୧୩ରେ ମାଁ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଏଥରବି ଭକ୍ତଶୂନ୍ୟ ହେବ ଯାତ୍ରା

ଜାରି ହେବ ୧୪୪ ଧାରା , ମୁତୟନ ହେବେ ୫ ପ୍ଲାଟୁନ୍ ପୁଲିସ୍ ଭବାନୀପାଟଣା : ଏବର୍ଷ ବି କରୋନା କଟକଣା ମଧ୍ୟରେ ପାଳିତ ହେବ କଳାହାଣ୍ଡିର ଆରାଧ୍ୟ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଆସନ୍ତା ଅକ୍ଟୋବର ୧୩ ତାରିଖରେ ହେବାକୁ ଥିବା ଏହି ଯାତ୍ରା ଏଥର ମଧ୍ୟ ବିନା ଭକ୍ତରେ ସଂପନ୍ନ ହେବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆଉ ସରକାରଙ୍କ ଗାଇଡଲାଇନ୍‌କୁ କଡାକଡି ପାଳନ ସକାଶେ ଭବାନୀପାଟଣା ସହରରେ […] The post ୧୩ରେ ମାଁ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଏଥରବି ଭକ୍ତଶୂନ୍ୟ ହେବ ଯାତ୍ରା appeared first on News Room Odisha.

୧୩ରେ ମାଁ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଏଥରବି ଭକ୍ତଶୂନ୍ୟ ହେବ ଯାତ୍ରା
ଜାରି ହେବ ୧୪୪ ଧାରା , ମୁତୟନ ହେବେ ୫ ପ୍ଲାଟୁନ୍ ପୁଲିସ୍ ଭବାନୀପାଟଣା : ଏବର୍ଷ ବି କରୋନା କଟକଣା ମଧ୍ୟରେ ପାଳିତ ହେବ କଳାହାଣ୍ଡିର ଆରାଧ୍ୟ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଆସନ୍ତା ଅକ୍ଟୋବର ୧୩ ତାରିଖରେ ହେବାକୁ ଥିବା ଏହି ଯାତ୍ରା ଏଥର ମଧ୍ୟ ବିନା ଭକ୍ତରେ ସଂପନ୍ନ ହେବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆଉ ସରକାରଙ୍କ ଗାଇଡଲାଇନ୍‌କୁ କଡାକଡି ପାଳନ ସକାଶେ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି । କଳାହାଣ୍ଡିର ଅଧୃଷ୍ଠାତ୍ରୀ ଦେବୀ ମା ’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆସନ୍ତା ଅକ୍ଟୋବର ୧୩ ତାରିଖ ଦିନ ଅନୁଷ୍ଠିତ ହେବ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାଂପ୍ରତିକ କରୋନା ମହାମାରୀ ପରିସ୍ଥିତି ଯୋଗୁଁ ଏସଆରସି ଦ୍ଵାରା ଜାରି କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ଏହି ପର୍ବ ପାଳିତ ହେବ । ବିନା ଭକ୍ତରେ ଏହି ଯାତ୍ରା ଅନୁଷ୍ଠିତ ହେବ ବୋଲି କଳାହାଣ୍ଡି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡା.ଗଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମିଳିତ ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯିବ ବୋଲି ସୂଚନା ଦିଆଯାଇଛି । ଛତର ଯାତ୍ରା ପାଇଁ କଳାହାଣ୍ଡି ଏସପିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ୫ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହୋଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ଅକ୍ଟୋବର ୧୨ତାରିଖ ମଧ୍ୟରାତ୍ରୀରୁ ତିନି ଦିନ ଧରି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି । ସେହିପରି ମା ’ ମାଣିକେଶ୍ୱରୀଙ୍କ ନିର୍ଦ୍ଦେଶରେ କଳାହାଣ୍ଡି ମହାରାଜା ଓ ମନ୍ଦିର କମିଟିର ନିର୍ଘଣ୍ଟ ତିଥ ସମୟ ଅନୁସାରେ ହିଁ ଛତର ଯାତ୍ରା ଅନୁଷ୍ଠିତ ହେବ । ୧୨ ତାରିଖ ଛତର ରାତି ୩ ଟାରୁ ମନ୍ଦିରରୁ ବାହାରି ଜେନାଖାଲରେ ପହଞ୍ଚିବ । ସେଠାରେ ରୀତି ନୀତି ଓ ପୂଜାର୍ଚ୍ଚନା ପରେ ସକାଳ ୬ଟା ୩୦ମିନିଟରେ ଜେନାଖାଲରୁ ମାଁଙ୍କ ଛତର ଯାତ୍ରା ବାହାରି ମନ୍ଦିରରେ ସକାଳ ସାଢେ ୭ଟାରେ ପହଞ୍ଚିବ ବୋଲି ଜିଲ୍ଲାପାଳ ବୈଠକରେ ସୂଚନା ଦେଇଥିଲେ । ଛତର ସହିତ ରୀତିନୀତି ଓ ପୂଜାର୍ଚ୍ଚନା ପାଇଁ ମନ୍ଦିର ପକ୍ଷରୁ ନିର୍ଦ୍ଦିଷ୍ଟ ପୂଜକ , କମିଟି ସଦସ୍ୟ ଓ ଅନ୍ୟମାନଙ୍କ ସମେତ ପାରମ୍ପାରିକ ଭାବରେ ଗୋଟିଏ ଘୁମୁରା ଦଳ ଓ ମନ୍ଦିରର ବାଜା ଛତର ଯାତ୍ରାରେ ସାମିଲ ହେବେ ବୋଲି ନିଷ୍ପତି ହୋଇଛି । ତେବେ ଏବର୍ଷ ମଧ୍ୟ ମାଣିକେଶ୍ୱରୀଙ୍କ ଦର୍ଶନରୁ ଭକ୍ତ ବଂଚିତ ହେବେ । ସମଗ୍ର କାର୍ଯ୍ୟକ୍ରମ ବିନା ଭକ୍ତରେ ଅନୁଷ୍ଠିତ ହେବ । ଭକ୍ତ ଯେପରି ସୋସିଆଲ ମିଡିଆ ଓ ଟିଭିରେ ଲାଇଭ ମାଧ୍ୟମରେ ମାଙ୍କ ଦର୍ଶନ କରିବେ ସେଥିପାଇଁ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ଶାନ୍ତି ଓ ଶୃଙ୍ଖଳା ସହି ଛତର ଯାତ୍ରା ସଂପନ୍ନ କରାଯିବାକୁ ପ୍ରଶାସନ ପକ୍ଷରୁ ଆହ୍ବାନ କରାଯାଇଛି । ଏହା ସହ ବଳି ପ୍ରଥା ଉପରେ କୋର୍ଟଙ୍କ ଯାହା ନିର୍ଦ୍ଦେଶ ରହିଛି ତାହା ପାଳନ କରାଯିବ ବୋଲି କୁହାଯାଇଛି । ବୈଠକରେ ଯୋଗ ଦେଇଥିବା ପୌରପାଳିକା , ବିଦ୍ୟୁତ , ଜନସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗକୁ ବିଭିନ୍ନ ଆନୁଷଙ୍ଗିକ ପ୍ରସ୍ତୁତି ଓ ଅବକାରୀ ବିଭାଗକୁ ସମସ୍ତ ମଦଦୋକାନ ବନ୍ଦ ରଖୁବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ପ୍ରଶାସନର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ । The post ୧୩ରେ ମାଁ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଏଥରବି ଭକ୍ତଶୂନ୍ୟ ହେବ ଯାତ୍ରା appeared first on News Room Odisha.