ଅନ୍‌ଲାଇନ୍‌ରେ ବି ଚିଟ୍‌ଫଣ୍ତ ଠକେଇ, କଟକରୁ ଦେଢ଼କୋଟି ଲୁଟ୍‌

କଟକ: ଉତ୍ତରପ୍ରଦେଶର ଏକ ଅନଲାଇନ୍‌ ନେଟଵାର୍କି˚ କମ୍ପାନି କଟକରୁ ପ୍ରାୟ ଦେଢ଼କୋଟି ଟଙ୍କା ଲୁଟିନେଇଛି। କଟକ ସମେତ ପଡେ଼ାଶୀ କେନ୍ଦ୍ରାପଡ଼ା, ଜଗତସି˚ହପୁର ଓ ଯାଜପୁର ଜିଲ୍ଲାରୁ ବି ଟଙ୍କା ଲୁଟ୍‌ ହୋଇଛି। ୪ଟି ଜିଲ୍ଲାର ପ୍ରାୟ ୩୦ ହଜାର ଜମାକାରୀଙ୍କ ନିକଟରୁ ୨ କୋଟିରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିବା କୁହାଯାଉଛି। ଜମାକାରୀମାନେ ଲୋକଲଜ୍ଜ୍ୟା ଭୟରେ ଥାନାରେ ଏତଲା ଦେଉ ନଥିବା ଘଟଣା ଏବେ ସାମନାକୁ ଆସିଛି। ଏଠି ଠକେଇରେ କଟକର ଶିକ୍ଷକ, ରେଳବାଇ ଅଧିକାରୀ, ବ୍ୟବସାୟୀ […] The post ଅନ୍‌ଲାଇନ୍‌ରେ ବି ଚିଟ୍‌ଫଣ୍ତ ଠକେଇ, କଟକରୁ ଦେଢ଼କୋଟି ଲୁଟ୍‌ first appeared on Sambad.

ଅନ୍‌ଲାଇନ୍‌ରେ ବି ଚିଟ୍‌ଫଣ୍ତ ଠକେଇ, କଟକରୁ ଦେଢ଼କୋଟି ଲୁଟ୍‌
କଟକ: ଉତ୍ତରପ୍ରଦେଶର ଏକ ଅନଲାଇନ୍‌ ନେଟଵାର୍କି˚ କମ୍ପାନି କଟକରୁ ପ୍ରାୟ ଦେଢ଼କୋଟି ଟଙ୍କା ଲୁଟିନେଇଛି। କଟକ ସମେତ ପଡେ଼ାଶୀ କେନ୍ଦ୍ରାପଡ଼ା, ଜଗତସି˚ହପୁର ଓ ଯାଜପୁର ଜିଲ୍ଲାରୁ ବି ଟଙ୍କା ଲୁଟ୍‌ ହୋଇଛି। ୪ଟି ଜିଲ୍ଲାର ପ୍ରାୟ ୩୦ ହଜାର ଜମାକାରୀଙ୍କ ନିକଟରୁ ୨ କୋଟିରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିବା କୁହାଯାଉଛି। ଜମାକାରୀମାନେ ଲୋକଲଜ୍ଜ୍ୟା ଭୟରେ ଥାନାରେ ଏତଲା ଦେଉ ନଥିବା ଘଟଣା ଏବେ ସାମନାକୁ ଆସିଛି। ଏଠି ଠକେଇରେ କଟକର ଶିକ୍ଷକ, ରେଳବାଇ ଅଧିକାରୀ, ବ୍ୟବସାୟୀ ଶିକାର ହୋଇଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶର ଏକ ନେଟଵାର୍କି˚ କମ୍ପାନି ଅନଲାଇନ ମାଧ୍ୟମରେ କଟକର କିଛି ଜମାକାରୀଙ୍କ ସହିତ ୨୦୨୦ ଅକ୍ଟୋବରରେ ଯୋଗାଯୋଗ କରିଥିଲା। ସର୍ତ୍ତ ରଖାଯାଇଥିଲା, ୬୫୦ ଟଙ୍କା ଦେଇ ଅନଲାଇନ୍‌ରେ ସଦସ୍ୟତା ଗ୍ରହଣ କରିବେ। ଦୈନିକ ୨୫ ଟଙ୍କା ହିସାବରେ ୬ ମାସ ଯାଏ ୪ ହଜାର ୫୦୦ ଟଙ୍କା ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା ଉକ୍ତ ସ˚ସ୍ଥା। ସଦସ୍ୟତା ଗ୍ରହଣ କରିଥିବା ଜମାକାରୀ ନିଜ ଅଧୀନରେ ନୂଆ ଜମାକାରୀ ରଖିପାରିବେ। ଏଭଳି ଚେନ୍‌ ବ୍ୟବସ୍ଥା ହୋଇଥିଲା। ନୂଆ ଜମାକାରୀଙ୍କୁ ସାମିଲ କଲେ ୧ ଟଙ୍କାରୁ ୭ ଟଙ୍କା ପର୍ଯ୍ୟନ୍ତ କମିସନ୍‌ ଦିଆଯାଇଥିଲା। କଟକର ସିଡିଏ, ବିଡ଼ାନାସୀ, କଲେଜ ଛକ, ମଧୁପାଟଣା ଏବ˚ ବାଦାମବାଡ଼ି ଅଞ୍ଚଳରୁ ଏକାଧିକ ଜମାକାରୀ ଏଭଳି ଢ˚ଗରେ ଅନଲାଇନ୍‌ ୱେବସାଇଟ୍‌ରେ ସାମିଲ କରିଥିଲା। ଦୈନିକ ଆସୁଥିବା ୨୫ ଟଙ୍କା କମ୍ପାନି ଵାଲେଟ୍‌ରେ ରହୁଥିଲା। ସେଠାରୁ କେହି ସଦସ୍ୟ ଚାହିଁଲେ ନିଜ ବ୍ୟାଙ୍କ୍‌ ଆକାଉଣ୍ଟକୁ ସ୍ଥାନାନ୍ତର କରିପାରିବେ। ଦୈନିକ ୨୫ ଟଙ୍କା ବ୍ୟବସ୍ଥା ଡିସେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କମ୍ପାନି ଦେଇଥିଲା। ଡିସେମ୍ବର ପରଠାରୁ ୨୦ ଟଙ୍କା ଲେଖାଏ ଦେଲା। ପରେ ଵାଲେଟ୍‌ରୁ ବ୍ୟାଙ୍କ୍‌ ଆକାଉଣ୍ଟକୁ ଟ୍ରାନସଫର ବ୍ୟବସ୍ଥା କମ୍ପାନି ବନ୍ଦ କରିଦେଲା। ଡିସେମ୍ବର ପରଠାରୁ ଆଉ କେହି ଵାଲେଟ୍‌ରୁ ବ୍ୟାଙ୍କ୍‌ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର‌୍‌ କରିପାରିଲେ ନାହିଁ। ଜାନୁଆରି ମାସରେ ଵାଲେଟ୍‌ରେ ଥିବା ସମସ୍ତ ଟଙ୍କା ଶୂନ୍‌ ହୋଇଗଲା। ଏବେ ଜମାକାରୀମାନେ ଅନଲାଇନରେ କମ୍ପାନିକୁ ଯୋଗାଯୋଗ କରି ବିଫଳ ହୋଇଛନ୍ତି। ରେଳବାଇର ଜଣେ କର୍ମଚାରୀ ବୀରେନ୍‌ କୁମାର ବେହେରା କହିଛନ୍ତି ଯେ, ଉକ୍ତ ସ˚ସ୍ଥାରେ ନଭେମ୍ବରରେ ଯୋଗ ଦେଇଥିଲି। ପ୍ରାୟ ୮୦ ଜଣଙ୍କୁ ନିଜ ଅଧୀନରେ ରଖିଥିଲି। ଏବେ ସ˚ସ୍ଥା ଵାଲେଟ୍‌ ବନ୍ଦ କରିଦେଇଥିବାରୁ ୫୨ ହଜାର ଟଙ୍କା ପାଖାପାଖି ବୁଡ଼ିଯାଇଛି। ବିଡାନାସୀ ଥାନା ସେଲଟର‌୍‌ ଛକ ଅଞ୍ଚଳର ଜାଭେସ୍‌ ବେହେରା କହିଛନ୍ତି, ନିଜ ଅଧୀନରେ ପ୍ରାୟ ୧୦ ଜଣ ଜମାକାରୀଙ୍କୁ ରଖିଥିଲେ। ୨୧ ହଜାରରୁ ଅଧିକ ଟଙ୍କା ଗାଏବ୍‌ ହୋଇଯାଇଛି। ସିଡିଏ ସେକ୍ଟର-୯ ନମ୍ବର ସୁନିଲ କୁମାର ସ୍ବାଇଁ କହିଛନ୍ତି ଯେ ପ୍ରାୟ ୬୦ ଜମାକାରୀଙ୍କୁ ଚେନରେ ରଖିଥିଲୁ। ଡିସେମ୍ବରରେ ଏହି ଅନଲାଇନ୍‌ ସ˚ସ୍ଥାରେ ଯୋଗ ଦେଇଥିଲି। ଏବେ ଵାଲେଟ୍‌ରୁ ଟଙ୍କା ଗାଏବ୍‌ ହୋଇଯାଇଥିବାରୁ ଲୋକଲାଜ ଭୟରେ ଥାନାରେ ଏତଲା ଦେଇପାରୁ ନାହୁଁ। ଏଭଳି ଅନେକ ଜମାକାରୀ ଥାନାରେ ଏତଲା କରିବାକୁ ସ˚କୋଚ ଅନୁଭବ କରୁଛନ୍ତି। ଏ ସମ୍ପର୍କରେ ବିଡାନାସୀ ଥାନା ଆଇଆଇସି ଲକ୍ଷ୍ମୀନାରାୟଣ ତିଵାରୀ କହିଛନ୍ତି, ଲୋକ ସଚେତନ ହେବାର ଆବଶ୍ୟକତା ରହିଛି। ସେଲଟର‌୍‌ ଛକ ଅଞ୍ଚଳରେ ଏଭଳି ଠକେଇର କେହି ଶିକାର ହୋଇଥିବା ଅଭିଯୋଗକାରୀ ଲିଖିତ ଅଭିଯୋଗ କଲେ ଘଟଣାର ଅନୁସନ୍ଧାନ କରାଯିବ।The post ଅନ୍‌ଲାଇନ୍‌ରେ ବି ଚିଟ୍‌ଫଣ୍ତ ଠକେଇ, କଟକରୁ ଦେଢ଼କୋଟି ଲୁଟ୍‌ first appeared on Sambad.