ରକାର ଜରୁରୀ ସେବା ଯଥା- ଔଷଧ ଦୋକାନ, ଜଳ ଯୋଗାଣ, ପରିମଳ, ବିଦ୍ୟୁତ ଯୋଗାଣ ଓ ଡାକ୍ତରଖାନା ଇତ୍ୟାଦି ଖୋଲା ରହିବ। କରୋନା ସଂକ୍ରମଣ ରୋକିବାକୁ ଅଯଥା ପଦାରେ ନବୁଲି ଘରେ ରହିବା, ସାମାଜିକ ଦୂରତା ପାଳନ କରିବା, ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପଞ୍ଚାୟତବାସୀଙ୍କୁ ପରାମର୍ଶ ଦିଆଯାଇଛି।