୪ ଦିନରେ ବ୍ୟାଙ୍କ ଲୁଟ ମାମଲା ପର୍ଦ୍ଦାଫାଶ, ୩ ଗିରଫ

କୁଆଁରମୁଣ୍ଡା,୧୭।୧: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଡୁମେରଯୋର ପଞ୍ଚାୟତ ପରିସରରେ ଥିବା ଏସ୍‌ବିଆଇ ଶାଖାରୁ ସଶସ୍ତ୍ର ଡକାୟତି ଘଟଣାର ୪ ଦିନ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହା ସହ ସେମାନଙ୍କଠାରୁ ୨ଟି ବାଇକ୍‌, ୬ ହଜାର ଟଙ୍କା କଏନ୍‌ ଜବତ କରିଛି। ଅନ୍ୟପକ୍ଷରେ ଉକ୍ତ ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ସମେତ ୬ ଅଦ୍ୟାବଧି ଫେରାର ଥିବା କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଶ୍ୟାମଲାଲ ଓରାମ ସୂଚନା ଦେଇଛନ୍ତି। ବ୍ୟାଙ୍କରୁ ୫ଲକ୍ଷ ୯୦ ହଜାର […] The post ୪ ଦିନରେ ବ୍ୟାଙ୍କ ଲୁଟ ମାମଲା ପର୍ଦ୍ଦାଫାଶ, ୩ ଗିରଫ appeared first on Dharitri Odia News.

୪ ଦିନରେ ବ୍ୟାଙ୍କ ଲୁଟ ମାମଲା ପର୍ଦ୍ଦାଫାଶ, ୩ ଗିରଫ
କୁଆଁରମୁଣ୍ଡା,୧୭।୧: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଡୁମେରଯୋର ପଞ୍ଚାୟତ ପରିସରରେ ଥିବା ଏସ୍‌ବିଆଇ ଶାଖାରୁ ସଶସ୍ତ୍ର ଡକାୟତି ଘଟଣାର ୪ ଦିନ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହା ସହ ସେମାନଙ୍କଠାରୁ ୨ଟି ବାଇକ୍‌, ୬ ହଜାର ଟଙ୍କା କଏନ୍‌ ଜବତ କରିଛି। ଅନ୍ୟପକ୍ଷରେ ଉକ୍ତ ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ସମେତ ୬ ଅଦ୍ୟାବଧି ଫେରାର ଥିବା କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଶ୍ୟାମଲାଲ ଓରାମ ସୂଚନା ଦେଇଛନ୍ତି। ବ୍ୟାଙ୍କରୁ ୫ଲକ୍ଷ ୯୦ ହଜାର ୪୦ଟଙ୍କା ଲୁଟ୍‌ କରିଥିବା ଗିରଫ ଅଭିଯୁକ୍ତମାନେ ଥାନାରେ ପଚରାଉଚରା ବେଳେ ସ୍ବୀକାର କରିଥିବା ପୋଲିସ କହିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁତ୍ରା ଥାନା ଅନ୍ତର୍ଗତ ରଇତାକଛାର ଗ୍ରାମର ବିଜୟ ଲାକ୍ରା(୧୮), ସମ୍ବଲପୁର ଜିଲା ଗୋବିନ୍ଦପୁର ଗ୍ରାମର ଗୋବିନ୍ଦ ଟପ୍ନୋ(୨୧) ଓ ଫଟାଟାଙ୍ଗର ଗ୍ରାମର ମୁନା ମାଝି((୨୩)। ଗିରଫ ୩ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। ଫେରାର ଥିବା ଅନ୍ୟ ୬ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି । The post ୪ ଦିନରେ ବ୍ୟାଙ୍କ ଲୁଟ ମାମଲା ପର୍ଦ୍ଦାଫାଶ, ୩ ଗିରଫ appeared first on Dharitri Odia News.