୧୬ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ରୁ ୪ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ବର : କିଛି ଦିନ ବ୍ୟବଧାନ ପରେ ପୁଣି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୧୬ ତାରିଖରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ଓ ଏହା କେତେ ଘନୀଭୂତ ହେବ, ସେ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ […]

୧୬ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ରୁ ୪ ଡିଗ୍ରୀ ଖସିବ ପାରଦ
ଭୁବନେଶ୍ବର : କିଛି ଦିନ ବ୍ୟବଧାନ ପରେ ପୁଣି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୧୬ ତାରିଖରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ଓ ଏହା କେତେ ଘନୀଭୂତ ହେବ, ସେ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏବେ ଯାଏଁ ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଅନ୍ୟପଟେ ଆସନ୍ତା ୩ରୁ ୪ ଦିନ ଭିତରେ ରାଜ୍ୟର ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ତଳକୁ ଖସିବ ବୋଲି ଜଣାପଡ଼ିଛି। ପ୍ରକାଶ ଯେ ଶନିବାର ଦିନ ୪ ସହରର ତାପମାତ୍ରା ୧୩ ଡିଗ୍ରୀ ଥିବା ବେଳେ ଦାରିଙ୍ଗିବାଡ଼ି ଓ କୋରାପୁଟରେ ସର୍ବନିମ୍ନ ୧୩ ଡିଗ୍ରୀ ଏବଂ ବୌଦ୍ଧ ଓ ଫୁଲବାଣୀରେ ୧୩.୫ ଡିଗ୍ରୀ ରେକର୍ଡ କରାଯାଇଛି। ୨ ଦିନ ପରେ ଏହି ପାରଦ ଆହୁରି ଖସିବ ଓ ରାଜ୍ୟରେ ଶୀତ ବଢ଼ିବ ବୋଲି ପାଣିପାଗ ସୂତ୍ରରୁ ଜଣାପଡ଼ିଛି।