୨୧ ମାସ ପରେ ଡାଇଭ୍‌ ମାରିଲେ ଧୋନୀ

ନୂଆଦିଲ୍ଲୀ,୨୦।୪ : ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରନ୍‌ଆଉଟ୍‌ରୁ ବର୍ତ୍ତିବା ପାଇଁ ଫୁଲ୍‌ ଡାଇଭ୍‌ ମାରିଥିଲେ। ୩୯ ବର୍ଷ ବୟସରେ ଫିଟ୍‌ ଥିବାରୁ ଧୋନୀଙ୍କୁ ଅନେକ ପ୍ରଶଂସା କରିଛନ୍ତି। କିନ୍ତୁ ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ମିମ୍ସ କରାଯାଉଛି। ନ୍ୟୁଜିଲାଣ୍ଡ ବିପକ୍ଷ ୨୦୧୯ ଆଇସିସି ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ୍‌ରେ ଭାରତୀୟ ଦଳକୁ ଜିତିବା ପାଇଁ ଅନ୍ତିମ ୧୦ ବଲରେ ଦରକାର ଥାଏ ୨୫ […] The post ୨୧ ମାସ ପରେ ଡାଇଭ୍‌ ମାରିଲେ ଧୋନୀ appeared first on Dharitri Odia News.

୨୧ ମାସ ପରେ ଡାଇଭ୍‌ ମାରିଲେ ଧୋନୀ
ନୂଆଦିଲ୍ଲୀ,୨୦।୪ : ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରନ୍‌ଆଉଟ୍‌ରୁ ବର୍ତ୍ତିବା ପାଇଁ ଫୁଲ୍‌ ଡାଇଭ୍‌ ମାରିଥିଲେ। ୩୯ ବର୍ଷ ବୟସରେ ଫିଟ୍‌ ଥିବାରୁ ଧୋନୀଙ୍କୁ ଅନେକ ପ୍ରଶଂସା କରିଛନ୍ତି। କିନ୍ତୁ ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ମିମ୍ସ କରାଯାଉଛି। ନ୍ୟୁଜିଲାଣ୍ଡ ବିପକ୍ଷ ୨୦୧୯ ଆଇସିସି ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ୍‌ରେ ଭାରତୀୟ ଦଳକୁ ଜିତିବା ପାଇଁ ଅନ୍ତିମ ୧୦ ବଲରେ ଦରକାର ଥାଏ ୨୫ ରନ୍‌। କ୍ରିଜ୍‌ରେ ଥାଆନ୍ତି କିମ୍ବଦନ୍ତୀ ଧୋନୀ। ଲୋକି ଫରଗୁସନଙ୍କ ବଲକୁ ଡିପ ସ୍କୋୟାର ଲେଗ୍‌ ଅଞ୍ଚଳକୁ ଖେଳି ୨ ରନ୍‌ ଚୋରାଇବାକୁ ଉଦ୍ୟମ କରିଥିଲେ। ମାର୍ଟିନ ଗୁପଟିଲଙ୍କ ଡାଇରେକ୍ଟ ଥ୍ରୋ ଯୋଗୁ କିଛି ଇଞ୍ଚ୍‌ ଦୂରରେ ରହିଯାଇଥିଲା ଧୋନୀ। କିନ୍ତୁ ସେଥର ଡାଇଭ ମାରି ନ ଥିଲେ ଏହି ମହାନ ଖେଳାଳି। ଆଉ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା ଟିମ୍‌ ଇଣ୍ଡିଆ। ତାହା ଥିଲା ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଅନ୍ତିମ ମ୍ୟାଚ୍‌। ଏହି ଘଟଣାକୁ ମନେ ପକାଇ ଜଣେ ୟୁଜର ଲେଖିଛନ୍ତି, ପୂରା ୨୧ ମାସ ପରେ ଆସିଲା ସେହି ଡାଇଭ୍‌। ଖୁବ୍‌ ବିଳମ୍ବ ହୋଇଗଲା ମାହି। The post ୨୧ ମାସ ପରେ ଡାଇଭ୍‌ ମାରିଲେ ଧୋନୀ appeared first on Dharitri Odia News.