୫ ଗ୍ରାମବାସୀଙ୍କୁ ଘରୁ ଉଠାଇ ନେଲେ ମାଓବାଦୀ, ପୋଲିସ ଇନଫର୍ମର ସନ୍ଦେହରେ ଅପହରଣ !

ମାଲକାନଗିରି ୮।୧୧: ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ୫ ଜଣ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ । କୋଣ୍ଟା ଥାନା ଅନ୍ତର୍ଗତ ବଟେର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଇନଫର୍ମର ସନ୍ଦେହରେ ଅପହରଣ କରିନେଇଥିବା ସୂଚନା ମିଳିଛି । ଅପହୃତ ସମସ୍ତେ ହେଉଛନ୍ତି ବଟେର ଗାଁର କବାସି କୋଷା, ସୋଡି ଗଙ୍ଗା, କବାସି ହିଡମା, କବାସି ଦେବା ଓ ମାଡଭି ନନ୍ଦୁ । ତେବେ ରବିବାର ଦିନ ୧୦ରୁ ୧୫ଜଣ ସଶସ୍ତ୍ର ନକ୍ସଲ ବଟେର ଗାଁରେ ପହଞ୍ଚି ଏମାନଙ୍କୁ ଘରୁ ଉଠାଇ ନେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏମାନଙ୍କ କୌଣସି ପତ୍ତା ମିଳିନଥିବା ବେଳେ ସୁରକ୍ଷିତ ଅବସ୍ଥାରେ ଏମାନଙ୍କୁ ଛାଡି ଦେବା ଲାଗି ମାଓ ସଂଗଠନକୁ ଦାବି କରିଛନ୍ତି ଆଦିବାସୀ ସମାଜ ।