୩ ସପ୍ତାହ ବନ୍ଦ ରହିବ ସାପ୍ତାହିକ ହାଟ

ଝାରସୁଗୁଡ଼ା ଅଫିସ,୨।୪: ପଡୋଶୀ ଛତିଶଗଡ଼ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲାକୁ ଲାଗି ରହିଛି ଝାରସୁଗୁଡ଼ା ଜିଲା। ଉଭୟ ରାଜ୍ୟ ସୀମାନ୍ତରେ ଲୋକଙ୍କ ଯାତାୟାତ ରହିଥିବା ବେଳେ କରୋନା ସଂକ୍ରମଣ ଆଶଙ୍କା ରଖି ଜିଲା ପ୍ରଶାସନ ପକ୍ଷରୁ କୋଭିଡ କଟକଣାକୁ କଡାକଡି କରାଯାଇଛି। ଏଭଳିସ୍ଥିତିରେ ଝାରସୁଗୁଡ଼ା ଜିଲାରେ ସମସ୍ତ ସାପ୍ତାହିକ ହାଟ ୩ ସପ୍ତାହ ପାଇଁ ବନ୍ଦ ରହିବ। ଏନେଇ ଜିଲାପାଳ ସରୋଜ କୁମାର ସାମଲ […] The post ୩ ସପ୍ତାହ ବନ୍ଦ ରହିବ ସାପ୍ତାହିକ ହାଟ appeared first on Dharitri Odia News.

୩ ସପ୍ତାହ ବନ୍ଦ ରହିବ ସାପ୍ତାହିକ ହାଟ
ଝାରସୁଗୁଡ଼ା ଅଫିସ,୨।୪: ପଡୋଶୀ ଛତିଶଗଡ଼ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲାକୁ ଲାଗି ରହିଛି ଝାରସୁଗୁଡ଼ା ଜିଲା। ଉଭୟ ରାଜ୍ୟ ସୀମାନ୍ତରେ ଲୋକଙ୍କ ଯାତାୟାତ ରହିଥିବା ବେଳେ କରୋନା ସଂକ୍ରମଣ ଆଶଙ୍କା ରଖି ଜିଲା ପ୍ରଶାସନ ପକ୍ଷରୁ କୋଭିଡ କଟକଣାକୁ କଡାକଡି କରାଯାଇଛି। ଏଭଳିସ୍ଥିତିରେ ଝାରସୁଗୁଡ଼ା ଜିଲାରେ ସମସ୍ତ ସାପ୍ତାହିକ ହାଟ ୩ ସପ୍ତାହ ପାଇଁ ବନ୍ଦ ରହିବ। ଏନେଇ ଜିଲାପାଳ ସରୋଜ କୁମାର ସାମଲ ଟୁଇଟ କରି ଶୁକ୍ରବାର ସୂଚନା ଦେଇଛନ୍ତି। ସାପ୍ତାହିକ ହାଟ ଓ ନିୟମିତ ହାଟକୁ ପୃଥକ ଭାବେ ଅନ୍ୟତ୍ର ବସାଇବା ପାଇଁ ବ୍ୟବସ୍ଥା କରାଯାଇଛି । ହାଟ, ବଜାରରେ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରକ୍ଷା ଆଦି ଉପରେ ଗୁରୁତ୍ୱ ଦିଆଯାଇଛି। ଶୁକ୍ରବାର ସୁଦ୍ଧା ଜିଲାରେ ୮୦୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୨୬ ଜଣଙ୍କ ମତ୍ୟୁ ଘଟିଥିବା ବେଳେ ୭୯୩୯ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୬୧ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। The post ୩ ସପ୍ତାହ ବନ୍ଦ ରହିବ ସାପ୍ତାହିକ ହାଟ appeared first on Dharitri Odia News.