୨୨ରୁ ୨୪ ଯାଏଁ ହେବାକୁ ଥିବା ଯୁକ୍ତ-୩ ପରୀକ୍ଷା ସ୍ଥଗିତ, ପୌର ନିର୍ବାଚନ ଲାଗି ଏଭଳି ନିଷ୍ପତ୍ତି

ଭୁବନେଶ୍ୱର ୦୯।୦୩ : ସ୍ଥଗିତ ରହିଲା ଯୁକ୍ତ-୩ ପରୀକ୍ଷା । ଆସନ୍ତା ୨୨ରୁ ୨୪ ଯାଏଁ ହେବାକୁ ଥିବା ଯୁକ୍ତ-୩ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆଗାମୀ ପୌର ନିର୍ବାଚନ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ରାଜ୍ୟ ନିର୍ବାଚନ କମିଶନ ଜାରି କରିଥିବା ଏକ ନୋଟିସରେ ଉଲ୍ଲେଖ କରିଛନ୍ତି ଯେ, ସହରାଞ୍ଚଳରେ ପୌର ନିର୍ବାଚନ ୨୨ରୁ ୨୪ ତାରିଖ ମଧ୍ୟରେ ହେବ। ଯେହେତୁ ସହରାଞ୍ଚଳର କଲେଜ ଗୁଡ଼ିକରେ ବୁଥ୍ ହେବ, ସେଥିପାଇଁ ଏସବୁ କଲେଜରେ ପରୀକ୍ଷା ଆୟୋଜନ ସମ୍ଭବ ହେବ ନାହିଁ। ତେଣୁ ଏହି ସମୟରେ ପରୀକ୍ଷା ପାଇଁ ବାହାରିଥିବା ପରୀକ୍ଷା ସୂଚୀ ଉପରେ ଆପତ୍ତି ଦର୍ଶାଇଛନ୍ତି ନିର୍ବାଚନ କମିଶନ। ତେଣୁ ଏହି ସମୟ ମଧ୍ୟରେ ପରୀକ୍ଷା ସ୍ଥଗିତ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛି ବିଭାଗ । ଚିଠି ଲେଖି ପରୀକ୍ଷା ବନ୍ଦ ନେଇ ଜଣାଇଲା ଉଚ୍ଚଶିକ୍ଷା ବିଭାଗ।