୩୩ତମ ରାଜ୍ୟ ଜୁନିୟର ବାଳକ ଓ ବାଳିକା ରାଜ୍ୟ ଟେନିକୋଇଟ ପ୍ରତିଯୋଗିତା ଅନୁଷ୍ଠିତ

୩୩ତମ ରାଜ୍ୟ ଜୁନିୟର ବାଳକ ଓ ବାଳିକା ରାଜ୍ୟ ଟେନିକୋଇଟ ପ୍ରତିଯୋଗିତା ଅନୁଷ୍ଠିତ। ଭଦ୍ରକ : ୩୩ତମ ରାଜ୍ୟ ଜୁନିୟର ବାଳକ ଓ ବାଳିକା ଟେନିକୋଇଟ ପ୍ରତିଯୋଗିତା ଆଜି ଭଦ୍ରକ ଜିଲ୍ଲା ଟେନିକୋଇଟ ସଙ୍ଘ ଅନୁକଲ୍ୟରେ ଓଲଙ୍ଗ ମିନି ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଯାଇଛି।ଭଦ୍ରକ ଜିଲ୍ଲା ସଭାପତି ଅଧ୍ୟାପକ ଗୋଲକ ନାୟକ ଙ୍କ ସଭପତିତ୍ୱ ରେ ସଭାକାର୍ଯ୍ୟ ପରିଚାଳନା ହୋଇଥିଲା।ଏଥିରେ ଓଲଙ୍ଗ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀ ଯୁକ୍ତ ଅକ୍ଷୟ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଓ ଶ୍ରୀମତୀ ଦେବୀଦତ୍ତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଂଟ କୁ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ୧୦ଟି ଜିଲ୍ଲାରୁ ପ୍ରାୟ ୬୦ଜଣ କ୍ରୀଡ଼ାବିତ ଯୋଗଦେଇଛନ୍ତି। ଅନ୍ୟ ଅଫିସିଆଲ ମାନେ ଖେଳଟିକୁ ପରିଚାଳିତ କରିଥିଲେ ।ଭଦ୍ରକ ଜିଲ୍ଲା ଟେନିକୋଏଟ ସଙ୍ଘ ର ସମ୍ପାଦକ ମନୋଜ ସାହୁ ଧନ୍ୟବାଦ ଦେଇଥିଲେ।

୩୩ତମ  ରାଜ୍ୟ ଜୁନିୟର ବାଳକ ଓ ବାଳିକା ରାଜ୍ୟ ଟେନିକୋଇଟ ପ୍ରତିଯୋଗିତା ଅନୁଷ୍ଠିତ