୫ଭାରତୀୟଙ୍କୁ ଉଠାଇ ନେଲା ଚୀନ ସେନା !

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସେନା ମଧ୍ୟରେ ତିକ୍ତତା ଜାରି ରହିଛି। ଅନେକ ଥର ଆଲୋଚନା ସରିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିପାରି ନାହିଁ। ତେବେ ଏଭଳି ପରିସ୍ଥିତିରେ ଚୀନ୍ ସେନା ଅରୁଣାଚଳ ପ୍ରଦେଶରୁ ପାଞ୍ଚ ଜଣଙ୍କୁ ଅପହରଣ କରି ନେଇଥିବା ଖବର ସାମ୍ନାକୁ ଆସିଛି। ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଦାବି କରିଛନ୍ତି ଯେ, ଚୀନ୍ ସେନା ସୀମାରୁ ୫ଜଣ ଭାରତୀୟଙ୍କୁ ଅପହରଣ କରିଛି। ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ […]

୫ଭାରତୀୟଙ୍କୁ ଉଠାଇ ନେଲା ଚୀନ ସେନା !
ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସେନା ମଧ୍ୟରେ ତିକ୍ତତା ଜାରି ରହିଛି। ଅନେକ ଥର ଆଲୋଚନା ସରିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିପାରି ନାହିଁ। ତେବେ ଏଭଳି ପରିସ୍ଥିତିରେ ଚୀନ୍ ସେନା ଅରୁଣାଚଳ ପ୍ରଦେଶରୁ ପାଞ୍ଚ ଜଣଙ୍କୁ ଅପହରଣ କରି ନେଇଥିବା ଖବର ସାମ୍ନାକୁ ଆସିଛି। ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଦାବି କରିଛନ୍ତି ଯେ, ଚୀନ୍ ସେନା ସୀମାରୁ ୫ଜଣ ଭାରତୀୟଙ୍କୁ ଅପହରଣ କରିଛି। twitterଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଦାବି କରିଛନ୍ତି ଯେ, ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ଅରୁଣାଚଳ ପ୍ରଦେଶର ଉପର ସୁବାନସିରି ଜିଲ୍ଲାର ପାଞ୍ଚ ଜଣଙ୍କୁ ଅପହରଣ କରିଛି। କିଛି ମାସ ପୂର୍ବରୁ ଏଭଳି ଘଟଣା ଘଟିଥିଲା। ଚୀନ୍‌ର ଏଭଳି କାମ ପାଇଁ ତାକୁ ଉଚିତ୍ ଜବାବ ଦିଆଯିବା ଦରକାର ବୋଲି ଲେଖିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟ୍ୟାଗ୍ କରିଛନ୍ତି ବିଧାୟକ ନିନୋଙ୍ଗ ଏରିଙ୍ଗ। aajtakଏହା ସହ କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ତାଙ୍କ ଟ୍ୱିଟ୍ ସହିତ ଦୁଇଟି ସ୍କ୍ରିନସଟ୍ ସଂଲଗ୍ନ କରିଛନ୍ତି। ଏଥିରେ ପାଞ୍ଚ ଜଣଙ୍କ ନାମ ଅନ୍ତର୍ଭୁକ୍ତ, ଯେଉଁମାନେ ଅପହରଣ ହୋଇଥିବା ଦାବି କରାଯାଇଛି। ନିନୋଙ୍ଗ ଏରିଙ୍ଗ କହିଛନ୍ତି ଯେ, ସରକାର ଚୀନ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଏବଂ ଚୀନ୍ ବିସ୍ତାରବାଦ ନୀତିର ଅନୁସନ୍ଧାନ କରିବା ଉଚିତ୍। SHOCKING NEWS: Five people from Upper Subansiri district of our state Arunachal Pradesh have reportedly been ‘abducted’ by China’s People’s Liberation Army (PLA). Few months earlier,a similar incident happened. A befitting reply must be given to #PLA and #CCPChina. @PMOIndia https://t.co/8gRdGsQfId pic.twitter.com/KbDMJ3bUi2 — Ninong Ering (@ninong_erring) September 4, 2020 ସୂଚନା ମୁତାବକ, ଜୁନ ୧୫ରେ ଗଲୱାନରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଥିଲା। ବ୍ରିଗେଡ କମାଣ୍ଡରସ୍ତରୀୟ ଆଲୋଚନା କରି ଏହାର ସମାଧାନର ବାଟ ଖୋଜାଯାଉଥିବା ବେଳେ ଚୀନ ସେନା ଅଗଷ୍ଟ ୨୯-୩୦ରେ ପୁଣି ଥରେ ଭାରତ ସୀମାକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା, ଯାହା ଦୁଇ ଦେଶର ସଂପର୍କକୁ ଆହୁରି ତିକ୍ତ କରିଥିଲା।